ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

Oct 10, 2026 - 19:06
ମା’ ହିରାନୀଳା ମହାବିଦ୍ୟାଳୟ: ଯାଞ୍ଚ ପରେ ସମସ୍ତ ପ୍ରାର୍ଥତ୍ପତ୍ର ନାକଚ, କାହିଁକି ଜାଣନ୍ତୁ…

ଲାଞ୍ଜିଗଡ଼,୧୦ା୧୦(ରମେଶ ଚନ୍ଦ୍ର ନାୟକ): କଳାହାଣ୍ଡି ଜିଲା ଲାଞ୍ଜିଗଡ଼ ବ୍ଲକ ବିଶ୍ୱନାଥପୁର ମା’ ହିରାନୀଳା ଡିଗ୍ରୀ ମହାବିଦ୍ୟାଳୟରେ ଛାତ୍ରସଂସଦ ନିର୍ବାଚନ ପାଇଁ ପ୍ରାର୍ଥତ୍ପତ୍ର ଯାଞ୍ଚ ପ୍ରକ୍ରିୟା ପରେ ଏକ ଆଶ୍ଚର୍ଯ୍ୟଜନକ ଘଟଣା ସାମ୍ନାକୁ ଆସିଛି। ବିଭିନ୍ନ ପଦବୀ ନିମନ୍ତେ ଦାଖଲ ହୋଇଥିବା ସମସ୍ତ ୮ ଆଶାୟୀଙ୍କ ପ୍ରାର୍ଥତ୍ପତ୍ର ନାକଚ ହୋଇଯାଇଛି।

ସୂଚନା ଅନୁଯାୟୀ, ଦୀର୍ଘ ବର୍ଷ ପରେ ଛାତ୍ରସଂସଦ ନିର୍ବାଚନ ହେଉଥିବାରୁ ପ୍ରମୁଖ ରାଜନୈତିକ ଦଳ ନିଜ ସମର୍ଥିତ ଛାତ୍ରନେତା ଚୟନ କରି ନିର୍ବାଚନ ମଇଦାନକୁ ଓହ୍ଲାଇଥିଲେ। ନର୍ଦ୍ଧାରିତ କାର୍ଯ୍ୟସୂଚୀ ଅନୁଯାୟୀ ମହାବିଦ୍ୟାଳୟରେ ବିଭିନ୍ନ ପଦପଦବୀ ପାଇଁ ମୋଟ ୮ ଛାତ୍ରୀଛାତ୍ର ନାମାଙ୍କନ ପତ୍ର ଦାଖଲ କରିଥିଲେ। ତେବେ ପରବର୍ତ୍ତୀ ସମୟରେ ନିର୍ବାଚନ ଅଧିକାରୀଙ୍କ ଦ୍ୱାରା ନାମାଙ୍କନ ପତ୍ର ଯାଞ୍ଚ କରାଯିବା ବେଳେ ଏକ ବଡ଼ ତ୍ରୁଟି ଧରାପଡ଼ିଥିଲା। ପ୍ରାର୍ଥୀମାନଙ୍କ ଦ୍ୱାରା ପ୍ରଦତ୍ତ ଘୋଷଣା ପତ୍ରରେ କେଉଁ ପଦବୀ ପାଇଁ ଆବେଦନ କରାଯାଉଛି ତାହା ନିର୍ଦ୍ଦିଷ୍ଟ ଭାବେ ଉଲ୍ଲେଖ କରାଯାଇ ନ ଥିଲା।

ତ୍ରୁଟିପୂର୍ଣ୍ଣ ଆବେଦନ ଯୋଗୁ ନିର୍ବାଚନ ପରିଚାଳନା କମିଟି ସମସ୍ତ ୮ ଜଣଙ୍କ ପ୍ରାର୍ଥତ୍ପତ୍ର ଅସିଦ୍ଧ ବୋଲି ଘୋଷଣା କରି ନାକଚ କରିଦେଇଛନ୍ତି। ଏହି ଖବର ପ୍ରକାଶ ପାଇବା ପରେ ଆଶାୟୀ ପ୍ରାର୍ଥୀ ଓ ସେମାନଙ୍କ ସମର୍ଥକଙ୍କ ମଧ୍ୟରେ ନୈରାଶ୍ୟ ଦେଖାଦେଇଛି। ଏହି ଘଟଣା ସ୍ଥାନୀୟ ଅଞ୍ଚଳ ତଥା ଛାତ୍ର ରାଜନୀତି ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।