ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ
ବିଶ୍ୱରେ ପ୍ରତିବର୍ଷ ବୃଦ୍ଧି ପାଉଥିବା ଆତ୍ମହତ୍ୟା ସମସ୍ୟା ପ୍ରତି ଜନସାଧାରଣଙ୍କୁ ସଚେତନ କରିବା ଏବଂ ମାନସିକ ସ୍ୱାସ୍ଥ୍ୟର ସୁରକ୍ଷା ପାଇଁ ପ୍ରତିବର୍ଷ ସେପ୍ଟେମ୍ବର ୧୦ ତାରିଖରେ 'ବିଶ୍ୱ ଆତ୍ମହତ୍ୟା ନିରୋଧ ଦିବସ' ପାଳିତ ହୋଇଥାଏ । ଏହି ଦିବସର ଆରମ୍ଭ ୨୦୦୩ ମସିହାରେ 'ଇଣ୍ଟରନ୍ୟାସନାଲ ଆସୋସିଏସନ୍ ଫର୍ ସୁଇସାଇଡ୍ ପ୍ରିଭେନ୍ସନ୍' ଏବଂ 'ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ'ର ଯୁଗ୍ମ ଉଦ୍ୟମରେ ଷ୍ଟକହୋମ୍ଠାରେ ହୋଇଥିଲା । ଏହାର ମୁଖ୍ୟ ଉଦ୍ଦେଶ୍ୟ ହେଉଛି ଆତ୍ମହତ୍ୟାକୁ ଏକ ପ୍ରତିରୋଧଯୋଗ୍ୟ ସମସ୍ୟା ଭାବେ ଗ୍ରହଣ କରି ସମାଜରୁ ଏହି ସମ୍ପର୍କିତ କୁସଂସ୍କାର, ଲଜ୍ଜା ଓ ନୀରବତାକୁ ଦୂର କରିବା । ଏହି ଦିବସର ବିଷୟବସ୍ତୁ "ଆତ୍ମହତ୍ୟା ସମ୍ପର୍କିତ ଦୃଷ୍ଟିକୋଣକୁ ବଦଳାନ୍ତୁ" ରଖାଯାଇଛି, ଯାହାର ମୁଖ୍ୟ ଆହ୍ୱାନ ହେଉଛି "ଆଲୋଚନା ଆରମ୍ଭ କରନ୍ତୁ" । ମାନସିକ ଚାପ, ନିରାଶାରେ ପୀଡ଼ିତ ବ୍ୟକ୍ତିଙ୍କୁ ସମାଲୋଚନା ନକରି ସେମାନଙ୍କ କଥା ସମ୍ବେଦନଶୀଳତାର ସହ ଶୁଣିବା । ସଠିକ୍ ସମୟରେ ଡାକ୍ତରୀ କିମ୍ବା ମାନସିକ ସହାୟତା ଯୋଗାଇଦେବା ଦ୍ୱାରା ଅନେକ ଜୀବନ ବଞ୍ଚାଯାଇପାରିବ । ଆମ ସମାଜରେ ଖୋଲାଖୋଲି ମାନସିକ ସ୍ୱାସ୍ଥ୍ୟ ବାବଦରେ କଥା ହେବାର ବାତାବରଣ ସୃଷ୍ଟି କରିବା ଏହି ଦିବସର ସବୁଠାରୁ ବଡ଼ ସାର୍ଥକତା ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।