ଭିଜିଲାନ୍ସ ହାତରେ ଧରାପଡ଼ିଲେ ୨ ଅଡିଟର
ଭୁବନେଶ୍ୱର : ଭିଜିଲାନ୍ସ ଜାଲରେ ଲାଞ୍ଚୁଆ ଅଡିଟର । ଭୁବନେଶ୍ୱର ରୁ ଆସି ବାରିପଦାରେ ସ୍କୁଲ ଅଡିଟ କରୁଥିବାବେଳେ ୨ ଅଫିସରଙ୍କୁ ଧରିଛି ବାଲେଶ୍ୱର ଭିଜିଲାନ୍ସ । ଅଟକ ଦୁଇ ଅଧିକାରୀ ହେଉଛନ୍ତି ଭୁବନେଶ୍ୱର ଏସଟି/ଏସସି ଉନ୍ନୟନ ବିଭାଗର ପ୍ରଜ୍ଞାପ୍ରକାଶ ପାତ୍ର ଓ ପ୍ରଶାନ୍ତ ପ୍ରଧାନ । ଏମାନେ ୮ ରୁ ୧୦ ଦିନ ହେଲା ବାରିପଦାର ଏକ ହୋଟେଲରେ ରହି ଜିଲ୍ଲାର ବିଭିନ୍ନ ଆଦିବାସୀ ହଷ୍ଟେଲ ଓ ଆଶ୍ରମ ସ୍କୁଲ (ଡିଡବ୍ଲୁଓ ଅଧୀନସ୍ଥ ବିଦ୍ୟାଳୟ) ର ଅଡିଟ କରୁଥିଲେ। ତେବେ ଅଡିଟ୍ ବାବଦକୁ ସେମାନେ ବିଭିନ୍ନ ସ୍କୁଲରୁ ୫ରୁ ୧୦ ହଜାର ଟଙ୍କା ଲେଖାଏଁ ଲାଞ୍ଚ ନେଇଥିବା ଅଭିଯୋଗ ହୋଇଛି । ସେମାନଙ୍କ ନିକଟରୁ ପାଖାପାଖି ୭ଲକ୍ଷ ଲାଞ୍ଚ ଟଙ୍କା ଜବତ ହୋଇଛି । ଆଗରୁ ସୂଚନା ପାଇ ଭିଜିଲାନ୍ସ ଟିମ୍ ଅନେକ ଦିନ ହେଲା ସେମାନଙ୍କ ଉପରେ ନଜର ରଖିଥିଲା । ଗିରଫ ପରେ ୨ ଅଧିକାରୀଙ୍କୁ ଭୁବନେଶ୍ୱର ନେଇଛି ଭିଜିଲାନ୍ସ ଟିମ ।
ସୂଚନାନୁସାରେ, ମୟୁରଭଞ୍ଜର ବିଭିନ୍ନ ଆଶ୍ରମ ଓ ଆଦିବାସୀ ହଷ୍ଟେଲ୍ ଅଡ଼ିଟ୍ ପାଇଁ ୨ ଅଡିଟ ଅଫିସର ୮/୧୦ଦିନ ପୂର୍ବରୁ ଭୁବନେଶ୍ୱରରୁ ଆସି ବାରିପଦାରେ ଏକ ଲଜିଂରେ ରହୁଥିଲେ । ମୟୁରଭଞ୍ଜ ଜିଲ୍ଲାରେ ଥିବା ବିଭିନ୍ନ ଆଦିବାସୀ ଆବାସିକ ସ୍କୁଲ ଗୁଡିକ ଅଡିଟ କରି ପ୍ରତ୍ୟକ ସ୍କୁଲରୁ ୧୦/୧୨ ହଜାର ଲେଖା ଟଙ୍କା ଆଦାୟ କରୁଥିବା ନେଇ ବାଲେଶ୍ୱର ଭିଜିଲାନ୍ସ ରେ ଅଭିଯୋଗ ହୋଇଥିଲା । ଅଭିଯୋଗ ପାଇବା ପଡ଼େ ବାଲେଶ୍ୱର ଭିଜିଲାନ୍ସ ଟିମ ଆସି ଉକ୍ତ ଲାଜ ନିକଟରେ ଛକି ବସିଥିଲା । ଗତକାଲି ବିଳମ୍ବିତ ରାତିରେ ଦୁଇ ଅଧିକାରୀ ନଗଦ ଟଙ୍କା ଧରି ଖସି ପଳାଇବାକୁ ଯୋଜନା କରୁଥିବା ବେଳେ ମାଡ଼ି ବସିଥିଲା ଭିଜିଲାନ୍ସ ଟିମ୍ । ସେମାନଙ୍କ ନିକଟରୁ ଟଙ୍କା ଭର୍ତ୍ତି ବ୍ୟାଗ ସହ ଏକ ବୋଲେରୋ ଗାଡ଼ି ଜବତ କରାଯାଇଛି । ହୋଟେଲ ରୁମରୁ ବି ବହୁ ଟଙ୍କା ମିଳିଛି । ଏହା ପରେ ଭିଜିଲାନ୍ସ ଟିମ୍ ପୁରୀ ଓ ଭୁବନେଶ୍ୱରରେ ରେଡ୍ କରିଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।