ଭିଜିଲାନ୍ସ ଜାଲରେ ଏଏସଆଇ

Aug 31, 2026 - 13:01
ଭିଜିଲାନ୍ସ ଜାଲରେ ଏଏସଆଇ

ସୁନ୍ଦରଗଡ଼ : ଭିଜିଲାନ୍ସ ଜାଲରେ ପୋଲିସ ବାବୁ । ୨୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ସୁନ୍ଦରଗଡ଼ ଲହୁଣୀପଡ଼ା ଥାନା ଏଏସଆଇ ମଦନ ମୋହନ ପ୍ରଧାନଙ୍କୁ ଧରିଛି ରାଉରକେଲା ଭିଜିଲାନ୍ସ ଟିମ । ବେଆଇନ ମଦ ବିକ୍ରି ପାଇଁ ଜଣେ ଢ଼ାବା ମାଲିକଙ୍କ ଠାରୁ ସେ ଏହି ଟଙ୍କା ଲାଞ୍ଚ ନେଉଥିଲେ । 

ରାଉରକେଲା ଦର୍ଜିଂ ଅଂଚଳରେ ଥିବା ଏକ ଢାବାରେ ବେଆଇନ ମଦ ବିକ୍ରି ହେଉଥିବା ଅଭିଯୋଗ  ହୋଇଥିଲା । ଏନେଇ ଢ଼ାବା ମାଲିକଙ୍କୁ  ଗିରଫ ପାଇଁ ନୋଟିସ ହୋଇଥିଲା I ତେବେ ଗିରଫଦାରୀକୁ ଏଡ଼ାଇବା ପାଇଁ ଏଏସଆଇ ମଦନ ମୋହନ ପ୍ରଧାନ ତାଙ୍କୁ ୨୦ ହଜାର ଟଙ୍କା ଲାଞ୍ଚ ମାଗିଥିଲେ । ଏହି ଲାଞ୍ଚ ଟଙ୍କା ଏକ ଚା’ ଦୋକାନୀଙ୍କ ମାଧ୍ୟମରେ ଦେବାକୁ ଢାବା ମାଲିକଙ୍କୁ ନିର୍ଦ୍ଦେଶ ଦେଇଥିଲେ ଏଏସଆଇ । ଏନେଇ ଧାଵା ମାଲିକ  ରାଉରକେଲା ଭିଜିଲାନ୍ସ ର ଦ୍ୱାରସ୍ଥ ହୋଇଥିଲେ । ଅଭିଯୋଗ ପାଇବା ପରେ ରାଉରକେଲା ଭିଜିଲାନ୍ସ ଟିମ୍ ଜାଲ ବିଛାଇଥିଲା। ଚା’ ଦୋକାନୀଙ୍କ ଠାରୁ ୨୦ ହଜାର ଟଙ୍କା ଗ୍ରହଣ କରୁଥିବା ବେଳେ ଏଏସଆଇ ମଦନ ମୋହନ ପ୍ରଧାନଙ୍କୁ ଭିଜିଲାନ୍ସ ଟିମ୍ କାବୁ କରିଥିଲା। ବର୍ତ୍ତମାନ ଏଏସଆଇ ମଦନ ମୋହନ ପ୍ରଧାନଙ୍କ ମହୁଲଢିଆସ୍ଥିତ ଘର ସମେତ ଅନ୍ୟ ଦୁଇଟି ସ୍ଥାନରେ ଭିଜିଲାନ୍ସ ପକ୍ଷରୁ ଚଢାଉ ଜାରି ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।