ଆଜି ଷଷ୍ଠୀ, ‘କାତ୍ୟାୟନୀ’ ରୂପରେ ଜଗତଜନନୀ

Oct 16, 2026 - 07:49
ଆଜି ଷଷ୍ଠୀ, ‘କାତ୍ୟାୟନୀ’ ରୂପରେ ଜଗତଜନନୀ

ଆଜି ଷଷ୍ଠୀ, ‘କାତ୍ୟାୟନୀ’ ରୂପରେ ଜଗତଜନନୀ

ନନ୍ଦିଘୋଷ ବ୍ୟୁରୋ: ଆଶ୍ବିନ ଶୁକ୍ଳ ପ୍ରତିପଦ ଠାରୁ ନବମୀ ପର୍ଯ୍ୟନ୍ତ ନଅଦିନ ଧରି ନଅଟି ସ୍ବରୂପରେ ପୂଜା ପାଇଥାଆନ୍ତି ଜଗତଜନନୀ ମାଆ ଦୁର୍ଗା । ଓଡ଼ିଶା ସମେତ ସାରାଦେଶରେ ଆରମ୍ଭ ହୋଇଛି ନବରାତ୍ରୀ ବା ନବଦିନାତ୍ମକ ଶକ୍ତି ପୂଜା । ତେବେ ନବରାତ୍ରୀର ଷଷ୍ଠ ଦିନରେ ମାଆଙ୍କୁ ‘କାତ୍ୟାୟନୀ’ ରୂପରେ ଆବାହନ କରାଯାଇଥାଏ ।

ଆଦ୍ୟାଶକ୍ତିଙ୍କ ଷଷ୍ଠ ରୂପ ‘କାତ୍ୟାୟନୀ’ ଦେବୀ । ‘କାତ୍ୟାୟନୀ’ ଶଦ୍ଦ ଋଷି କାତ୍ୟାୟନଙ୍କ ନାମ ସହ ଜଡ଼ିତ । ପୁରାଣ ଅନୁଯାୟୀ, ଏକଦା ଋଷି କାତ୍ୟାୟନ ଦେବୀଙ୍କୁ କନ୍ୟା ରୂପେ ପାଇବା ପାଇଁ ତପସ୍ୟା କରିଥିଲେ । ତାଙ୍କ ତପସ୍ୟାରେ ସନ୍ତୁଷ୍ଟ ହୋଇ ଦେବୀ ତାଙ୍କ ଘରେ କନ୍ୟା ରୂପେ ଆବିର୍ଭୂତ ହୋଇଥିଲେ । ସେହି କାରଣରୁ ମାଆ କାତ୍ୟାୟନୀ ନାମରେ ନାମିତ। ମା’ କାତ୍ୟାୟନୀ ଚତୁର୍ହସ୍ତା । ମା’ କାତ୍ୟାୟନୀ ଶକ୍ତି, ସାହସ ଓ ନ୍ୟାୟର ପ୍ରତୀକ। ତାଙ୍କ ଦୁଇ ହାତରେ ପଦ୍ମ ଓ ଖଡ଼ଗ ଶୋଭା ପାଉଥିବା ବେଳେ ଅନ୍ୟ ଦୁଇ ହାତରେ ଅଭୟ ଓ ବରଦ ମୁଦ୍ରାରେ ରହିଥାଏ । ବିଶ୍ବାସ ରହିଛି ଯେ, ମା’ କାତ୍ୟାୟନୀଙ୍କ ପୂଜା କରିବା ଦ୍ବାରା ଭକ୍ତଙ୍କ ମନରୁ ଭୟ ଦୂର ହୋଇଥାଏ । ଭାଗବତ ଅନୁଯାୟୀ, କାତ୍ୟାୟନୀ ରୂପରେ ମାଆ ଅନେକ ଅସୁର ସଂହାର କରିଥିଲେ । କାତ୍ୟାୟନୀଙ୍କ ଆରାଧନା ମଣିଷକୁ ଅନ୍ୟାୟ ବିରୋଧରେ ଲଢିବା ଓ ସତ୍ୟ ପଥରେ ଚାଲିବା ନେଇ ଶିକ୍ଷା ଦେଇଥାଏ । ବୃନ୍ଦାବନର ଗୋପୀମାନେ ଶ୍ରୀକୃଷ୍ଣଙ୍କୁ ସ୍ୱାମୀରୂପେ ପାଇବା ପାଇଁ କାତ୍ୟାୟନୀ ବ୍ରତ କରିଥିଲେ।

ପୁରାଣ ଅନୁଯାୟୀ, ମା’ କାତ୍ୟାୟନୀଙ୍କ ପୂଜା କରିବା ଦ୍ବାରା କୁମାରୀ କନ୍ୟା ମାନଙ୍କ ବିବାହ ସମସ୍ୟାର ସମାଧାନ ହୋଇଥାଏ ବୋଲି ବିଶ୍ୱାସ ରହିଛି । ନବରାତ୍ରୀର ୬ଷ୍ଠ ଦିନରେ ତାଙ୍କ ପୂଜା ବିଶେଷ ରୂପେ କରାଯାଏ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।