ମୁହାଁମୁହିଁ ହେ​‌ଲେ ଦୁଇ ଭାରତୀୟ କ୍ରିକେଟର

Sep 21, 2026 - 18:57
ମୁହାଁମୁହିଁ ହେ​‌ଲେ ଦୁଇ ଭାରତୀୟ କ୍ରିକେଟର

ନୂଆଦିଲ୍ଲୀ:ମୁହାଁମୁହିଁ ହେ​‌ଲେ ଦୁଇ ଭାରତୀୟ କ୍ରିକେଟର। ଅଜିତ ଅଗରକର ଓ ଭିଭିଏସ୍‌ ଲକ୍ଷ୍ମଣ ମଧ୍ୟରେ ଦେଖାଦେଇଥିବା ବିବାଦ ଏବେ ଚରମସୀମାରେ ପହଞ୍ଚିଛି। ଜଣେ ଭାରତୀୟ ପୁରୁଷ ଦଳର ମୁଖ୍ୟ ଚୟନକର୍ତ୍ତା ଭାବେ ଦାୟିତ୍ୱ ତୁଲୁଥିବା ବେଳେ, ଅନ୍ୟଜଣ ବିସିସିଆଇ ସେଣ୍ଟର ଅଫ୍ ଏକ୍ସିଲେନ୍ସ (COE)ର ମୁଖ୍ୟ ଭାବେ କାର୍ଯ୍ୟ କରୁଛନ୍ତି। ସୂଚନା ଅନୁସାରେ, ଆହତ ଖେଳାଳିଙ୍କ ପରିଚାଳନା ଏବଂ ଭାରତ ‘ଏ’ ଦଳର ମ୍ୟାଚ୍ ସୂଚୀକୁ ନେଇ ଦୁହିଁଙ୍କ ମଧ୍ୟରେ ଗଭୀର ମତଭେଦ ଉପୁଜିଥିଲା।ଜୁଲାଇ ୨୦୨୩ରେ ମୁଖ୍ୟ ଚୟନକର୍ତ୍ତା ହୋଇଥିବା ଅଗରକରଙ୍କ କାର୍ଯ୍ୟକାଳ ନେଇ ଏବେ ବିସିସିଆଇରେ ପରିବର୍ତ୍ତନର ଚର୍ଚ୍ଚା ଜୋର ଧରିଛି। ସୂଚନା ଅନୁସାରେ, ଅଗରକର ଆଉ ମୁଖ୍ୟ ଚୟନକର୍ତ୍ତା ଭାବେ ଆଗକୁ ବଢ଼ିବାକୁ ଇଚ୍ଛୁକ ନୁହନ୍ତି ଏବଂ ବିସିସିଆଇ ନୂଆ ଚୟନକର୍ତ୍ତା ଖୋଜିବା ପ୍ରକ୍ରିୟାରେ ଅଛି।

ସୂଚନା ଅନୁସାରେ, ଅଗରକରଙ୍କ ଭବିଷ୍ୟତ ନେଇ ବିସିସିଆଇ ସହ ମତଭେଦର ଏକ ପ୍ରମୁଖ ପ୍ରସଙ୍ଗ ଥିଲା ରୋହିତ ଶର୍ମାଙ୍କ ଦିନିକିଆ ଭବିଷ୍ୟତ। ଚୟନକର୍ତ୍ତା ଓ ଟିମ୍ ମ୍ୟାନେଜମେଣ୍ଟ ରୋହିତଙ୍କ ଭବିଷ୍ୟତ ନେଇ ଏକ ଦିଗରେ ଚିନ୍ତା କରୁଥିବା ବେଳେ, ଏହାକୁ ନେଇ ବିସିସିଆଇର ଭିନ୍ନ ମତ ଥିବା ରିପୋର୍ଟରେ ଦାବି କରାଯାଇଛି।ଆହତ ଖେଳାଳିଙ୍କ ନୀତି ଏବଂ ଭାରତ ‘ଏ’ ଦଳର ମ୍ୟାଚ୍ ସୂଚୀ ଦୁଇଟି ମୁଖ୍ୟ ପ୍ରସଙ୍ଗ ଥିଲା। COE ମୁଖ୍ୟ ଭାବେ ଲକ୍ଷ୍ମଣ ଭାରତ ‘ଏ’ ଦଳର ଖେଳାଳିମାନେ ପ୍ରତିଯୋଗିତାମୂଳକ କ୍ରିକେଟ୍‌ରେ ଶକ୍ତିଶାଳୀ ଦଳ ନେଇ ଖେଳନ୍ତୁ ବୋଲି ଗୁରୁତ୍ୱ ଦେଉଥିଲେ ବୋଲି ଜଣେ ପୂର୍ବତନ ରାଜ୍ୟ ଦଳର କୋଚ୍ କହିଥିବା ନେଇ ଜଣାପଡିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।