ରମାଦେବୀରେ ବାଜି ମାରିଲା ବିସିଜେଡି , ଉତ୍କଳ ବିଶ୍ୱବିଦ୍ୟାଳୟରେ ଖୋଲି ପାରିଲାନି ଖାତା
ଭୁବନେଶ୍ୱର : ରମାଦେବୀ (ଆରଡି) ମହିଳା ବିଶ୍ବବିଦ୍ୟାଳୟରେ ବାଜି ମାରିଲା ବିଜୁ ଛାତ୍ର ଜନତା ଦଳ (ବିସିଜେଡି) । ଭୋଟ ଗଣତିକୁ ନେଇ ଲାଗି ରହିଥିଲା ସସ୍ପେନସ । ରୋମାଞ୍ଚକର ପରିସ୍ଥିତିରେ ରାତି ଅଢେଇଟା ବେଳେ ବାହାରିଥିଲା ରେଜଲ୍ଟ । ବିସିଜେଡି, ର ବୃହତ ବିଜୟ ସହ ସଭାପତି ପଦ ହାତେଇଥିଲେ ସୋନାଲି ବେହେରା । ସଭାପତି, ସମ୍ପାଦକ ଠାରୁ ଆରମ୍ଭ କରି ଅଧିକାଂଶ ପଦରେ ବିଜୟୀ ହୋଇଛନ୍ତି ବିଜୁ ଛାତ୍ର ଜନତା ଦଳ ପ୍ରାର୍ଥୀ ।
ବିସିଜେଡି ସମର୍ଥିତ ପ୍ରାର୍ଥୀ ସୋନାଲି ବେହେରା ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି। ଉପସଭାପତି ଭାବେ ସାଇ ଅର୍ପିତା ମହାପାତ୍ର (ବିସିଜେଡି ସମର୍ଥିତ), ଲକ୍ଷ୍ମୀପ୍ରିୟା ବିଶ୍ଵାଳ ସାଧାରଣ ସମ୍ପାଦକ, ସୁଦେଷ୍ଣା ଖୁଣ୍ଟିଆ ଯୁଗ୍ମ ସାଧାରଣ ସମ୍ପାଦକ, ଅଙ୍କିତା ମଲ୍ଲିକ କ୍ରୀଡ଼ା ସମ୍ପାଦକ, ରୂପାଲି ପାଣି ନାଟ୍ୟ ସମ୍ପାଦକ, ପ୍ରୀତିସ୍ମିତା ବାରିକ ସାଇନ୍ସ ସୋସାଇଟି ସମ୍ପାଦକ, ସମୀକ୍ଷା ସୁମନ ଡିଏସଏ ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି।
ଅନ୍ୟପଟେ, ଉତ୍କଳ ବିଶ୍ୱବିଦ୍ୟାଳୟ କ୍ୟାମ୍ପସ ରେ ସମ୍ପୂର୍ଣ୍ଣ ପୋଛି ହୋଇଯାଇଛି ବିସିଜେଡି । ଉତ୍କଳ ବିଶ୍ବବିଦ୍ୟାଳୟରେ ଭାଙ୍ଗିଲା ବିଜେଡି ଗଡ଼। କୌଣସି ଗୋଟିଏ ବି ପଦବୀରେ ସଙ୍ଗଠନର ପ୍ରାର୍ଥୀ ବିଜୟୀ ହୋଇପାରି ନାହାନ୍ତି । ଗଡ଼ ଭାଙ୍ଗିବାରୁ ବିଜୁ ଛାତ୍ର ଜନତା ଦଳକୁ ଲାଗିଛି ଶକ୍ତ ଧକ୍କା । ରାଜ୍ୟର ପ୍ରମୁଖ ଶିକ୍ଷାନୁଷ୍ଠାନ ଭାବେ ପରିଚିତ ଉତ୍କଳକୁ କବଜା କରିଛି ଏବିଭିପି । ୯ରୁ ୭ଟି ସିଟରେ ଏବିଭିପି ପ୍ରାର୍ଥୀ ବିଜୟୀ ହୋଇଛନ୍ତି । ଉତ୍କଳ ବିଶ୍ବବିଦ୍ୟାଳୟ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ (ଏବିଭିପି) ସମର୍ଥିତ ପ୍ରାର୍ଥୀ ଅଭିରାମ ମିଶ୍ର ଛାତ୍ରସଂସଦର ସଭାପତି ଭାବେ ନିର୍ବାଚିତ ହୋଇଛନ୍ତି । ସେହିପରି ଉପସଭାପତି ଭାବେ ଏନ୍ଏସ୍ୟୁଆଇ ସମର୍ଥିତ ପ୍ରାର୍ଥୀ ପପୁ ରାଉତ, ସାଧାରଣ ସମ୍ପାଦକ ଭାବେ ଏବିଭିପିର ଆୟୁଶ୍ରୀ ପ୍ରଧାନ, ଯୁଗ୍ମ ସାଧାରଣ ସମ୍ପାଦକ ବିସିଜେଡିର ଭାବେ ଜ୍ୟୋତିଶ୍ରୀ ସାହୁ, କଲ୍ଚରାଲ୍ କ୍ଲବ୍ ସମ୍ପାଦକ ଭାବେ ଏବିଭିପିର ଉତ୍ତମ କୁମାର ମାଝୀ ନିର୍ବାଚିତ ହୋଇଛନ୍ତି । ମିଲନ କୁମାର ମେହେର ସୋସିଆଲ୍ ସର୍ଭିସ ଗିଲ୍ଡ ଓ ଜୀବନଜ୍ୟୋତି ବିଶ୍ୱାଳ ବାଣୀବିକାଶର ସମ୍ପାଦକ ଭାବେ ନିର୍ବାଚିତ ହୋଇଛନ୍ତି । ବିଶ୍ୱବିଦ୍ୟାଳୟର ଆଥଲେଟିକ୍ କ୍ଲବ୍ ସମ୍ପାଦକ ଭାବେ ଏବିଭିପିର ଜ୍ଞାନରଞ୍ଜନ ପରିଡ଼ା ଏବଂ ସହକାରୀ ସମ୍ପାଦକ ଭାବେ ସୁସ୍ମିତା ସାହୁ ନିର୍ବାଚିତ ହୋଇଛନ୍ତି ।
ଦୀର୍ଘ ୮ବର୍ଷ ପରେ ୨୦୨୬ରେ ଅନୁଷ୍ଠିତ ହେଲା ଛାତ୍ର ସଂସଦ ନିର୍ବାଚନ । ସମସ୍ତ ବିଶ୍ୱବିଦ୍ୟାଳୟ ଏବଂ ମହାବିଦ୍ୟାଳୟ ଗୁଡିକରେ ଏବିଭିପି ଏବଂ ବିସିଜେଡି ମଧ୍ୟରେ ହୋଇଥିଲା ଜୋରଦାର ଟକ୍କର । ତେବେ ରାତି ସାଢ଼େ ୨ଟା ସୁଦ୍ଧା ଘୋଷଣା ହୋଇଥିବା ୧୧ଟି ବିଶ୍ୱବିଦ୍ୟାଳୟରୁ ଏବିଭିପି ୬ଟିରେ ସଭାପତି ପଦ ଦଖଲ କରିଛି । ବାକି ୫ଟିରେ ବିଜୁ ଛାତ୍ର ଜନତା ଦଳ (ବିସିଜେଡି) ପ୍ରାର୍ଥୀ ବିଜୟୀ ହୋଇଥିବା ସଂପୃକ୍ତ ଛାତ୍ର ସଂଗଠନଗୁଡ଼ିକ ପକ୍ଷରୁ ଦାବି କରାଯାଇଛି । ଉତ୍କଳ ବିଶ୍ୱବିଦ୍ୟାଳୟ, ବିକ୍ରମଦେବ, ବ୍ରହ୍ମପୁର, ଖଲ୍ଲିକୋଟ, ସମ୍ବଲପୁର, ଧରଣୀଧର ବିଶ୍ୱବିଦ୍ୟାଳୟରେ ଏବିଭିପିର ସଭାପତି ପ୍ରାର୍ଥୀ ନିର୍ବାଚିତ ହୋଇଥିବା ଦାବି କରାଯାଉଛି । ସେହିପରି ରେଭେନ୍ସା ବିଶ୍ୱବିଦ୍ୟାଳୟ, ରମାଦେବୀ ବିଶ୍ୱବିଦ୍ୟାଳୟ, ମଧୁସୂଦନ ଆଇନ, ଫକୀରମୋହନ ଓ ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟରେ ବିସିଜେଡି ସଭାପତି ପ୍ରାର୍ଥୀଙ୍କ ବିଜୟ ଦାବି କରାଯାଇଛି ।
ଆଜି ଶପଥ ନେବେ ନବନିର୍ବାଚିତ ଛାତ୍ର ପ୍ରତିନିଧି । ରାଜ୍ୟର କଲେଜ ଓ ବିଶ୍ୱବିଦ୍ୟାଳୟରେ ଅନୁଷ୍ଠିତ ଛାତ୍ର ସଂସଦ ନିର୍ବାଚନ ପ୍ରକ୍ରିୟା ଆଜି ଶପଥ ଗ୍ରହଣ ସହ ଶେଷ ହେବାକୁ ଯାଉଛି । ନିର୍ବାଚନରେ ବିଜୟୀ ହୋଇଥିବା ଛାତ୍ର ପ୍ରତିନିଧିମାନେ ଆଜି ନିଜ ନିଜ ଶିକ୍ଷାନୁଷ୍ଠାନରେ ଆନୁଷ୍ଠାନିକ ଭାବେ ଶପଥ ଗ୍ରହଣ କରିବେ ।
ରାଜ୍ୟର ୩୪୬ଟି କଲେଜ ଓ ୧୩ଟି ବିଶ୍ୱବିଦ୍ୟାଳୟରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି । ୨୦୧୮ ମସିହା ପରଠାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା । ଚଳିତ ବର୍ଷ ନିର୍ବାଚନ ପୁନର୍ବାର ଆରମ୍ଭ ହେବା ପରେ ଛାତ୍ରଛାତ୍ରୀମାନେ ନିଜ ପ୍ରତିନିଧି ଚୟନ କରିବାର ସୁଯୋଗ ପାଇଛନ୍ତି । ନିର୍ବାଚନ ପୂର୍ବରୁ ବିଭିନ୍ନ କ୍ୟାମ୍ପସରେ ପ୍ରଚାର, ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଏବଂ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ କାର୍ଯ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜନୈତିକ ସକ୍ରିୟତା ଦେଖିବାକୁ ମିଳିଥିଲା । କେତେକ ଶିକ୍ଷାନୁଷ୍ଠାନରେ ଉତ୍ତେଜନା ଓ ଛାତ୍ରଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା ।
ରାଜ୍ୟର ୩୪୬ଟି କଲେଜ ଓ ୧୩ଟି ବିଶ୍ୱବିଦ୍ୟାଳୟରେ ଏହି ଶପଥ ଗ୍ରହଣ କାର୍ଯ୍ୟକ୍ରମ ରହିଛି । ୨୦୧୮ ମସିହା ପରଠାରୁ ରାଜ୍ୟରେ ଛାତ୍ର ସଂସଦ ନିର୍ବାଚନ ବନ୍ଦ ରହିଥିଲା । ଚଳିତ ବର୍ଷ ନିର୍ବାଚନ ପୁନର୍ବାର ଆରମ୍ଭ ହେବା ପରେ ଛାତ୍ରଛାତ୍ରୀମାନେ ନିଜ ପ୍ରତିନିଧି ଚୟନ କରିବାର ସୁଯୋଗ ପାଇଛନ୍ତି । ନିର୍ବାଚନ ପୂର୍ବରୁ ବିଭିନ୍ନ କ୍ୟାମ୍ପସରେ ପ୍ରଚାର, ପ୍ରାର୍ଥୀଙ୍କ ପ୍ରତିଶ୍ରୁତି ଏବଂ ‘ହ୍ୱାଇ ଆଇ ଷ୍ଟାଣ୍ଡ ଫର୍’ କାର୍ଯ୍ୟକ୍ରମକୁ ନେଇ ଛାତ୍ରଛାତ୍ରୀଙ୍କ ମଧ୍ୟରେ ରାଜନୈତିକ ସକ୍ରିୟତା ଦେଖିବାକୁ ମିଳିଥିଲା । କେତେକ ଶିକ୍ଷାନୁଷ୍ଠାନରେ ଉତ୍ତେଜନା ଓ ଛାତ୍ରଗୋଷ୍ଠୀ ମଧ୍ୟରେ ମୁହାଁମୁହିଁ ପରିସ୍ଥିତି ମଧ୍ୟ ସୃଷ୍ଟି ହୋଇଥିଲା
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।