ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୪ ତାରିଖ – Daily Horoscope

Sep 23, 2026 - 16:34
ରାଶିଫଳ: ଗୁରୁବାର, ସେପ୍ଟେମ୍ବର ୨୪ ତାରିଖ – Daily Horoscope
ମେଷ
ଆଜି ସକାଳୁ ସକାଳୁ କୌଣସି ବନ୍ଧୁ ସ୍ବତଃପ୍ରବୃତ୍ତ ଭାବରେ ସାହାଯ୍ୟ କରିବାକୁ ଆଗେଇ ଆସିବେ। କର୍ମକ୍ଷେତ୍ରରେ ଅନ୍ୟମାନଙ୍କ ସହ ସହମତିରେ କାର୍ଯ୍ୟକଲେ ସଫଳତା ପାଇବେ। ସନ୍ତାନଙ୍କ କୃତି ଓ କୃତିତ୍ୱରେ ଖୁସି ହୋଇପାରନ୍ତି। ସ୍ଥଗିତ କାମପାଇଁ ନିଜର ଘର ଲୋକମାନଙ୍କୁ ଦାୟୀ କରିପାରନ୍ତି।
ବୃଷ
ବୃଷ
ମାନସିକ ଅସ୍ଥିରତାକୁ ବୃଦ୍ଧି କରିବାରେ ବନ୍ଧୁଙ୍କ କାର୍ଯ୍ୟାବଳୀ ଅନନ୍ୟ କାରଣ ହୋଇପାରେ। ବିଶୃଙ୍ଖଳିତ ସନ୍ତାନଙ୍କ ସମସ୍ୟା ସମାଧାନର ଚିନ୍ତା ମନକୁ ଆନ୍ଦୋଳିତ କରିପାରେ। ସରକାରୀ ସ୍ତରରୁ ବହୁ ପ୍ରତୀକ୍ଷିତ ଖବରଟି ଆଜି ଅପରାହ୍ନେ ପାଇପାରିବେ। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ପ୍ରସ୍ତୁତିପର୍ବ ଜୋରଦାର କରିପାରନ୍ତି।
ମିଥୁନ
ମିଥୁନ
ପାରିବାରିକ ସମସ୍ୟାକୁ ସହଜରେ ସମାଧାନ କରିବାରେ ସଫଳ ହେବେ। ପ୍ରିୟଜନଙ୍କ ସହ ସମ୍ପର୍କ ହାନି ଯୋଗୁ ଚିନ୍ତା ପ୍ରକଟ କରିବେ। ରାଜନୈତିକ ବ୍ୟକ୍ତିଙ୍କ ନିର୍ଦ୍ଦେଶରେ ସାଂଗଠନିକ ନେତୃତ୍ୱ ନେଇ ପ୍ରଶଂସିତ ହେବେ। ଉପସ୍ଥିତ ସମସ୍ୟା ସମାଧାନ କ୍ଷେତ୍ରରେ ବନ୍ଧୁଙ୍କ ପ୍ରତିଶ୍ରୁତି ପାଇ ଆଶ୍ୱସ୍ତି ଅନୁଭବ କରିପାରନ୍ତି।
କର୍କଟ
କର୍କଟ
କର୍ମକ୍ଷେତ୍ରରେ ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ କେତେକ କାମ ଅଧୁରା ରହିଯିବ। ବ୍ୟବସାୟ,ପରିବହନ କ୍ଷେତ୍ରରେ ସମସ୍ୟା ସମାଧାନ ହେବାରେ ବନ୍ଧୁ ସାହାଯ୍ୟ କରିବେ। ପରିବାରରେ କାହା କଥା ସହ ଅନ୍ୟ କାହାର କଥା ନ ମିଶିବା କାରଣରୁ ଅଶାନ୍ତି ବୃଦ୍ଧି ପାଇବ। ନିଜର ଚତୁଃପାର୍ଶ୍ୱରେ ପ୍ରତିକୂଳ ପରିସ୍ଥିତି ଯୋଗୁ ଯୋଜନାଗୁଡିକ ସମ୍ପୂର୍ଣ୍ଣ ହେବ ନାହିଁ।
ସି˚ହ
ସି˚ହ
ପାରିବାରିକ ସ୍ଥିରତା ଅଭାରୁ କୌଣସି ସାମୂହିକ କାମ ସମ୍ପନ୍ନ ହେବନାହିଁ। ସଭାସମିତିରେ ସାହିତ୍ୟ, କଳା, ବୈଷୟିକ କ୍ଷେତ୍ରରୁ ପ୍ରଶଂସିତ ହେବେ। ମହାଜନୀ ଋଣ ପରିଶୋଧ କରିବା ସକାଶେ ବ୍ୟସ୍ତ ରହିପାରନ୍ତି। ଦୂରଭ୍ରମଣରେ ଯିବା ସକାଶେ ବନ୍ଧୁମାନଙ୍କ ସହ ଆଲୋଚନା କରିପାରନ୍ତି।
କନ୍ୟା
ସାମାଜିକ ସ୍ତରରେ ଜନମଙ୍ଗଳ କାର୍ଯ୍ୟରେ ନିଜକୁ ନିୟୋଜିତ କରି ପ୍ରଶଂସିତ ହୋଇପାରନ୍ତି। ଜମିଜମା, ଗୃହସୀମା, ଘରଭଡ଼ାକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ପରିବାରରେ ଖର୍ଚ୍ଚ ବୃଦ୍ଧିପାଇବା କାରଣରୁ ଚିନ୍ତିତ ହେବେ। ସମସ୍ତ ପ୍ରକାରର ସୁବିଧା ଥିଲେ ମଧ୍ୟ ବହୁ କଷ୍ଟରେ କାର୍ଯ୍ୟସିଦ୍ଧି ଘଟିବା ସହ ଆର୍ଥିକ ସ୍ଥିତି କ୍ରମଶଃ ନିମ୍ନାଭିମୁଖୀ ହେବ।
ତୁଳା
ତୁଳା
କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ନ ରହିଲେ ସମସ୍ୟାର ସମ୍ମୁଖୀନ ହେବେ। ପରିବାରରେ ସୁଖ ଶାନ୍ତି ରାଜୁତି କରିବ କିନ୍ତୁ ଏଥିପାଇଁ ସ୍ବାର୍ଥ ତ୍ୟାଗ ଜରୁରୀ ହେବ। ବ୍ୟବସାୟ ଓ ପରିବହନରେ, କଳା ସାହିତ୍ୟ ଓ ରାଜନୀତି କ୍ଷେତ୍ରରେ ପ୍ରଶଂସିତ ହେବେ। କର୍ମକ୍ଷେତ୍ରରେ ସହକର୍ମୀଙ୍କ ସହୃଦୟତାରୁ ସମସ୍ୟା ସମାଧାନ କରିବାରେ ସଫଳ ହେବେ।
ବିଛା
ବିଛା
ଆଜିର ବନ୍ଧୁମିଳନରେ, ଆଲୋଚନା କିମ୍ବା ସଭାସମିତିରେ ଯୋଗ ଦେଇପାରନ୍ତି। କର୍ମକ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ଟେନ୍‌ସନ୍‌ ବଢିପାରେ। ପାରିବାରିକ ସମସ୍ୟା ସୁଧାରିବା କ୍ଷେତ୍ରରେ ସହଯୋଗର ଅଭାବ ରହିବ ନାହିଁ। ନିଜର ମନେ ହେଉଥିବା କେତେକ ଲୋକ ଅପପ୍ରଚାର ଚଳାଉଥିବାର ଲକ୍ଷ୍ୟ କରିବେ।
ଧନୁ
ଧନୁ
ସ୍ୱାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣାଧୀନ ରହିବା ଯୋଗୁ ସାମୟିକ ଆଶ୍ୱସ୍ତିଲାଭ କରିବେ। କୌଶଳ ପ୍ରୟୋଗ କରି, ବନ୍ଧୁମାନଙ୍କୁ ମନାଇ, ଅର୍ଥ ପ୍ରଲୋଭନ ମାଧ୍ୟମରେ କାମ ହାସଲ କରିବେ। ଭାବି ଚିନ୍ତି କାମ ନ କଲେ ଅଯଥା ସମସ୍ୟା ଭିତରକୁ ଟାଣିହୋଇ ପାରନ୍ତି। ଆଜି ଦେବ ଦର୍ଶନ ସାଙ୍ଗକୁ ଭ୍ରମଣ ସୁଯୋଗ ଜୁଟିବାର ସମ୍ଭାବନା ରହିଛି।
ମକର
ମକର
ଅଭାବ ଲାଗି ରହିଥିଲେ ମଧ୍ୟ ଧାରକରଜ କରି କାମ ତୁଲାଇନେବେ। ଈର୍ଷାପରାୟଣ ମନୋଭାବ ନେଇ ନିକଟ ସମ୍ପର୍କୀୟମାନେ ପାଖ ମାଡିବେ ନାହିଁ। ଯାନବାହନରେ ସତର୍କ ନ ରହିଲେ ସମସ୍ୟା ଆସିପାରେ। ପରିବାରରେ ମତ ପାର୍ଥକ୍ୟ କାରଣରୁ ଅଶାନ୍ତି ଉପୁଜିବାର ଆଶଙ୍କା ରହିଛି।
କୁମ୍ଭ
କୁମ୍ଭ
ଆପଣଙ୍କ କାମ ହାସଲରେ ବନ୍ଧୁଙ୍କ ବାଚନିକ ସାହାଯ୍ୟ ସାମାନ୍ୟ ସହାୟକ ହୋଇପାରେ। ପାରିବାରିକ କ୍ଷେତ୍ରରେ କାହାର ଛୋଟ କଥାକୁ ଧରି ବସନ୍ତୁ ନାହିଁ। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, କଚେରି ମାମଲା, ପରିବହନ ଦିଗରୁ ଲାଭବାନ୍‌ ହେବେ। ଜମିଜମା କାରବାରରେ ସମସ୍ୟା ସମାଧାନ ହୋଇଯିବାର ଆଶା ରହିଛି।
ମୀନମୀନ
କର୍ମକ୍ଷେତ୍ରରେ ସକାଳୁ ଶୁଭ ଖବର ପାଇବେ। ନିଜର ଲୋକଙ୍କ ଚାଲିଚଳଣ ଓ ଆଚାର ବ୍ୟବହାରକୁ ନାପସନ୍ଦ କରିପାରନ୍ତି। ସଭାସମିତିରେ କିମ୍ବା ଆଲୋଚନା ପରିସରରେ ବାକ୍‌ ଅସଂଯମତା ଯୋଗୁ ସୁସମ୍ପର୍କ ବ୍ୟାହତ ହୋଇପାରେ। ବାଣିଜ୍ୟ, ବ୍ୟବସାୟରେ ଲାଭ ମିଳିବ; ମାତ୍ର ପରିସ୍ଥିତି ବଶତଃ ଅନ୍ୟ ବାଟରେ ବ୍ୟୟ ହୋଇଯିବ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।