18 OCTOBER 2026

Welcome!

Unlock your personalized experience.
Sign Up

ମୁମ୍ବାଇ ଇଣ୍ଡିଆନ୍ସରୁ ମାହେଲାଙ୍କ ବିଦାୟ

Oct 18, 2026 - 04:33
ମୁମ୍ବାଇ ଇଣ୍ଡିଆନ୍ସରୁ ମାହେଲାଙ୍କ ବିଦାୟ

ମୁମ୍ବାଇ: ଆଇପିଏଲ୍‌ର ଆଗାମୀ ସଂସ୍କରଣ ପୂର୍ବରୁ ମୁମ୍ବାଇ ଇଣ୍ଡିଆନ୍ସକୁ ବଡ଼ ଝଟକା ଲାଗିଛି। ଦଳର ମୁଖ୍ୟ ପ୍ରଶିକ୍ଷକ ପଦରୁ ଇସ୍ତଫା ଦେଇଛନ୍ତି ଶ୍ରୀଲଙ୍କାର ପୂର୍ବତନ ଅଧିନାୟକ ମାହେଲା ଜୟବର୍ଦ୍ଧନେ। ଶନିବାର ଫ୍ରାଞ୍ଚାଇଜି ପକ୍ଷରୁ ଏହି ଘୋଷଣା କରାଯାଇଛି। ମୁମ୍ବାଇ ଇଣ୍ଡିଆନ୍ସ ସହ ଦୀର୍ଘ ଏକ ଦଶନ୍ଧିରୁ ଅଧିକ ସମୟର ସମ୍ପର୍କକୁ ସ୍ମରଣ କରି ଜୟବର୍ଦ୍ଧନେ କହିଛନ୍ତି, ମୁମ୍ବାଇ ଇଣ୍ଡିଆନ୍ସ ମୋ କ୍ରିକେଟ୍ ଯାତ୍ରାର ଏକ ବିଶେଷ ଅଂଶ। ଦଳର ମାଲିକାଣୀ ନୀତା ଅମ୍ବାନୀ ଓ ଆକାଶ ଅମ୍ବାନୀଙ୍କ ସମର୍ଥନ ଓ ଭରସା ପାଇଁ ସେ କୃତଜ୍ଞତା ଜଣାଇବା ସହ ଖେଳାଳି, ସହଯୋଗୀ କର୍ମଚାରୀ ଓ ପ୍ରଶଂସକଙ୍କ ସହ ବିତାଇଥିବା ସମୟକୁ ସବୁବେଳେ ମନେ ରଖିବେ ବୋଲି କହିଛନ୍ତି। ୨୦୧୭ରେ ମୁମ୍ବାଇ ଇଣ୍ଡିଆ‌ନ୍ସର ମୁଖ୍ୟ ପ୍ରଶିକ୍ଷକ ପଦ ଗ୍ରହଣ କରି ୨୦୨୧ ପର୍ଯ୍ୟନ୍ତ ଏହି ପଦରେ ରହିଥିଲେ ଜୟବର୍ଦ୍ଧନେ। 

ସେଥିମଧ୍ୟରେ ସେ ମୁମ୍ବାଇ ଇଣ୍ଡିଆନ୍ସକୁ ତିନିଥର ଆଇପିଏଲ୍ ଟାଇଟଲ୍ ବିଜେତା କରାଇଥିଲା। ୨୦୨୨ରୁ ୨୦୨୪ ପର୍ଯ୍ୟନ୍ତ  ମୁମ୍ବାଇ ଇଣ୍ଡିଆନ୍ସର ବିଶ୍ୱସ୍ତରୀୟ ପ୍ରଦର୍ଶନ ମୁଖ୍ୟ ଭାବେ କାର୍ଯ୍ୟ କରିଥିଲେ। ୨୦୨୫ରେ ମାର୍କ ବାଉଚରଙ୍କ ସ୍ଥାନରେ ପୁଣିଥରେ ମୁଖ୍ୟ ପ୍ରଶିକ୍ଷକ ହୋଇଥିଲେ। ତେବେ ଦ୍ୱିତୀୟ ପାଳିରେ ଦଳର ପ୍ରଦର୍ଶନ ଆଶାନୁରୂପ ରହି ନଥିଲା। ୨୦୨୫ରେ ମୁମ୍ବାଇ ଚତୁର୍ଥ ସ୍ଥାନ ଏବଂ ୨୦୨୬ରେ ନବମ ସ୍ଥାନକୁ ଖସିଥିଲା। ଜୟବର୍ଦ୍ଧନେଙ୍କ ଅବଦାନକୁ ପ୍ରଶଂସା କରି ନୀତା ଅମ୍ବାନୀ କହିଛନ୍ତି, ଜୟବର୍ଦ୍ଧନେଙ୍କ ଶାନ୍ତ ନେତୃତ୍ୱ, ସଚ୍ଚୋଟତା ଓ କ୍ରିକେଟ୍ ପ୍ରତି ଗଭୀର ଭଲପାଇବା ମୁମ୍ବାଇ ଇଣ୍ଡିଆନ୍ସ ପାଇଁ ଅତ୍ୟନ୍ତ ମୂଲ୍ୟବାନ। ଦଳ ସହ ତାଙ୍କର ସମ୍ପର୍କ ସବୁବେଳେ ଅତୁଟ ରହିବ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMBAD - ସମ୍ବାଦ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMBAD - ସମ୍ବାଦ ଦେଖନ୍ତୁ।