ଭାରତୀୟ ଷ୍ଟକ୍ ମାର୍କେଟରେ ଭୟଙ୍କର ଧସ୍: ନିବେଶକଙ୍କ ମଧ୍ୟରେ ଚିନ୍ତା
ନନ୍ଦିଘୋଷ ବ୍ୟୁରୋ : ଭାରତୀୟ ଷ୍ଟକ ମାର୍କେଟରେ ବ୍ଲଡବାଥ। ସେନସେକ୍ଟ ୧ ହଜାର ପଏଣ୍ଟ ଓ ନିଫ୍ଟି ୧.୬୦ ପ୍ରତିଶତ ଖସିବା ଯୋଗୁ ମୁଣ୍ଡରେ ହାତ ଦେଇଛନ୍ତି ନିବେଶକ। ବିଏସଇ ୧.୦୫୨ ପଏଣ୍ଟ ହ୍ରାସ ହୋଇ ୭୧ ହଜାର ୪୨୮ରେ ପହଞ୍ଚିଥିଲା। ସେହିପରି ନିଫ୍ଟି ୩୬୬.୩୦ ପଏଣ୍ଟ ଖସି ୨୨ ହଜାର ୨୫୪ରେ ପହଞ୍ଚିଥିଲା। ଉଭୟ ବିଏସଇ ଓ ନିଫ୍ଟିରେ ଏହି ଘାଟା ଯୋଗୁ ନିବେଶକ ପ୍ରାୟ ୯ ଲକ୍ଷ କୋଟି ଟଙ୍କା ହରାଇଛନ୍ତି। ଫରେନ ଇନଷ୍ଟିଚ୍ୟୁସନାଲ ଇନଭେଷ୍ଟର ବା FII ଗୁଡିକ ପ୍ରାୟ ୧୦ ହଜାର ୧୪୮ କୋଟି ଟଙ୍କାର ଭାରତୀୟ ଇକ୍ୟୁଟି ବିକିଦେବା ଯୋଗୁ ଏହି ସମସ୍ୟା ସୃଷ୍ଟି ହୋଇଥିଲା। ଏହା ଥିଲା ଦିନକରେ ସବୁଠାରୁ ବଡ଼ ସେଲ ଆଉଟ। ଗୋଟିଏ ଦିନରେ ବିଦେଶୀ ନିବେଶକ ପ୍ରାୟ ୩.୬ ବିଲିୟନ ଡଲାର ବିକ୍ରି କରିଥିବା ସୂଚନା ମିଳିଛି। ସେହିପରି ଆମେରିକୀୟ ଟ୍ରେଜେରୀ ୟିଲ୍ଡ ବୃଦ୍ଧି ଯୋଗୁ ଏହି ସଙ୍କଟ ଦେଖା ଦେଇଥିଲା। ତୃତୀୟ କାରଣ ହେଲା ଡଲାର ତୁଳନାରେ ଟଙ୍କା ହ୍ରାସ। ଡଲାର ତୁଳନାରେ ଭାରତୀୟ ମୁଦ୍ରା ମୂଲ୍ୟ ୯୫ ଟଙ୍କା ୯୬ ପଇସା ହେବା ଯୋଗୁ ଷ୍ଟକ ମାର୍କେଟ ଉପରେ ଏହାର ପ୍ରଭାବ ପଡିଛି। ସେହିପରି ଅଟୋ ବଜାରରେ ବିକ୍ରି ହ୍ରାସ ଷ୍ଟକ ମାର୍କେଟ କ୍ରାସର ଥିଲା ପ୍ରମୁଖ କାରଣ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।