ରାଜ୍ୟର କନିଷ୍ଠ ଶିକ୍ଷକମାନଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତିର ଖବର

Oct 01, 2026 - 19:50
ରାଜ୍ୟର କନିଷ୍ଠ ଶିକ୍ଷକମାନଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତିର ଖବର

ଭୁବନେଶ୍ୱର: ରାଜ୍ୟର କନିଷ୍ଠ ଶିକ୍ଷକମାନଙ୍କ ପାଇଁ ଆସିଛି ବଡ଼ ଆଶ୍ୱସ୍ତିର ଖବର। ୨୦୨୩-୨୪ ଶିକ୍ଷାବର୍ଷରେ ନିଯୁକ୍ତ ହୋଇଥିବା ସମସ୍ତ କନିଷ୍ଠ ଶିକ୍ଷକ (ସ୍କିମାଟିକ୍)ଙ୍କୁ ସରକାର ନିୟମିତ କରିଛନ୍ତି। ଏନେଇ ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ପକ୍ଷରୁ ଆନୁଷ୍ଠାନିକ ବିଜ୍ଞପ୍ତି ପ୍ରକାଶ ପାଇଛି।

ବିଭାଗର ବିଜ୍ଞପ୍ତି ଅନୁଯାୟୀ, ନିୟମିତ ହୋଇଥିବା ଶିକ୍ଷକମାନଙ୍କୁ ଏଲିମେଣ୍ଟାରୀ କ୍ୟାଡରର ଲେଭେଲ୍‌-V(A)ରେ ସହକାରୀ ଶିକ୍ଷକ ଭାବେ ଘୋଷଣା କରାଯାଇଛି। ଏହା ଫଳରେ ସ୍କିମାଟିକ୍‌ ଭିତ୍ତିରେ କାର୍ଯ୍ୟ କରୁଥିବା ଏହି ଶିକ୍ଷକମାନେ ନିୟମିତ ସେବା ବ୍ୟବସ୍ଥାରେ ସାମିଲ ହୋଇଛନ୍ତି।ନିୟମିତକରଣ ପରେ ଶିକ୍ଷକମାନେ ୨୦୨୬ ଜାନୁଆରୀ ୧ ତାରିଖରୁ ପିଛିଲା ଭାବେ ନିୟମିତ ଦରମା ପାଇବାକୁ ଯୋଗ୍ୟ ହେବେ। ଏଥିସହ ନିୟମିତ ସେବା ସହ ଜଡ଼ିତ ଅନ୍ୟାନ୍ୟ ସୁବିଧା ମଧ୍ୟ ମିଳିବ ବୋଲି ବିଭାଗୀୟ ବିଜ୍ଞପ୍ତିରେ ଉଲ୍ଲେଖ ରହିଛି।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।