ମଧୁମେହ

Sep 25, 2026 - 15:57
ମଧୁମେହ

 

ଆଜିକାଲିର ଜୀବନଶୈଳୀ ଆମର ଅନେକ ରୋଗର କାରଣ ସାଜୁଛି । ଏହି କାରଣରୁ ଅନେକ ସ୍ୱାସ୍ଥ୍ୟ ସମସ୍ୟା ଦେଖାଯାଉଛି । ସେହି ରୋଗର ତାଲିକାରେ ମଧୁମେହ ସବୁଠାରୁ ଆଗରେ ରହିଛି । ବର୍ତ୍ତମାନ ମଧୁମେହ ବା ଡାଇବେଟିସ୍‌ ରୋଗ ସମସ୍ତଙ୍କ ନିକଟରେ ଦେଖିବାକୁ ମିଳୁଛି । ଯାହାକୁ ନେଇ ଲୋକଙ୍କ ମନରେ ଚିନ୍ତା ମଧ୍ୟ ବଢୁଛି । ତେବେ ଜୀବନଶୈଳୀରେ କିଛିଟା ପରିବର୍ତ୍ତନ ଏହି ରୋଗ ହେବାରୁ ରୋକିପାରିବ । ଏହି ଅବସ୍ଥାରେ ସ୍ୱାସ୍ଥ୍ୟ ସଚେତନ ହୋଇ ନିଜର ଖାଦ୍ୟପେୟରେ ନିୟନ୍ତ୍ରଣ ଓ ଜୀବନଶୈଳୀରେ କିଛି ଟା ପରିବର୍ତ୍ତନ କଲେ ସାରା ଜୀବନ ପାଇଁ ଡାଇବେଟିସ୍‌ର ଭୟ ରହିନଥାଏ ।

କେଉଁମାନଙ୍କୁ ହେବାର ସମ୍ଭାବନା ଅଧିକ

- ୪୫ ବର୍ଷରୁ କମ୍‌ ବୟସର ପୁରୁଷ

- ମେଦବହୁଳତା

- ବ୍ୟାୟାମ କରୁନଥିବା ବ୍ୟକ୍ତି

- ପରିବାରରେ କାହାକୁ ଡାଇବେଟିସ୍‌ ହୋଇଥିଲେ

- ଅଧିକ ଓଜନ ଶିଶୁ ଜନ୍ମ କରିଥିବା ମହିଳା

- ଉଚ୍ଚ ରକ୍ତଚାପ ରୋଗୀ

ରୁହନ୍ତୁ ଦୂରରେ

- ଖାଦ୍ୟପେୟରେ ପରିବର୍ତ୍ତନ କରନ୍ତୁ

- ତେଲ ମସଲାଯୁକ୍ତ ଏବଂ ଚର୍ବିଯୁକ୍ତ ଖାଦ୍ୟ କମ୍‌ ଖାଆନ୍ତୁ

- ଫାଷ୍ଟଫୁଡ୍‌, ମିଠା, କୋଲ୍‌ଡଡି୍ରିଙ୍କ୍‌ସ, ଛେଳି ମାଂସ, ଘିଅ, ବଟର, ଚିନି, ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ

- ଅଧିକ ପରିମାଣରେ ସବୁଜ ପନିପରିବା ଓ ଫଳ ଖାଆନ୍ତୁ

- ପ୍ରତିଦିନ ୩୦ ମିନିଟ୍‌ ବ୍ୟାୟାମ କରନ୍ତୁ

- ଓଜନ ଅଧିକ ଥିଲେ ଯଥାଶୀଘ୍ର ଓଜନ କମ୍‌ କରନ୍ତୁ

- ରକ୍ତଚାପକୁ ନିୟନ୍ତ୍ରଣରେ ରଖନ୍ତୁ

- ମାନସିକ ଚାପଠାରୁ ଦୂରେଇ ରୁହନ୍ତୁ

- ଧୂମପାନ ଓ ମଦ୍ୟପାନ ସମ୍ପୂର୍ଣ୍ଣ ବନ୍ଦ କରନ୍ତୁ

ଏହିସବୁ ଛୋଟ ଛୋଟ ଗୁରୁତ୍ୱପୂର୍ଣ୍ଣ କଥା ପ୍ରତି ଧ୍ୟାନ ଦିଅନ୍ତୁ ଏବଂ ଡାଇବେଟିସ୍‌ଠାରୁ ସମ୍ପୂର୍ଣ୍ଣ ଦୂରେଇ ରୁହନ୍ତୁ ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।