ଭୁବନେଶ୍ୱରରେ ବିଜେଡି ର ବିଶାଳ ଗଣ ଧାରଣ
ଭୁବନେଶ୍ୱର : ଏମଏମଡିଆର ପ୍ରତ୍ୟାହାର ଦାବିରେ ଆଜି ଭୁବନେଶ୍ୱର ଲୋୟର ପିଏମଜି ଠାରେ ବିଜୁ ଜନତା ଦଳ (ବିଜେଡି) ପକ୍ଷରୁ ବିଶାଳ ଗଣ ଧାରଣା ଓ ଜନସମାବେଶ ଆୟୋଜନ କରାଯାଇଛି । କେନ୍ଦ୍ର ସରକାରଙ୍କ ସଂଶୋଧିତ ଏମଏମଡିଆର (ଖଣି ଓ ଖଣିଜ ପଦାର୍ଥ ଉନ୍ନୟନ ଓ ନିୟମିତକରଣ) ଆଇନ, ୨୦୨୬ ବିରୋଧରେ ଏହି ତୀବ୍ର ପ୍ରତିବାଦ କରାଯାଉଛି । ଏମଏମଡିଆରକୁ ବିଜେଡି ଏକ "କଳା ଆଇନ" ବୋଲି ଅଭିହିତ କରିଛି । ବିଜେଡି କହିଛି ଓଡିଶାକୁ ଥାଳ ଧରାଇବାକୁ ସରକାର ପ୍ରୟାସ କରୁଛନ୍ତି । ଏହି ଆନ୍ଦୋଳନର ନେତୃତ୍ୱ ସ୍ୱୟଂ ବିଜେଡି ସୁପ୍ରିମୋ ତଥା ବିରୋଧୀ ଦଳ ନେତା ନବୀନ ପଟ୍ଟନାୟକ ନେଉଛନ୍ତି ।
ସେପଟେ, ଆଜି ମଧ୍ୟ ଗୃହ ଚଳାଇ ଦେଇ ନାହାନ୍ତି ବିରୋଧୀ । ନାରାବାଜି ଏବଂ ହୋହଲ୍ଲା ଯୋଗୁଁ ଗୃହକୁ ୧୧ଟା ୩୦ ଯାଏଁ ଗୃହ ମୁଲତବୀ ରଖିଲେ ବାଚସ୍ପତି ।
ଚଳିତ ମୌସୁମୀ ଅଧିବେଶନ ଆରମ୍ଭରୁ ବିଧାନସଭାର ଗୋଟିଏ ବି ଦିନ ଚାଲୁପାରୁନି । ବିରୋଧୀ ଏମଏମଡିଆର ଏବଂ ବହି ତ୍ରୁଟି ପ୍ରସଙ୍ଗରେ ନାରାବାଜି ଏବଂ ହୋହାଲ୍ଲା କରୁଛନ୍ତି । ଏହି କ୍ରମରେ ଗତ ଚାରି ଦିନ ଧରି ଚାଲିଥିବା ଅଚଳାବସ୍ଥା ଆଜି ମଧ୍ୟ ଦେଖାଦେଇଛି । ସୋମବାର ବିଧାନସଭା ଆରମ୍ଭ ହେବା ମାତ୍ରେ ବିରୋଧୀ ସଦସ୍ୟ ହୋହାଲ୍ଲା କରିଥିଲେ । ବାଚସ୍ପତି ବିରୋଧୀ ସଦସ୍ୟଙ୍କୁ ବାରମ୍ବାର ଅନୁରୋଧ କରୁଥିଲେ । କିନ୍ତୁ ବିରୋଧୀ ଶୁଣିବାକୁ ନାରାଜ । ଯାହାଫଳରେ ବିଧାନସଭାକୁ ୧୧ଟା ୩୦ ଯାଏଁ ମୁଲତବୀ ରଖିଛନ୍ତି ବାଚସ୍ପତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।