ମଦ ଦୋକାନକୁ ପଶି ଢକ ଢକ କରି ମଦ ପିଇଲା ମାଙ୍କଡ଼, ତାପରେ ନିଶାରେ…
ରାଞ୍ଚି,୨୭।୯: ଝାଡ଼ଖଣ୍ଡର ରାଜଧାନୀ ରାଞ୍ଚିରୁ ଏକ ଅଜବ ଘଟଣା ସାମ୍ନାକୁ ଆସିଛି । ଓରମାଞ୍ଜି ବ୍ଲକ୍ ଛକସ୍ଥିତ ଏକ ମଦ ଦୋକାନରେ ହଠାତ୍ ଏକ ମାଙ୍କଡ ପଶି ଯାଇଥିଲା। ଦୋକାନ ଭିତରକୁ ଯିବା ପରେ ମାଙ୍କଡ ଏମିତି କାଣ୍ଡ କରିଥିଲା ଯେ, ସେଠାରେ ଥିବା ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିଲେ ।
ମାଙ୍କଡଟି ଦୋକାନରେ ରଖାଯାଇଥିବା ଏକ ମଦ ବୋତଲରୁ ମଦ ପିଇଥିବା ଜଣାପଡ଼ିଛି । ଏହାପରେ ସେ ଦୋକାନ ଭିତରେ ହିଁ ଶୋଇପଡ଼ିଥିଲା। ଘଟଣାଟି ଚାରିଆଡ଼େ ପ୍ରଚାର ହେବା ପରେ ମାଙ୍କଡକୁ ଦେଖିବା ପାଇଁ ମଦ ଦୋକାନ ନିକଟରେ ଲୋକଙ୍କ ଭିଡ଼ ଜମିଥିଲା। ମାଙ୍କଡ ପ୍ରଥମେ ଦୋକାନ ଭିତରକୁ ପଶିବା ପରେ ଲୋକେ ତାକୁ ବାହାର କରିବାକୁ ଚେଷ୍ଟା କରିଥିଲେ। ତାକୁ ଘଉଡ଼ାଇବାକୁ ଯାଇ ଦୋକାନୀଙ୍କୁ ମାଙଅକଡ କାମୁଡ଼ି ଦେଇଥିବା କୁହାଯାଇଛି । ଏହାପରେ ଦୋକାନୀ ବାହାରକୁ ଚାଲିଆସିଥିଲେ।
ଏହି ସମୟରେ ମାଙ୍କଡ ଦୋକାନରେ ରଖାଯାଇଥିବା ଏକ ମଦ ବୋତଲରୁ ପିଇଥିବା ଏବଂ ପରେ ଦୋକାନ ଭିତରେ ଶୋଇପଡ଼ିଥିବା ଜଣାପଡ଼ିଛି। ଘଟଣାର ଖବର ପ୍ରଚାର ହେବା ପରେ ସ୍ଥାନୀୟ ଲୋକେ ଏହି ଦୃଶ୍ୟ ଦେଖିବାକୁ ଏକାଠି ହୋଇଥିଲେ । ମାଙ୍କଡ ଦୋକାନ ଭିତରେ ଶୋଇପଡ଼ିବା ପରେ ଘଟଣା ସମ୍ପର୍କରେ ରେସ୍କ୍ୟୁ ଟିମ୍କୁ ସୂଚନା ଦିଆଯାଇଥିଲା। ଟିମ୍ ଘଟଣାସ୍ଥଳରେ ପହଞ୍ଚି ମାଙ୍କଡକୁ କୌଣସି କ୍ଷତି ନକରି ସୁରକ୍ଷିତ ଭାବେ ବାହାରକୁ ନେବାକୁ ଉଦ୍ୟମ କରିଥିଲା। ମଦ ଦୋକାନ ଭିତରେ ପଶି ମଦ ପିଇବା ପରେ ମାଙ୍କଡ ଶୋଇପଡ଼ିବାର ଏହି ଅଜବ ଘଟଣା ଏବେ ଅଞ୍ଚଳରେ ଚର୍ଚ୍ଚାର ବିଷୟ ପାଲଟିଛି । ଘଟଣାର ଫଟୋ ଓ ଭିଡିଓ ମଧ୍ୟ ଲୋକଙ୍କ ମଧ୍ୟରେ କୌତୂହଳ ସୃଷ୍ଟି କରିଛି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।