ମେୟର -ବିଡିଏ ଭିସି କଥା କଟାକଟି

Oct 13, 2026 - 14:35
ମେୟର -ବିଡିଏ ଭିସି କଥା କଟାକଟି

ଭୁବନେଶ୍ୱର : ନାମଫଳକରେ ନାଁ ନଥିବାରୁ ରାଗିଲେ ଭୁବନେଶ୍ୱର ମେୟର ସୁଲୋଚନା ଦାସ। ଘାଟିକିଆ ଠାରେ ବଜରଙ୍ଗୀ ଖେଳପଡିଆ ଉଦଘାଟନ କରିବାକୁ ଆସିଥିବାବେଳେ ମେୟର ସୁଲୋଚନା ବିଡିଏ ଭିସି ଚଞ୍ଚଳ ରାଣାଙ୍କ ଉପରେ ଅସନ୍ତୋଷ ଝାଡିଥିବା ଦେଖାଯାଇଥିଲା । ଯଦି ନାମ ଫଳକରେ ମେୟରଙ୍କ ନାଁ ନ ରହିବ ତେବେ ସେଠାକୁ କାହିଁକି ଡାକିଥିଲେ ବୋଲି ଭିସିଙ୍କୁ ପଚାରିଥିଲେ ମେୟର ।  

କଥା କଟାକଟି ପରେ ଘଟଣାସ୍ଥଳରେ ଉପସ୍ଥିତ ଥିବା ବିଧାୟକ ବାବୁ ସିଂହ ଏବଂ ବିଧାୟକ ପ୍ରଶାନ୍ତ ଜଗଦ୍ଦେବ ମେୟରଙ୍କୁ ବୁଝାଶୁଝା କରିଥିଲେ । ପରେ ପରିସ୍ଥିତି ଶାନ୍ତ ପଡିଥିବା ସୂଚନା ମିଳିଛି। ଏହି ଘଟଣା ଏବେ ରାଜଧାନୀରେ ଚର୍ଚ୍ଚାର ବିଷୟ ହୋଇଛି ।

 

 

 

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।