ପୁଲିସି ବାବୁଙ୍କୁ ସୋସିଆଲ ମିଡିଆ ମନା
ଭୁବନେଶ୍ୱର : ପୁଲିସି ବାବୁଙ୍କୁ ସୋସିଆଲ ମିଡିଆ ମନା! କମିଶନରେଟ୍ ପୁଲିସ ସୋସିଆଲ୍ ମିଡିଆ ବ୍ୟବହାରକୁ ନେଇ ନୂଆ କଟକଣା ଲାଗୁ କରିଛି। ପୁଲିସ ପୋଷାକ ପିନ୍ଧି ରିଲ୍ସ କିମ୍ବା ଭିଡିଓ ପ୍ରସ୍ତୁତ କରି ସୋସିଆଲ୍ ମିଡିଆରେ ପୋଷ୍ଟ କରିବା ଉପରେ ପ୍ରତିବନ୍ଧକ ଲଗାଯାଇଛି। କମିଶନରେଟ୍ ପୁଲିସ ପକ୍ଷରୁ ଏ ନେଇ ଏକ ନିର୍ଦ୍ଦେଶନାମା ଜାରି ହୋଇଛି। ନିୟମ ଉଲ୍ଲଂଘନ କରି ପୁଲିସ ପୋଷାକରେ ରିଲ୍ସ କିମ୍ବା ଅନ୍ୟାନ୍ୟ ଭିଡିଓ ପୋଷ୍ଟ କରିଥିବା ଜଣାପଡ଼ିଲେ ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କ ବିରୋଧରେ ବିଭାଗୀୟ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରାଯିବ ।
ଖାଲି ସେତିକି ନୁହେଁ, ପୁଲିସ ପୋଷାକରେ ବିଭିନ୍ନ ସମ୍ବେଦନଶୀଳ ସ୍ଥାନରେ ଫଟୋ ଉଠାଇ ସୋସିଆଲ୍ ମିଡିଆରେ ପୋଷ୍ଟ କରିବାକୁ ମଧ୍ୟ ବାରଣ କରାଯାଇଛି। ବିଧାନସଭା, ମନ୍ଦିର ଓ ଅନ୍ୟ ଧାର୍ମିକ ସ୍ଥଳ ସମେତ ଲୋକ ଭବନ, ଲୋକସେବା ଭବନ, ରିଜର୍ଭ ବ୍ୟାଙ୍କ ଏବଂ ହାଇକୋର୍ଟ ସମ୍ମୁଖରେ ପୁଲିସ ପୋଷାକରେ ଫଟୋ ଉଠାଇ ପୋଷ୍ଟ କରିବା ଉପରେ ରୋକ ଲାଗିଛି। ପୁଲିସ ବିଭାଗର ମର୍ୟ୍ୟାଦା, ଶୃଙ୍ଖଳା ଓ ସରକାରୀ ପଦବୀର ଗାରିମା ବଜାୟ ରଖିବା ଉଦ୍ଦେଶ୍ୟରେ ଏହି ନିର୍ଦ୍ଦେଶନାମା ଜାରି ହୋଇଥିବା ଜଣାପଡ଼ିଛି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।