ମମତାରାଣୀ ତ୍ରିପାଠୀ ବରଗଡ଼ର ନୂତନ CDAO

Aug 20, 2026 - 20:50
ମମତାରାଣୀ ତ୍ରିପାଠୀ  ବରଗଡ଼ର ନୂତନ CDAO

ବରଗଡ଼,୨୦।୮(ପ୍ରେମାନନ୍ଦ ଖମାରୀ): ବରଗଡ଼ ଜିଲାର ନୂତନ ମୁଖ୍ୟ ଜିଲା କୃଷି ଅଧିକାରୀ (CDAO) ଭାବେ ଗୁରୁବାର ମମତାରାଣୀ ତ୍ରିପାଠୀ ଆନୁଷ୍ଠାନିକ ଭାବେ ଦାୟିତ୍ୱ ଗ୍ରହଣ କରିଛନ୍ତି। ପୂର୍ବତନ ସିଡିଏଓଙ୍କ ଅବସର ପରେ ସେ ଏହି ପଦବୀରେ ଅତିରିକ୍ତ ଦାୟିତ୍ୱ ତୁଲାଉଥିବା ବେଳେ, ବର୍ତ୍ତମାନ ରାଜ୍ୟ ସରକାର ତାଙ୍କୁ ସ୍ଥାୟୀ ଭାବେ ଏହି ପଦବୀରେ ଅବସ୍ଥାପିତ କରିଛନ୍ତି।

ବରଗଡ଼କୁ ରାଜ୍ୟର ‘ଭାତହାଣ୍ଡି’ କୁହାଯାଉଥିବାରୁ ଏଠାରେ କୃଷି ଓ କୃଷକଙ୍କ ବିଭିନ୍ନ ସମସ୍ୟାର ସମାଧାନ ଦିଗରେ ନୂତନ ସିଡିଏଓ ଶ୍ରୀମତୀ ତ୍ରିପାଠୀ ଯଥାଯଥ ପଦକ୍ଷେପ ନେବେ ବୋଲି ଜିଲ୍ଲାର ଚାଷୀକୂଳ ଆଶା ପ୍ରକାଶ କରିଛନ୍ତି। ତେବେ ଜିଲାର କୃଷି କ୍ଷେତ୍ରର ସୁପରିଚାଳନା ଓ ଚାଷୀଙ୍କ ସମସ୍ୟା ଦୂର କରିବାରେ ସେ କେତେଦୂର ସଫଳ ହେଉଛନ୍ତି, ତାହା ଆଗାମୀ ସମୟରେ ବାରି ହୋଇପଡ଼ିବ।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।