ମାତ୍ର ୩୫ ରନ୍‌ କରିବା କ୍ଷଣି ବିଶ୍ୱରେକର୍ଡ ଭାଙ୍ଗିବେ ଅଭିଷେକ ଶର୍ମା: ହାତରେ ରହିଛି ବଡ଼ ସୁଯୋଗ

Oct 30, 2026 - 09:52
ମାତ୍ର ୩୫ ରନ୍‌ କରିବା କ୍ଷଣି ବିଶ୍ୱରେକର୍ଡ ଭାଙ୍ଗିବେ ଅଭିଷେକ ଶର୍ମା: ହାତରେ ରହିଛି ବଡ଼ ସୁଯୋଗ

ନୂଆଦିଲ୍ଲୀ,୩୦।୧୦: ଭାରତ ଓ ନ୍ୟୁଜିଲାଣ୍ଡ ମଧ୍ୟରେ ଟି-୨୦ ସିରିଜ୍‌ର ଚତୁର୍ଥ ମ୍ୟାଚ ଆଜି ଅକଲାଣ୍ଡର ଇଡେନ ପାର୍କରେ ଖେଳାଯିବ। ଏହି ମ୍ୟାଚ୍‌ରେ ଭାରତୀୟ ଓପନର ଅଭିଷେକ ଶର୍ମାଙ୍କ ପାଖରେ ଦୁଇଟି ବଡ଼ ରେକର୍ଡ ନିଜ ନାମରେ କରିବାର ସୁଯୋଗ ରହିଛି। ମାତ୍ର ୩୫ ରନ କଲେ ସେ ୨୦୨୬ରେ ସର୍ବାଧିକ ଟି-୨୦ ରନ କରିଥିବା ବ୍ୟାଟର ହୋଇପାରିବେ। ସେହିପରି ୪୦ ରନ କଲେ ଭାରତ ପାଇଁ ଗୋଟିଏ ବର୍ଷରେ ସର୍ବାଧିକ ଟି-୨୦ ଅନ୍ତର୍ଜାତୀୟ ରନ କରିବାରେ ସୂର୍ଯ୍ୟକୁମାର ଯାଦବଙ୍କ ରେକର୍ଡ ଭାଙ୍ଗିପାରିବେ।
ସୂର୍ଯ୍ୟକୁମାର ଯାଦବଙ୍କ ରେକର୍ଡ ଉପରେ ଅଭିଷେକଙ୍କ ନଜର
ଭାରତ ପାଇଁ ଗୋଟିଏ କ୍ୟାଲେଣ୍ଡର ବର୍ଷରେ ସର୍ବାଧିକ ଟି-୨୦ ଅନ୍ତର୍ଜାତୀୟ ରନ କରିବାର ରେକର୍ଡ ଏବେ ସୂର୍ଯ୍ୟକୁମାର ଯାଦବଙ୍କ ନାମରେ ରହିଛି। ୨୦୨୨ରେ ସେ ୩୧ଟି ମ୍ୟାଚ ଖେଳି ମୋଟ ୧୧୬୪ ରନ କରିଥିଲେ।

ଅନ୍ୟପକ୍ଷରେ, ଅଭିଷେକ ଶର୍ମା ୨୦୨୬ରେ ଏପର୍ଯ୍ୟନ୍ତ ୩୭ଟି ଟି-୨୦ ମ୍ୟାଚ୍‌ରୁ ୧୧୨୫ ରନ ସଂଗ୍ରହ କରିଛନ୍ତି। ସୂର୍ଯ୍ୟକୁମାରଙ୍କ ରେକର୍ଡ ଭାଙ୍ଗିବା ପାଇଁ ତାଙ୍କୁ ଆଉ ମାତ୍ର ୪୦ ରନ ଆବଶ୍ୟକ। ଅକଲାଣ୍ଡ ମ୍ୟାଚ୍‌ରେ ଏହି ରନ କରିପାରିଲେ ସେ ନୂଆ କୀର୍ତ୍ତିମାନ ସ୍ଥାପନ କରିବେ।
୨୦୨୬ରେ ସର୍ବାଧିକ ଟି-୨୦ ରନ କରିବାର ସୁଯୋଗ
ଚଳିତ ବର୍ଷ ଟି-୨୦ ଫର୍ମାଟ୍‌ରେ ଅଭିଷେକଙ୍କ ବ୍ୟାଟ୍‌ରୁ ଲଗାତାର ରନ ବାହାରୁଛି। ୨୦୨୬ରେ ସର୍ବାଧିକ ଟି-୨୦ ରନ କରିଥିବା ବ୍ୟାଟର ତାଲିକାରେ ସେ ନିଜ ସାଥୀ ଈଶାନ କିଶନଙ୍କ ପଛରେ ରହିଛନ୍ତି। ଏହି ତାଲିକାରେ ଶୀର୍ଷ ସ୍ଥାନ ହାସଲ କରିବାକୁ ଅଭିଷେକଙ୍କୁ ମାତ୍ର ୩୫ ରନ ଦରକାର। ଏହି ମ୍ୟାଚ୍‌ରେ ଏତିକି ରନ କରିପାରିଲେ ସେ ଈଶାନ କିଶନଙ୍କୁ ପଛରେ ପକାଇଦେବେ।

ଅଭିଷେକ ଶର୍ମା ଏବେ ଚମତ୍କାର ଫର୍ମରେ ଅଛନ୍ତି। ନ୍ୟୁଜିଲାଣ୍ଡ ବିପକ୍ଷ ତୃତୀୟ ଟି-୨୦ ମ୍ୟାଚ୍‌ରେ ସେ ମାତ୍ର ୩୮ଟି ବଲ୍‌ରୁ ୨୯୭.୩୭ ଷ୍ଟ୍ରାଇକ ରେଟ୍‌ରେ ୧୧୩ ରନ୍‌ର ବିସ୍ଫୋରକ ଇନିଂସ ଖେଳିଥିଲେ। ଏହି ଇନିଂସରେ ତାଙ୍କ ବ୍ୟାଟ୍‌ରୁ ୯ଟି ଚୌକା ଓ ୧୧ଟି ଛକା ବାହାରିଥିଲା। ସେହି ମ୍ୟାଚ୍‌ରେ ବୈଭବ ସୂର୍ଯ୍ୟବଂଶୀ ମଧ୍ୟ ୧୯ଟି ବଲ୍‌ରୁ ୪୫ ରନ୍‌ର ଦ୍ରୁତ ପାଳି ଖେଳିଥିଲେ।

୨୬ ବର୍ଷୀୟ ଅଭିଷେକ ଶର୍ମା ନିଜ ଟି-୨୦ ଅନ୍ତର୍ଜାତୀୟ କ୍ୟାରିୟରରେ ଏପର୍ଯ୍ୟନ୍ତ ୭୦ଟି ମ୍ୟାଚ ଖେଳି ୪ଟି ଶତକ ଓ ୧୪ଟି ଅର୍ଦ୍ଧଶତକ ସହ ମୋଟ ୨୨୪୦ ରନ କରିଛନ୍ତି। ତେଣୁ ଅକଲାଣ୍ଡରେ ହେବାକୁ ଥିବା ଏହି ଚତୁର୍ଥ ଟି-୨୦ ମ୍ୟାଚ ତାଙ୍କ ପାଇଁ ବେଶ ଗୁରୁତ୍ୱପୂର୍ଣ୍ଣ। ଏବେ ଦେଖିବାକୁ ବାକି ରହିଲା, ଅଭିଷେକ ନିଜ ବ୍ୟାଟିଂ ଜଲୱା ଦେଖାଇ ଈଶାନ କିଶନ ଓ ସୂର୍ଯ୍ୟକୁମାର ଯାଦବଙ୍କ ରେକର୍ଡ ଭାଙ୍ଗିପାରୁଛନ୍ତି କି ନାହିଁ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।