ମୋଦିଙ୍କ ଜନ୍ମଦିନରେ ରେଖା ଗୁପ୍ତାଙ୍କ ବଡ଼ ନିଷ୍ପତ୍ତି: ଦାନ କଲେ ନିଜର ସମସ୍ତ ଅଙ୍ଗ

Sep 17, 2026 - 17:24
ମୋଦିଙ୍କ ଜନ୍ମଦିନରେ ରେଖା ଗୁପ୍ତାଙ୍କ ବଡ଼ ନିଷ୍ପତ୍ତି: ଦାନ କଲେ ନିଜର ସମସ୍ତ ଅଙ୍ଗ

ନୂଆଦିଲ୍ଲୀ,୧୭।୯: ଦିଲ୍ଲୀରେ ଅଙ୍ଗଦାନକୁ ପ୍ରୋତ୍ସାହିତ କରିବା ପାଇଁ ‘ଷ୍ଟେଟ ଅର୍ଗାନ ଆଣ୍ଡ ଟିସୁ ଟ୍ରାନ୍ସପ୍ଲାଣ୍ଟ ଅର୍ଗାନାଇଜେସନ’ (SOTO) ନାମକ ଏକ ସରକାରୀ ପ୍ଲାଟଫର୍ମ ସ୍ଥାପନ କରାଯାଇଛି।
ମୁଖ୍ୟମନ୍ତ୍ରୀ ରେଖା ଗୁପ୍ତା ଏହି ପ୍ଲାଟଫର୍ମର ଉଦଘାଟନ କରିଥିଲେ। ଏହି ପଦକ୍ଷେପ ମାଧ୍ୟମରେ ନିଜର ଅଙ୍ଗଦାନ କରିବାକୁ ସଂକଳ୍ପ ନେବାରେ ସେ ପ୍ରଥମ ବ୍ୟକ୍ତି ମଧ୍ୟ ହୋଇଥିଲେ।
ସେ ଆବଶ୍ୟକୀୟ ପ୍ରକ୍ରିୟା ସମ୍ପନ୍ନ କରିଥିଲେ, ଯାହା ପରେ ସ୍ବାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ତାଙ୍କୁ ଏକ ପ୍ରମାଣପତ୍ର ପ୍ରଦାନ କରିଥିଲା।
ପ୍ରମାଣପତ୍ର ଅନୁଯାୟୀ, ସେ ମୃତ୍ୟୁ ପରେ ନିଜର ଗୁରୁତ୍ୱପୂର୍ଣ୍ଣ ଅଙ୍ଗଗୁଡ଼ିକଯେପରିକି ହୃଦୟ, ଅନ୍ତନଳୀ, ଅଗ୍ନାଶୟ, ଯକୃତ, ବୃକ୍କ (କିଡନୀ), ଫୁସଫୁସ ଏବଂ ହାଡ଼ଦାନ କରିବାକୁ ସଂକଳ୍ପ ନେଇଛନ୍ତି, ଯାହା ଫଳରେ ଅନ୍ୟ ଜଣେ ବ୍ୟକ୍ତିଙ୍କ ଜୀବନ ବଞ୍ଚାଯାଇପାରିବ।
ସେ ବୁଝାଇଥିଲେ ଯେ କେନ୍ଦ୍ର ସରକାରଙ୍କ ଦ୍ୱାରା ପରିଚାଳିତ ବ୍ୟବସ୍ଥା ସହିତ ସମାନତା ରକ୍ଷା କରି SOTO ଗଠନ କରାଯାଇଛି ଏବଂ ଏହାକୁ ‘ସେବା ସଂକଳ୍ପ ଅଭିଯାନ’ ସମୟରେ ଆରମ୍ଭ କରାଯାଇଥିଲା।
ଏହାର ଲକ୍ଷ୍ୟ ହେଉଛି ଦିଲ୍ଲୀରେ ଅଙ୍ଗଦାନ ବିଷୟରେ ସଚେତନତା ସୃଷ୍ଟି କରିବା ଏବଂ ଯଥାସମ୍ଭବ ଅଧିକ ଲୋକଙ୍କୁ ନିଜର ଅଙ୍ଗଦାନ ପାଇଁ ସଂକଳ୍ପ ନେବାକୁ ଉତ୍ସାହିତ କରିବା। ସେ ଜନସାଧାରଣଙ୍କୁ ଆଗେଇ ଆସିବାକୁ ଏବଂ ନିଜର ଅଙ୍ଗଦାନ ପାଇଁ ସଂକଳ୍ପ ନେବାକୁ ଆହ୍ବାନ ଜଣାଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।