'ମୁରାସୁ' ପାଇଁ କନ୍ଧମାଳ ଏବଂ ରାୟଗଡାରେ ୨ଦିନ ସ୍କୁଲ ଛୁଟି ଘୋଷଣା

Nov 02, 2026 - 13:19
'ମୁରାସୁ' ପାଇଁ କନ୍ଧମାଳ ଏବଂ ରାୟଗଡାରେ ୨ଦିନ ସ୍କୁଲ ଛୁଟି ଘୋଷଣା

କନ୍ଧମାଳ  : ବଙ୍ଗୋପସାଗରରେ ଦ୍ରୁତଗତିରେ ଉପକୂଳ ମୁହାଁ ହେଉଛି ଭୀଷଣ ବାତ୍ୟା ‘ମୁରାସୁ’। ଘଣ୍ଟାକୁ ୨୫ କିଲୋମିଟର ବେଗରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗରେ ଗତି କରୁଛି ବାତ୍ୟା । ଆଜି ମଧ୍ୟରାତ୍ରିରୁ କାଲି ଭୋର ମଧ୍ୟରେ ଲ୍ୟାଣ୍ଡଫଲ୍  କରିବ । ଭାରତୀୟ ପାଣିପାଗ ବିଭାଗ ସୂଚନା ଅନୁସାରେ, ଗତ ୬ ଘଣ୍ଟା ମଧ୍ୟରେ ଘଣ୍ଟାକୁ ୧୨୦ କିମି ପର୍ଯ୍ୟନ୍ତ ବାତ୍ୟା ଏହି ବେଗରେ ଆଗକୁ ବଢ଼ିଛି । ଏବେ ପଶ୍ଚିମକେନ୍ଦ୍ରୀୟ ଓ ସଂଲଗ୍ନ ଦକ୍ଷିଣପଶ୍ଚିମ ବଙ୍ଗୋପସାଗରରେ ସକ୍ରିୟ ରହିଛି ‘ମୁରାସୁ’। ବାତ୍ୟାକୁ ନେଇ ସଜାଗ ରହିଛି ଜିଲ୍ଲା ପ୍ରଶାସନ । ବାତ୍ୟା ପାଇଁ କନ୍ଧମାଳ ଜିଲ୍ଲାରେ ୨ ଦିନ ପାଇଁ ସ୍କୁଲ ଛୁଟି ଘୋଷଣା କରାଯାଇଛି । ଏନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି ।

ଆଗାମୀ ୨ ଦିନ ଜିଲ୍ଲାର ସମସ୍ତ ସରକାରୀ, ବେସରକାରୀ ସ୍କୁଲ ଓ ଅଙ୍ଗନଓ୍ୱାଡି ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ । ଆସନ୍ତା ୩ ଓ ୪ ତାରିଖ ବନ୍ଦ ରହିବା ନେଇ ଜିଲ୍ଲାପାଳ ସୂଚନା ଦେଇଛନ୍ତି । ବାତ୍ୟା ମୁରାସୁ ପ୍ରଭାବରେ ପ୍ରବଳ ବର୍ଷାର ଆଶଙ୍କା ଥିବାରୁ ଏହି ସବୁ ସ୍କୁଲକୁ ବନ୍ଦ ରଖିବାକୁ ନିଷ୍ପତ୍ତି ନିଆଯାଇଛି ବୋଲି ସୂଚନା ରହିଛି ।

ସେହିଭଳି,  ରାୟଗଡ଼ା ସମେତ ମାଲକାନଗିରି, କୋରାପୁଟ, ଗଜପତି ଏବଂ ଗଞ୍ଜାମ ଆଦି ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ବାତ୍ୟା ଯୋଗୁଁ ପ୍ରବଳରୁ ଅତି ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି। ସୁରକ୍ଷା ଦୃଷ୍ଟିରୁ ମାଲକାନଗିରି ଜିଲ୍ଲାରେ ମଧ୍ୟ ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ସମସ୍ତ ଶିକ୍ଷାନୁଷ୍ଠାନ ଓ ଅଙ୍ଗନବାଡ଼ି କେନ୍ଦ୍ର ବନ୍ଦ ରଖିବାକୁ ନିର୍ଦ୍ଦେଶ ଦିଆଯାଇଛି ।

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।