ମେଗା ଚକ୍ଷୁ ଚିକିତ୍ସା ଶିବିରରେ ସାମିଲ ହେବେ ରାଷ୍ଟ୍ରପତି
ରାଇରଙ୍ଗପୁର : ଓଡ଼ିଶା ଆସିବେ ରାଷ୍ଟ୍ରପତି । ଆସନ୍ତା ଅକ୍ଟୋବର ୨୭ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ମହାମହିମ ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ । ରାଇରଙ୍ଗପୁର ଗସ୍ତରେ ଆସି ୩ଟି ସ୍ଥାନରେ ଆୟୋଜିତ ମେଗା ଚକ୍ଷୁ ଚିକିତ୍ସା ଶିବିରରେ ସାମିଲ ହେବେ । ମହୁଲଡିହା ସ୍ଥିତ ‘ସଂଜୀବ ନେତ୍ରାଳୟ’, ଉପଖଣ୍ଡ ଚିକିତ୍ସାଳୟ ଏବଂ ମହତାବ ଭବନ ଠାରେ ଆୟୋଜିତ ହେବ ଏହି ଶିବିର । ମୟୂରଭଞ୍ଜ ସାଂସଦ ନବଚରଣ ମାଝୀ ଏହି ସୂଚନା ପ୍ରଦାନ କରିଛନ୍ତି ।
ଅକ୍ଟୋବର ୨୬ ରୁ ୩୦ ତାରିଖ ଯାଏଁ ଚାଲିବ ଏହି ବୃହତ ଚକ୍ଷୁ ଚିକିତ୍ସା ଶିବିର ଚାଲିବ। ଶିବିରରେ ଦିଲ୍ଲୀରୁ ୧୦୦ରୁ ଅଧିକ ଚକ୍ଷୁ ବିଶେଷଜ୍ଞ ଯୋଗଦେଇ ଲୋକଙ୍କ ଚକ୍ଷୁ ପରୀକ୍ଷା ଓ ଚିକିତ୍ସା କରିବେ । ଆବଶ୍ୟକତା ଅନୁସାରେ ରୋଗୀମାନଙ୍କୁ ଚକ୍ଷୁ ସମ୍ପର୍କିତ ବିଭିନ୍ନ ଚିକିତ୍ସା ସେବା ଯୋଗାଇ ଦିଆଯିବ । ଅକ୍ଟୋବର ୨୮ରେ ଫେରିଯିବେ ରାଷ୍ଟ୍ରପତି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।