ରାଉରକେଲା ରେଲୱେ ଷ୍ଟେସନରେ ବିଭିନ୍ନ ଅବ୍ୟବସ୍ଥା ଦେଖା ଦେଇଛି
ନନ୍ଦିଘୋଷ ବ୍ୟୁରୋ : ରାଉରକେଲା ରେଲୱେ ଷ୍ଟେସନରେ ବିଭିନ୍ନ ଅବ୍ୟବସ୍ଥା ଦେଖା ଦେଇଥିବା ବେଳେ ପାର୍କିଂ ସମସ୍ୟ ସହ ଟ୍ରେନ ବାରମ୍ବାର ବିଳମ୍ବ ହେଉଥିବା ଓ ଅନ୍ୟାନ୍ୟ ସମସ୍ୟାର ସମାଧାନ ହେଉନଥିବା ଅଭିଯୋଗ ହେଉଛି । ରାଉରକେଲା ଶିଳ୍ପ ଓ ବଣିକ ସଂଘର କର୍ମକର୍ତ୍ତା ସମସ୍ୟାର ସମାଧାନ ପାଇଁ ରାଉରକେଲା ଷ୍ଟେସନ୍ ମ୍ୟାନେଜର ଓ RPF ପୋଲିସ ସହ ଆଜି ଆଲୋଚନା କରିଛନ୍ତି ।
ରାଉରକେଲା ରେଲୱେ ଷ୍ଟେସନ ସମ୍ମୁଖରେ ନଵ ନିର୍ମିତ ସେଡ ଭୁଷୁଡି ପଡିବା ଘଟଣାରେ ବିଭାଗୀୟ ଅଧିକାରୀ ଓ ଠିକାଦାରଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ଦାବି କରିଛନ୍ତି । ରାଉରକେଲା ରେଲୱେ ଷ୍ଟେସନ ନିକଟରେ ବିଭିନ୍ନ ସମୟରେ ଗେଟ ଵନ୍ଦ କରାଯାଉଥିବା ଟିକଟ କାଉଣ୍ଟର ସକାଳ ସମୟରେ ଖୋଲା ଯାଉନଥିବା ଅଭିଯୋଗ ହେଉଛି ।…
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।