ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

Sep 05, 2026 - 08:27
ମନ୍ଦିର ବୁଲାଣିରେ ଅଘଟଣ, ବାଇକ୍‌କୁ ଧକ୍କା ଦେଲା ବାଇକ୍‌: ଆଉ ତା’ପରେ…

ବରଗଡ଼,୫ା୯(ପ୍ରେମାନନ୍ଦ ଖମାରୀ):ବରଗଡ଼ ଜିଲା ଭଟ୍‌ଲି ଥାନା ଅନ୍ତର୍ଗତ ମେଣ୍ଢାପାଲି ବନଦୁର୍ଗା ମନ୍ଦିର ନିକଟସ୍ଥ ବୁଲାଣିରେ ଏକ ପିକ୍‌ଅପ ଭ୍ୟାନ (ନଂ-ଓଡି ୧୫ଏଡି ୭୮୯୨) ଅନ୍ୟ ଏକ ବାଇକକୁ ଧକ୍କା ଦେବାରୁ ୨ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି। ସେମାନେ ହେଲେ ବରଗଡ଼ ସଦର ଥାନା ଅନ୍ତର୍ଗତ ବାଲିଜୁରି ଗ୍ରାମର ସୁନୀଲ ମହାନନ୍ଦ ଏବଂ ଅମ୍ବାଭୋନା ଥାନା ଲଖନପୁର ଗ୍ରାମର କାଳିଆ ଓରଫ ଉପେନ୍ଦ୍ର ପଧାନ। ସୂଚନା ଅନୁଯାୟୀ, ମୃତ ସୁନୀଲ ପ୍ରାୟ ଏକ ମାସ ହେବ ଲଖନପୁରରେ ରହି ଦିନ ମଜୁରିଆ କାମ କରୁଥିଲେ। ସେ କୌଣସି କାମ ପାଇଁ ମଧ୍ୟାହ୍ନରେ ଲଖନପୁର ଗ୍ରାମର କାଳିଆଙ୍କୁ ଏକ ବାଇକରେ ପଛପଟେ ବସାଇ ନିଜ ଗ୍ରାମ ବରଗଡ଼ ବାଲିଜୁରି ପଟକୁ ଯାଉଥିବାବେଳେ ଦୁର୍ଘଟଣାର ଶିକାର ହୋଇଥିଲେ। ସ୍ଥାନୀୟ ଲୋକେ ସେମାନଙ୍କୁ ଉଦ୍ଧାର କରି ଜିଲା ମୁଖ୍ୟ ଡାକ୍ତରଖାନାକୁ ଆଣିଥିଲେ। ସେଠାରେ ଡାକ୍ତର ଉଭୟଙ୍କୁ ମୃତ ଘୋଷଣା କରିଥିଲେ। ଜିଲା ମୁଖ୍ୟ ଡାକ୍ତରଖାନାରେ ମୃତ ଉପେନ୍ଦ୍ରଙ୍କ ଚକ୍ଷକୁ ପରିବାର ଲୋକେ ଦାନ କରିଥିଲେ। ଭଟ୍‌ଲି ପୋଲିସ ଦୁର୍ଘଟଣାଗ୍ରସ୍ତ ଗାଡ଼ିକୁ ଜବତ କରି ତଦନ୍ତ ଚଳାଇଛି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।