ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

Sep 27, 2026 - 12:58
ମାଛ ଧରିବାକୁ ଯାଇ ନାଳରେ ବୁଡ଼ିଗଲେ ବୃଦ୍ଧ, ମୃତଦେହ ଉଦ୍ଧାର କରି…

ବାରିପଦା,୨୭ା୯(ନୀଳାଦ୍ରି ବିହାରୀ ଦଣ୍ଡପାଟ): ମାଛ ଧରିବାକୁ ଯାଇ ନାଳର ଗଭୀର ପାଣିରେ ବୁଡ଼ି ଜଣେ ବୃଦ୍ଧଙ୍କ ମୃତ୍ୟୁ ଘଟିଛି। ମୃତକ ହେଲେ ବାରିପଦା ସଦର ଥାନା ଅନ୍ତର୍ଗତ କୁଚିଳାଘାଟୀ ପଞ୍ଚାୟତ ଖସାଡିହା ଗ୍ରାମର ୬୦ ବର୍ଷୀୟ ସନାତନ ସିଂ।

ସୂଚନା ଅନୁଯାୟୀ, ସନାତନ ମାଛ ଧରିବା ପାଇଁ ଗ୍ରାମ ନିକଟସ୍ଥ ଏକ ନାଳକୁ ଯାଇଥିଲେ। ତେବେ ମାଛ ଧରୁଥିବା ସମୟରେ ଅସାବଧାନତାବଶତଃ ସେ ନାଳର ଗଭୀର ପାଣିରେ ବୁଡ଼ି ଯାଇଥିଲେ। ଏନେଇ ୧୧୨ ନମ୍ବରକୁ ସୂଚନା ଦିଆଯିବା ପରେ ବାଲିଡିହା ଅଗ୍ନିଶମ ବାହିନୀର ଏକ ଟିମ୍‌ ଘଟଣାସ୍ଥଳରେ ପହଞ୍ଚି ଖୋଜାଖୋଜି ଆରମ୍ଭ କରିଥିଲା।

ପରେ ଅଗ୍ନିଶମ କର୍ମଚାରୀମାନେ ନାଳରୁ ସନାତନଙ୍କ ମୃତଦେହ ଉଦ୍ଧାର କରି ବାରିପଦା ଜିଲା ମୁଖ୍ୟ ଚିକିତ୍ସାଳୟକୁ ନେଇଥିଲେ। ସେଠାରେ ଡାକ୍ତର ପରୀକ୍ଷା କରି ସନାତନଙ୍କୁ ମୃତ ଘୋଷଣା କରିଥିବା ଜଣାପଡ଼ିଛି।

ଘଟଣା ସମ୍ପର୍କରେ ବାଲିଡିହା ଅଗ୍ନିଶମ କାର୍ଯ୍ୟାଳୟର ମୁଖ୍ୟ ଫାୟାର ଫାଇଟର ଜଗନ୍ନାଥ ହେମ୍ବ୍ରମ ସୂଚନା ଦେଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।