ରାଶି ମଣ୍ଡା

Nov 03, 2026 - 16:15
ରାଶି ମଣ୍ଡା

 

ସାମଗ୍ରୀ _ ସଫା ଅରୁଆ ଚାଉଳ ଏ କିଲୋ, ରାଶି ଅଧା କିଲୋ,ଗୁଡ ୨୫୦ ଗ୍ରାମ, ନଡିଆ ଫାଳେ, ଗୁଜୁରାତି ୩ଟା ଓ ଆବଶ୍ୟକ ଅନୁସାରେ ଲୁଣ ।

ପ୍ରଣାଳୀ _ ପ୍ରଥମେ ଅରୁଆ ଚାଉଳକୁ ଧୋଇ ଭିଜାଇ ଛାଣି ପଙ୍ଖାତଳେ ଶୁଖାଇ ନିଅନ୍ତୁ । ଏହାପରେ ଏହି ଚାଉଳକୁ ଗ୍ରାଇଣ୍ଡରେ ଗୁଣ୍ଡ କରି ନିଅନ୍ତୁ । ଏହାପରେ ଦରକାର ମୁତାବକ ପାଣିଦେଇ ଭଲଭାବେ ଜନ୍ତି ନିଅନ୍ତୁ । ଏହି ଜନ୍ତା ଥଣ୍ଡା ହୋଇଗଲେ ଭଲଭାବେ ଚକଟି ଛୋଟଛୋଟ ଗୁଳା କରି ନିଅନ୍ତୁ । ରାଶିର ଚୋପା ଛଡାଇ ଭାଜି ଏହାକୁ ସିଝାଇ ନିଅନ୍ତୁ । ଏହାପରେ ସିଝା ରାଶିରୁ ପାଣି କାଢି ଏହାକୁ ଫ୍ୟାନତଳେ ଶୁଖାଇ ନିଅନ୍ତୁ । ଏହାପରେ କରେଇରେ ଗୁଡ ଗରମ କରି ଏଥିରେ ନଡିଆ ପାତି ପକାନ୍ତୁ । ତାପରେ ଏଥିରେ ସିଝା ରାଶିକୁ ପକାଇ ଗୋଳେଇ ଦିଅନ୍ତୁ । ଜନ୍ତା ଗୁଳାକୁ ପତଳା କରି ଏଥିରେ ରାଶି ପୁର ଦେଇ ଗଢନ୍ତୁ । ଏହାପରେ ଏହାକୁ  ଅଥାର କିମ୍ବା ଛାଞ୍ଚରେ ସିଝାଇ ନିଅନ୍ତୁ, ପ୍ରସ୍ତୁତ ହୋଇଯିବ ରାଶି ମଣ୍ଡା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।