‘ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ, ଗୁରୁ ହେଉଛନ୍ତି ସମାଜ ସଂସ୍କାରକ’
ଅମରପାଲି,୫ା୯(ପୀତାମ୍ବର ସାହୁ): ସୁବର୍ଣ୍ଣପୁର ଜିଲା ବୀରମହାରାଜପୁର ବ୍ଲକ ଅନ୍ତର୍ଗତ ଅମରପାଲି ହାଇସ୍କୁଲରେ ଗୁରୁଦିବସ ପାଳନ ଅବସରରେ ଛାତ୍ରୀମାନଙ୍କ ଦ୍ୱାରା ନାଟକ ତସ୍ମୈ ଶ୍ରୀ ଗୁରବେ ନମଃ ପରିବେଷଣ ହୋଇଯାଇଛି। ପ୍ରଥମେ ସ୍କୁଲରେ ଗୁରୁଦିବସ ପାଳନ ପରେ ସ୍କୁଲ ମଣ୍ଡପରେ ନାଟକ ମଞ୍ଚସ୍ଥ ହୋଇଥିଲା। ସ୍କୁଲର ଖେଳ ଶିକ୍ଷକ କହ୍ନେଇ ଚରଣ ପ୍ରଧାନଙ୍କ ନିର୍ଦ୍ଦେଶନା ଓ ପ୍ରତ୍ୟକ୍ଷ ତତ୍ତ୍ୱାବଧାନରେ ପରିବେଷିତ ହୋଇଥିବା ଏହି ନାଟକରେ ସ୍କୁଲର ଛାତ୍ରୀ ସାଇନା ପଧାନ, ସୁପ୍ରିମ ଖଣ୍ଡଗିରୀ, ବବଲି ବିଶ୍ୱାଳ, ଲିସିଲ ରଣା, ଝରଣା ବରିହା,ଖୁସି ଭୁଏ, ଡୋଳାମଣି ବିଶ୍ୱାଳ,ସୁମିତ୍ରା ପଧାନ ଓ ସ୍ନେହାରାଣୀ ଦେହୁରୀ ପ୍ରମୁଖ ବିଭିନ୍ନ ଭୂମିକାରେ ଅଭିନୟ କରିଥିଲେ। ଏହି ନାଟକରେ ଯୁଗେ ଯୁଗେ ଗୁରୁ ହିଁ ଶ୍ରେଷ୍ଠ ଓ ଗୁରୁ ସମାଜ ସଂସ୍କାରକ ଭାବେ ଚିତ୍ରଣ କରାଯାଇଥିଲା। ସ୍କୁଲର ଶିକ୍ଷକ ଶ୍ୟାମସୁନ୍ଦର ସେଠୀ,ପଦ୍ମନାଭ ପ୍ରଧାନ, ବ୍ରହ୍ମାନନ୍ଦ ପ୍ରଧାନ, ସମ୍ବିତ ପ୍ରଧାନ, କହ୍ନେଇ ଚରଣ ପ୍ରଧାନ, ନଟବର ରଣା ପ୍ରମୁଖ ଯୋଗଦେଇ ଛାତ୍ରୀଛାତ୍ରଙ୍କୁ ଆଶୀର୍ବାଦ କରିବା ସହିତ ମାର୍ଗଦର୍ଶନ କରିଥିଲେ। ନଟିଆ ଚରଣ ସାହୁ, ଗୋବର୍ଦ୍ଧନ ନାଏକ ଓ ଜଗନ୍ନାଥ ପଧାନ ପ୍ରମୁଖ କାର୍ଯ୍ୟକ୍ରମ ପରିଚାଳନାରେ ସହଯୋଗ କରିଥିଲେ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।