ମେଷ
ଆଜିର ଚନ୍ଦ୍ର ନୀଚାରୋହୀ ଶନିଙ୍କ ଦୃଷ୍ଟିରେ ରହିଥିବାରୁ ମାନସିକ ସ୍ଥିତି ଭଲ ରହିବନାହିଁ। କର୍ମ କ୍ଷେତ୍ରର ପାରିପାର୍ଶ୍ୱିକ ପରିସ୍ଥିତି ଅନେକାଂଶରେ ଅସ୍ବାସ୍ଥ୍ୟକର ରହିପାରେ। ବିବାଦୀୟ କ୍ଷେତ୍ରରେ ମନ ବୁଝତ୍ଲା ଭଳି କଥା କହି ପରିସ୍ଥିତିକୁ ସୁଧାରି ନେବେ। ସାହିତ୍ୟ, ସଙ୍ଗୀତ, ଚଳଚ୍ଚିତ୍ର ଓ ରଚନାତ୍ମକ କାର୍ଯ୍ୟରେ ଅଗ୍ରଗତି ଘଟିବ।
ବୃଷ

ଧନାଧିପ ବୁଧ ରାଶ୍ୟାଧିପ ଶୁକ୍ର ଯୁକ୍ତ ଯୋଗୁ ଆଶା କରୁଥିବା ଦିଗରୁ ଅର୍ଥ ପାଇ ଖୁସି ହେବେ। ବୁଧ ପ୍ରଭାବରେ ବନ୍ଧୁଙ୍କଠାରୁ ଉତ୍ସାହ ଓ ପ୍ରେରଣା ପାଇ ଦୁଃସାଧ୍ୟ ସାଧନ କରିପାରନ୍ତି। କର୍ମକ୍ଷେତ୍ରର ଆଲୋଚନା ପରିସରରେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ନେବାକୁ ପଡିପାରେ। ଆଗାମୀ ଆନୁଷ୍ଠାନିକ କାମ ସକାଶେ ବନ୍ଧୁଙ୍କ ସହିତ ବ୍ୟସ୍ତ ରହିପାରନ୍ତି।
ମିଥୁନ

ଗୁରୁ ମଙ୍ଗଳ ଯୋଗରେ କର୍ମକ୍ଷେତ୍ରରେ ସ୍ଥାନାନ୍ତର ସକାଶେ ଉପରିସ୍ଥଙ୍କ ସହ ଯୋଗାଯୋଗ କରିପାରନ୍ତି। ପରିବାରର ବାରଣ ସତ୍ତ୍ୱେ କୌଣସି କାମ କରିବା ଯୋଗୁ ଲୋକଙ୍କ ଦ୍ୱାରା ସମାଲୋଚିତ ହେବେ। ଯାନବାହନ ଚାଳନାରେ ସତର୍କତା ଅବଲମ୍ବନ କରିବା ଭଲ। ପୂର୍ବ ଶତ୍ରୁତାକୁ ନେଇ ନିଜଲୋକ ହଇରାଣ କରିପାରନ୍ତି।
କର୍କଟ

ଗୁରୁ ଦୃଷ୍ଟ ଶନିଙ୍କ ଯୋଗୁ ନୂତନ କାର୍ଯ୍ୟାରମ୍ଭ ସକାଶେ ପ୍ରସ୍ତୁତି ଆରମ୍ଭ କରିପାରନ୍ତି। ଶିଳ୍ପ, ବାଣିଜ୍ୟ, ବ୍ୟବସାୟ ପାଇଁ ଦିନଟି ଭଲ ରହିବ ଏବଂ ଯାତ୍ରାରେ ମଧ୍ୟ ଲକ୍ଷ୍ୟପୂରଣ ହୋଇଯିବ। ବନ୍ଧୁଙ୍କ ପରାମର୍ଶରେ ଦ୍ୱନ୍ଦ୍ୱରେ ପଡି କଥାକୁ ଠିକ୍ ଭାବେ ବୁଝି ପାରିବେନି। ସାଧାରଣ କଥାରେ ପରିବାରରେ ବିତର୍କର ଆଶଙ୍କା ରହିଛି।
ସି˚ହ

ପ୍ରତ୍ୟେକ ସମସ୍ୟା ମଧ୍ୟରେ ନିଜକୁ ସମ୍ଭାଳି ନେଇ କାମ କରିବା ଦୁଷ୍କର ହେବ। ଉଚ୍ଚବର୍ଗର ବ୍ୟକ୍ତିଙ୍କ ଦ୍ୱାରା ସାହାଯ୍ୟ, ସହଯୋଗ ପାଇବେ। ବହୁତ ଦିନରୁ ଖୋଜୁଥିବା ଜିନିଷ ଅତି ନିକଟରୁ ପାଇଯିବେ। ଅସମ୍ପୂର୍ଣ୍ଣ କାମକୁ ସମ୍ପୂର୍ଣ୍ଣ କରିବା ଦିଗରେ ଆଜି ସମୟ ବିତିବ। ରବିଙ୍କ ଦୁର୍ବଳତା କାରଣରୁ ସ୍ବାସ୍ଥ୍ୟ ସମସ୍ୟା ନେଇ ଚିନ୍ତା ପ୍ରକଟ କରିପାରନ୍ତି।
କନ୍ୟା

ଗୁରୁଙ୍କ କୃପାରୁ ପାରିବାରିିକ ଜୀବନରେ ବ୍ୟତିକ୍ରମ କ୍ରମଶଃ ସୁଧୁରିଯିବାର ଅନୁଭବ କରିବେ। କର୍ମ କ୍ଷେତ୍ରରେ ଅସ୍ଥିରତାଜନିତ କେତେକ ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ଅର୍ଥାଭାବରୁ କୌଣସି କାମ ସମ୍ପନ୍ନ କରିବା କଷ୍ଟକର ହୋଇପାରେ। ବ୍ୟବସାୟିକ ସ୍ଥିତି ଉନ୍ନତ ରହିବା ସାଙ୍ଗକୁ ଆଜିର ଯାତ୍ରାରେ ଲକ୍ଷ୍ୟପୂରଣ କରିପାରିବେ।
ତୁଳା

ଶନି ଷଷ୍ଠ ଭାବରେ ରହିଥିବାରୁ କଳହ ଲାଗିଥିବା ବନ୍ଧୁଟି ପ୍ରତି ସତର୍କ ରହିବା ଭଲ। ବିବାଦୀୟ ଘଟଣାରେ ଆପୋସ ଆଲୋଚନା ଦ୍ୱାରା ସମସ୍ୟା ସମାଧାନ କରିପାରିବେ। ନିର୍ମାଣ ଶିଳ୍ପ, ବ୍ୟବସାୟ ଓ ପରିବହନରୁ ସନ୍ତୋଷଜନକ ଫଳ ପାଇବେ। ପାରିବାରିକ ସମସ୍ୟା ସମାଧାନ ସକାଶେ ବନ୍ଧୁଙ୍କ ସାହାଯ୍ୟ ଆଶା କରିପାରନ୍ତି।
ବିଛା

ବୃହସ୍ପତିଙ୍କ ଶୁଭଦୃଷ୍ଟିରୁ ବକେୟା ଅର୍ଥଲାଭ ସହ ସନ୍ତାନଙ୍କ ସ୍ଥଗିତ କାର୍ଯ୍ୟ ସମ୍ପନ୍ନ ହୋଇଯିବ। ଶନିଙ୍କ ଦୃଷ୍ଟି ହେତୁ ମାନସିକ ସ୍ଥିତି ଦୁର୍ବଳ ରହିବା ସାଙ୍ଗକୁ ସଂସର୍ଗତା ଦୋଷ ଲାଗିପାରେ। ନିର୍ମାଣ କାର୍ଯ୍ୟ, ଯାନ୍ତ୍ରିକ ଜିନିଷର ମରାମତି ସକାଶେ ବ୍ୟସ୍ତତା ବୃଦ୍ଧି ପାଇବ। ସଙ୍ଗୀତ, ଚଳଚ୍ଚିତ୍ର କ୍ରୀଡା, ପ୍ରତିଯୋଗିତା, କ୍ଷେତ୍ରରେ ସଫଳତା ମିଳିପାରେ।
ଧନୁ

ଲାଭସ୍ଥାନରେ କର୍ମାଧିପତି ଥିବାରୁ ପରିସ୍ଥିତି ବଦଳି ଯିବାରୁ ମନ ହାଲୁକା ହୋଇଯିବ। ପାରିବାରିକ କ୍ଷେତ୍ର, ପ୍ରକାଶନ, ଯାନବାହନ, ନିର୍ମାଣ ଓ ଯାତ୍ରାରୁ ସୁଫଳ ପାଇବେ। କଠୋର କଥା କହିବାରୁ ପରିବାରରେ କଳହ ଦେଖାଦେଇପାରେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାନଙ୍କ ତରଫରୁ ସୃଷ୍ଟ ମିଥ୍ୟା ଗୁଜବରେ ଆତଙ୍କିତ ହୁଅନ୍ତୁ ନାହିଁ।
ମକର

କର୍ମକ୍ଷେତ୍ରରେ ଅନୁକୂଳଗ୍ରହଙ୍କ ସ୍ଥିତି ହେତୁ ଆଜି କୌଣସି କାମ ଅଟକି ରହିବନାହିଁ। ସାମାଜିକ ସ୍ତରରେ ତଥା ଗଠନମୁଳକ କାର୍ଯ୍ୟରୁ ପ୍ରଶଂସିତ ହେବେ ଏବଂ ଦୂରଯାତ୍ରାର ସୁଯୋଗ ମଧ୍ୟ ପାଇବେ। ବୃତ୍ତି, ବାଣିଜ୍ୟ, ଯାତ୍ରା ଓ ଆନୁଷ୍ଠାନିକ କାମରୁ ଖୁସି ରହିବେ। ପରିବାରରେ ଛୋଟ ଛୋଟ ଘଟଣା ପ୍ରତି ଗୁରୁତ୍ୱ ଦିଅନ୍ତୁ ନାହିଁ।
କୁମ୍ଭ

ଅର୍ଥାଭାବ ସାଙ୍ଗକୁ କର୍ମହାନି ଯୋଗୁ ମାନସିକ ସ୍ଥିତି ବିଶେଷ ଭଲ ରହି ନ ପାରେ। ଅବଶ୍ୟ ବନ୍ଧୁମାନଙ୍କ ସାହାଯ୍ୟରେ ବକେୟା ଅର୍ଥ ଆଦାୟ କରିବାରେ ସକ୍ଷମ ହେବେ। ବ୍ୟବସାୟ, ବାଣିଜ୍ୟ ଓ ପରିବହନରେ କିଛି ଅସୁବିଧା ହେବ ନାହିଁ। କିନ୍ତୁ ସାମୟିକ ଭାବରେ ପୁତ୍ରକନ୍ୟାଙ୍କ ହେତୁକ କେତେକ ସମସ୍ୟାକୁ ନେଇ ଚିନ୍ତିତ ରହିପାରନ୍ତି।
ମୀନ
ବୁଧ ଅଷ୍ଟମାଧିପତି ଯୁକ୍ତ କାରଣରୁ ନିଜଲୋକମାନଙ୍କ କଦର୍ଯ୍ୟ ବ୍ୟବହାରରେ ଅସନ୍ତୁଷ୍ଟ ହୋଇପାରନ୍ତି। ବାଣିଜ୍ୟ, ପରିବହନ, ଯାତ୍ରା, ଆନୁଷ୍ଠାନିକ କାମରେ ସଫଳତା ହାସଲ କରିବେ। ଗୁରୁତ୍ୱପୂର୍ଣ୍ଣ ଆଲୋଚନା କାଳରେ ଜଣେ ବନ୍ଧୁଙ୍କ ଉପସ୍ଥିତିକୁ କେନ୍ଦ୍ରକରି ଝଗଡ଼ା ଲାଗିପାରେ। ଗୁରୁଜନଙ୍କ ସ୍ବାସ୍ଥ୍ୟ ସକାଶେ ଚିନ୍ତିତ ରହିପାରନ୍ତି।
📲 Follow Dharitri – Odisha’s No. 1 Odia Daily 📰✨
Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.