ରାଜ୍ୟର ସାମ୍ବିଧାନିକ ଅଧିକାରକୁ ଛଡାଇ ନେଇଛି କେନ୍ଦ୍ର
ନନ୍ଦିଘୋଷ ବ୍ୟୁରୋ : ରାଜ୍ୟର ସାମ୍ବିଧାନିକ ଅଧିକାର ଛଡାଇ ନେଇଛି ଏମଏମଡିଆର ଆଇନ। ସଂସଦରେ ଚୁପ ରହିଲେ ବିଜେପି ସାଂସଦ। ଓଡ଼ିଶାର ଅର୍ଥନୀତି ବିପଦରେ ଥିବା ବେଳେ, ଚୁପ ବସିଛନ୍ତି ରାଜ୍ୟ ସରକାର। ଯାହାକୁ ନେଇ ବର୍ଷିଛନ୍ତି ଦୁଇ ବିରୋଧୀ ବିଜେଡି ଓ କଂଗ୍ରେସ। ପୂର୍ବତନ ପିସିସି ସଭାପତି ପ୍ରସାଦ ହରିଚନ୍ଦନ କହିଛନ୍ତି, ଏମଏମଡିଆର ସଂଶୋଧନ ଆଇନ ରଦ୍ଦ ନେହେବା ଯାଏ ଚୁପ ବସିବନି କଂଗ୍ରେସ। ରାଜ୍ୟର ଅଧିକାରକୁ ଧୀରେ ଧୀରେ ସଙ୍କୁଚିତ କରିବାକୁ ଯୋଜନା କରୁଛି କେନ୍ଦ୍ର। ଏହି ଆଇନ ଦ୍ବାରା ଓଡ଼ିଶା ବାର୍ଷିକ ୨୦ରୁ ୨୫ ହଜାର କୋଟି ଟଙ୍କାର ରାଜସ୍ବ ହରାଇବ ଓଡ଼ିଶା। ଏତେ ସବୁ ପରେ ଶାସକ ବିଜେପି କିପରି କହୁଛି କ୍ଷତି ହେବ ନାହିଁ। ଏହାକୁ ନେଇ ପ୍ରଶ୍ନ ଉଠିଥିବା ବେଳେ, ଆଗକୁ ଲଢ଼େଇ ସାଙ୍ଗକୁ ବିଧାନସଭାରେ ପ୍ରସଙ୍ଗ ଉଠାଯିବ ବୋଲି କହିଛି ବିଜେଡି।
ଅନ୍ୟପଟେ ବିଜେପି ଏ ପ୍ରସଙ୍ଗରେ ଚିରାଚରିତ ଭାବେ ଉତ୍ତର ଦେଇଛି। ବିଧାନସଭାରେ ବିରୋଧୀ ଏ ପ୍ରସଙ୍ଗ ଉଠାଇ ଜବାବ୍ ମାଗିବାକୁ କହିଥିବା ବେଳେ, ସଂସଦୀୟ ବ୍ୟାପାର ମନ୍ତ୍ରୀ କଣ କହୁଛନ୍ତି ଶୁଣନ୍ତୁ।
ରାଜ୍ୟର ବଡ଼ ରାଜସ୍ବ ହାନୀକୁ ନେଇ ଏବେ ମୁଣ୍ଡ ଟେକିଲାଣି ବିବାଦ। ଏମଏମଡିଆର ପ୍ରସଙ୍ଗରେ ବିଜେପି ନେତା ଚୁପ ବସିଥିବା ବେଳେ, ବିଧାନସଭାରେ ପ୍ରସଙ୍ଗ ଉଠାଇ ଶାସକ ଦଳକୁ ଘେରିବାକୁ ପୂରା ତୟାର ବିରୋଧୀ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।