ମୋତେ ମଦ ଦିଅ…ଜେଲ୍ରେ ଥାଇ ପୋଲିସ ଆଗରେ ଏମିତି ଡିମାଣ୍ଡ କଲେ ସିୟା
ପୁଣେ,୨୬।୬: ମହାରାଷ୍ଟ୍ର ଲୋହଗଡ଼ ଦୁର୍ଗରେ ୨୬ ବର୍ଷୀୟ କେତନ ଅଗ୍ରୱାଲଙ୍କ ମୃତ୍ୟୁକୁ ନେଇ ଥମୁନି ଚର୍ଚ୍ଚା। ଏହି ଘଟଣାରେ ଗୋଟିଏ ପରେ ଗୋଟିଏ ଗୁମର ଖୋଲୁଛି। ସିୟା ଗୋୟଲ ଏବଂ ତାଙ୍କ ପ୍ରେମିକ ଚେତନ ଚୌଧୁରୀ କେତନଙ୍କୁ ମହାରାଷ୍ଟ୍ରର ଲୋହାଗଡ ଦୁର୍ଗକୁ ନେଇ ଶହ ଶହ ଫୁଟ ଗଭୀର ଏକ ଗର୍ତ୍ତରେ ଠେଲି ଦେଇଥିଲେ । ଏହା କେବଳ ରାଜ୍ୟ ନୁହେଁ ବରଂ ସମଗ୍ର ଦେଶକୁ ଥରାଇ ଦେଇଛନ୍ତି। ମାତ୍ର ୨୦-୨୫ ବର୍ଷ ବୟସର ଏହି ଦୁଇଜଣ କିପରି ଏପରି ଏକ ନୃଶଂସ କାର୍ଯ୍ୟ କରିବାକୁ ସାହସ କଲେ ସେନେନେଇ ସବୁଠି ଆଲୋଚନା ହେଉଛି।
ଏହି ଘୃଣ୍ୟ ଅପରାଧର ଅପରାଧୀ ସିୟା ଏବଂ ଚେତନ ସେମାନଙ୍କ କାର୍ଯ୍ୟ ପାଇଁ କୌଣସି ଅନୁତାପ ଦେଖାଉ ନାହାଁନ୍ତି। ଉଭୟଙ୍କୁ ଜୁନ ୨୯ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି। ହେପାଜତରେ ଥିବା ସମୟରେ ସିୟାଙ୍କ ଆଚରଣ ସାଧାରଣ ଲୋକଙ୍କ ଦୃଷ୍ଟି ଆକର୍ଷଣ କରିଛି।
ହତ୍ୟା ଅଭିଯୋଗରେ ପୋଲିସ ଲକଅପରେ ଥିବା ସତ୍ତ୍ୱେ ସିୟାଙ୍କ ମୁହଁରେ ଅନୁତାପ କୌଣସି ଚିହ୍ନ ଦେଖାଇ ନ ଥିଲେ। ଲକ୍ଅପ୍ରେ ଥିବା ସମୟରେ ସେ ପୋଲିସଠାରୁ ମଦ ଦାବି କରିଥିଲେ। କିନ୍ତୁ, ପୋଲିସ ତାଙ୍କ ଦାବିକୁ ପ୍ରତ୍ୟାଖ୍ୟାନ କରି ତାଙ୍କୁ ଭର୍ତ୍ସନା କରିବା ପରେ ସେ ଚୁପ ହୋଇଗଲେ। ସିୟା ଏବଂ ଚେତନଙ୍କୁ ଜୁନ ୨୯ ପର୍ଯ୍ୟନ୍ତ ପୋଲିସ ହେପାଜତକୁ ପଠାଯାଇଛି ଏବଂ ପୋଲିସ ସେମାନଙ୍କୁ ଘନିଷ୍ଠ ପଚରାଉଚରା କରୁଛି। ସେମାନଙ୍କୁ ପୃଥକ ପୃଥକ ଲକଅପ୍ରେ ରଖାଯାଇଛି। ପ୍ରାଥମିକ ରିପୋର୍ଟ ଅନୁଯାୟୀ, ଉଭୟ ସ୍ବାଭାବିକ ଭାବରେ ବ୍ୟବହାର କରୁଛନ୍ତି।
ଚେତନ ଦାବି କରନ୍ତି ଯେ, ସେ ସିୟା ସହିତ ପଳାଇବାକୁ ଚାହୁଁଥିଲେ, କିନ୍ତୁ ତାଙ୍କ ପରିବାରର ସମ୍ମାନହାନି ହେବାର ଭୟରେ ସେ ମନା କରିଦେଇଥିଲେ। ସିୟା ହିଁ କେତନଙ୍କୁ ହଟାଇବା ପାଇଁ ପରାମର୍ଶ ଦେଇଥିଲେ। ଅନ୍ୟପକ୍ଷରେ ସିଆ ତାଙ୍କ ବିରୋଧରେ ଅଭିଯୋଗକୁ ଅସ୍ବୀକାର କରିଛନ୍ତି କହିଛନ୍ତି ଯେ, କେତନଙ୍କୁ ହତ୍ୟା କରିବାର ଧାରଣା ଏବଂ ସମ୍ପୂର୍ଣ୍ଣ ଯୋଜନା ଚେତନଙ୍କର ଥିଲା।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।