Netanyahu Falls Short of Majority in Israel Election: ନିର୍ବାଚନ ପରେ ଇସ୍ରାଏଲରେ କ୍ଷମତା ଅଙ୍କ ଛିଣ୍ଡୁନି, ବହୁମତଠାରୁ ଦୂରରେ ନେତାନ୍ୟାହୁ
ଇସ୍ରାଏଲରେ ନେତାନ୍ୟାହୁଙ୍କୁ ବହୁମତ ଝଟକା।
ନିର୍ବାଚନରେ ବହୁମତଠାରୁ ଦୂରରେ ରହିଗଲେ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତାନ୍ୟାହୁ।
ସବୁଠାରୁ ଅଧିକ ଆସନ ହାସଲ କରିଥିଲେ ମଧ୍ୟ ସରକାର ଗଠନ ପାଇଁ ଆବଶ୍ୟକ ସଂଖ୍ୟା ଯୋଗାଡ଼ କରିପାରିନି ତାଙ୍କ ମେଣ୍ଟ।
୧୨୦ ଆସନ ବିଶିଷ୍ଟ ସଂସଦରେ ବହୁମତ ପାଇଁ ଦରକାର ୬୧ ଆସନ।
ହେଲେ ନେତାନ୍ୟାହୁଙ୍କ ମେଣ୍ଟକୁ ମିଳିଛି ମାତ୍ର ୫୩ଟି ଆସନ।
ଫଳରେ ଇସ୍ରାଏଲରେ ସରକାର ଗଠନକୁ ନେଇ ଅଙ୍କ ଛିଣ୍ଡୁନି।
Advertisment ନିର୍ବାଚନ ଫଳାଫଳ ଅନୁସାରେ, ନେତାନ୍ୟାହୁଙ୍କ ଲିକୁଡ୍ ପାର୍ଟି ୨୭ଟି ଆସନ ଜିତି ସବୁଠାରୁ ବଡ଼ ଦଳ ହୋଇଛି।
କିନ୍ତୁ ମେଣ୍ଟ ଭାବେ ବହୁମତ ସଂଖ୍ୟାଠାରୁ ପଛରେ ରହିଛି।
ଅନ୍ୟପଟେ ବିରୋଧୀ ମେଣ୍ଟକୁ ୪୮ଟି ଆସନ ମିଳିଛି।
ଆରବ ଦଳଗୁଡ଼ିକ ହାତେଇଛନ୍ତି ୧୯ଟି ଆସନ।
ଏହି ସଂଖ୍ୟା ଏବେ ଇସ୍ରାଏଲରେ ସରକାର ଗଠନର ରାଜନୈତିକ ଗଣିତକୁ ଗୁରୁତ୍ୱପୂର୍ଣ୍ଣ ମୋଡ଼ରେ ପହଞ୍ଚାଇଛି।
ବହୁମତ ପାଇଁ ଆବଶ୍ୟକ ୬୧ ଆସନରୁ ନେତାନ୍ୟାହୁଙ୍କ ମେଣ୍ଟ ୮ଟି ଆସନ ପଛରେ ରହିଛି।
ତେଣୁ ସରକାର ଗଠନ ପାଇଁ ଏବେ ଅନ୍ୟ ଦଳଙ୍କ ସମର୍ଥନ ଉପରେ ନଜର।
ବିଶେଷ କରି ଆରବ ଦଳଗୁଡ଼ିକର ଆଭିମୁଖ୍ୟ ନିର୍ଣ୍ଣାୟକ ହୋଇପାରେ।
ଅନ୍ୟପଟେ ବିରୋଧୀ ମେଣ୍ଟ ମଧ୍ୟ ବହୁମତ ଯୋଗାଡ଼ ପାଇଁ ରାଜନୈତିକ ରଣନୀତି ଆପଣାଇବାର ସମ୍ଭାବନା ରହିଛି।
ଏବେ ସମସ୍ତଙ୍କ ନଜର ଇସ୍ରାଏଲର ପରବର୍ତ୍ତୀ ରାଜନୈତିକ ପଦକ୍ଷେପ ଉପରେ।
କିଏ ଗଢ଼ିବ ସରକାର?
ନେତାନ୍ୟାହୁ ଅନ୍ୟ ଦଳଙ୍କ ସମର୍ଥନ ହାସଲ କରିପାରିବେ ନା ବିରୋଧୀ ମେଣ୍ଟ ବିକଳ୍ପ ସରକାର ଗଠନ ପାଇଁ ଆଗକୁ ଆସିବ?
ଏହାକୁ ନେଇ ଇସ୍ରାଏଲ ରାଜନୀତିରେ ଚର୍ଚ୍ଚା ଜୋର୍ ଧରିଛି।
Advertisment
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ ODISHA TV - ଓଡିଶା ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି ODISHA TV - ଓଡିଶା ଟିଭି ଦେଖନ୍ତୁ।