ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬ ତାରିଖ – Daily Horoscope

Oct 05, 2026 - 23:23
ରାଶିଫଳ: ମଙ୍ଗଳବାର , ଅକ୍ଟୋବର ୬  ତାରିଖ – Daily Horoscope
ମେଷ
ଚତୁର୍ଥକେନ୍ଦ୍ରରେ ଶୁଭଗ୍ରହଙ୍କ ସମାବେଶ ପାରିବାରିକ, ସାମାଜିକ ଏବଂ କର୍ମକ୍ଷେତ୍ରକୁ ଋଦ୍ଧିମନ୍ତ କରିବ। ଭିତିରିଆ ଉଦ୍ଦେଶ୍ୟ ସାଧନ ପରିପ୍ରେକ୍ଷୀରେ ବନ୍ଧୁ ସାହାଯ୍ୟର ହାତ ବଢ଼ାଇବେ। ମନ ବୁଝିଲା ଭଳି କଥା କହି ପରିବାରର ଅବୁଝା ବ୍ୟକ୍ତିଙ୍କୁ ଆପଣେଇ ନେବେ। ବ୍ୟବସାୟିକ ସ୍ଥିତି ଓ ରାଜନୈତିକ ପରିସ୍ଥିତିି ସ୍ବାଭାବିକ ରହିବ।
ବୃଷ
ବୃଷ
ପରିବାର ସ୍ଥାନରେ କବନ୍ଧଗ୍ରହ କେତୁ ଥିବାରୁ ଆପଣଙ୍କ ନିଷ୍ପତ୍ତି ସମସ୍ୟାବହୁଳ ହୋଇପାରେ। ଜମିଜମା ବିବାଦଜନିତ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି। ସାହିତ୍ୟ, ସଙ୍ଗୀତାଦି ମନୋରଞ୍ଜନଧର୍ମୀ କାର୍ଯ୍ୟକ୍ରମରେ ଅଂଶଗ୍ରହଣର ସୁଯୋଗ ପାଇବେ। ପାପଗ୍ରହ ପ୍ରଭାବରୁ ଶିକ୍ଷା କିମ୍ବା ସନ୍ତାନହେତୁକ ଦ୍ୱନ୍ଦ୍ୱର ସମ୍ମୁଖୀନ ହୋଇପାରନ୍ତି।
ମିଥୁନ
ମିଥୁନ
ଚନ୍ଦ୍ରଙ୍କ ସୁପ୍ରଭାବରୁ ଆର୍ଥିକ ଉନ୍ନତି ସହ ବନ୍ଧୁଗହଣରେ ହସଖୁସିର ପରିବେଶ ଭିତରେ ନିଜକୁ ହଜାଇ ଦେବେ। ପାରିବାରିକ କ୍ଷେତ୍ରରେ ସାଧାରଣ କଥାକୁ କେନ୍ଦ୍ରକରି ମତାନ୍ତର ଘଟିପାରେ। ସାହିତ୍ୟ ଓ ସଙ୍ଗୀତ ତଥା ଚଳଚ୍ଚିତ୍ର କ୍ଷେତ୍ରରେ ସୁନାମ ଅର୍ଜନ କରିବେ ା କ୍ରନିକ୍‍ ରୋଗୀଙ୍କ ସ୍ବାସ୍ଥ୍ୟାବସ୍ଥାରେ ଉନ୍ନତି ସହ କର୍ମାରମ୍ଭ ସକାଶେ ମନ ବଳିବ।
କର୍କଟ
କର୍କଟ
ରାଶ୍ୟାଧିପତିଙ୍କ ଶୁଭତ୍ୱରୁ ଆପଣଙ୍କ କଥାର ମଧୁରତାରେ ନିକଟସ୍ଥ ବ୍ୟକ୍ତିବିଶେଷଙ୍କୁ ଆପଣାର କରିପାରିବେ। ଆନୁଷ୍ଠାନିକ କାମ କିମ୍ବା ସଭାସମିତିର ଆଲୋଚନାରେ କାର୍ଯ୍ୟହାସଲ ପାଇଁ ଖୋରାକ ଯୋଗାଇପାରେ। ଭଲ ସମ୍ପର୍କ ନ ଥିବା ବ୍ୟକ୍ତିମାଙ୍କ ଗୁଜବ ମନକୁ ଆତଙ୍କିତ କରିପାରେ।
ସି˚ହ
ସି˚ହ
ଚନ୍ଦ୍ରଙ୍କ ଦୁଃସ୍ଥାନାବସ୍ଥାନ ଦୂରଯାତ୍ରାରେ ବ୍ୟୟବୃଦ୍ଧି ହେତୁ ଏବଂ ଶତ୍ରୁତାଜନିତ କାର୍ଯ୍ୟହାନିର ଆଶଙ୍କା ସୃଷ୍ଟିହେବ। ବିବାଦରେ ବିଜୟ, ପ୍ରତିଯୋଗିତାରେ ସଫଳତା ସାଙ୍ଗକୁ ଅସ୍ବାଭାବିକ ପରିସ୍ଥିତିକୁ ସାମ୍ନା କରିବାର ଧୈର୍ଯ୍ୟଧାରଣ କରିବେ। ପିଲାଙ୍କ ଜଞ୍ଜାଳ, ପରସ୍ପର ବିପରୀତ ପରିସ୍ଥିତିରେ ମନ ଦୋଳାୟମାନ ହୋଇପାରେ।
କନ୍ୟା
ରବିଙ୍କ ଦୁର୍ବଳତାରୁ ଯାତ୍ରା ସ୍ଥଗିତ ରହିବା ସହ ପଦସ୍ଥ ବ୍ୟକ୍ତିଙ୍କ ସହ ବିରୋଧଭାବ ସୃଷ୍ଟିକରିବ। ଆଲୋଚନା ନ କରି ପୂର୍ବ ଯୋଜନାନୁଯାୟୀ କାମକୁ ବଢ଼ାଇ ନେଲେ ସମସ୍ୟା ବଢ଼ିଯିବ। ବିଳମ୍ବ ଓ ଖର୍ଚ୍ଚାନ୍ତ ଭିତରେ କାମ ହାସଲ କରିହେବ। ଯେକୌଣସି ପରିସ୍ଥିତିରେ ନିଜକୁ ନିୟନ୍ତ୍ରଣ ମଧ୍ୟରେ ରଖିବା ପାଇଁ ସମର୍ଥ ହୋଇପାରନ୍ତି।
ତୁଳା
ତୁଳା
ଆଜି ଅନୁକୂଳ ଗ୍ରହ ସମ୍ପର୍କରୁ ପାରିବାରିକ ପରିସ୍ଥିତି ଏବଂ କର୍ମକ୍ଷେତ୍ର ଉନ୍ନତ ରହିବ। ଆଗାମୀ ଆନୁଷ୍ଟାନିକ ଉତ୍ସବ ନିମନ୍ତେ ପ୍ରସ୍ତୁତି ଆରମ୍ଭ କରିବାରେ ସଫଳ ହେବେ। ଘର ସାଜସଜ୍ଜା, ଗାଡ଼ିମୋଟରାଦି ଯାନ୍ତ୍ରିକ ଜିନିଷର ମରାମତିରେ ବ୍ୟସ୍ତତା ବୃଦ୍ଧିପାଇବ। ଦୀର୍ଘଦିନର ପ୍ରତୀକ୍ଷା ପରେ ସରକାରୀ ସ୍ତରରୁ ଅର୍ଥପ୍ରାପ୍ତିର ସୂଚନା ରହିଛି।
ବିଛା
ବିଛା
ଭାଗ୍ୟସ୍ଥ ଶୁଭଗ୍ରହ ପ୍ରଭାବରେ ଦୀର୍ଘଦିନର ଅଭିଳାଷ ପୂରଣହେବାରୁ ଖୁସି ଅନୁଭବ କରିବେ। ତୃତୀୟ ସ୍ଥାନ ପ୍ରତି ଶନିଙ୍କ ଦୃଷ୍ଟି କାରଣରୁ ନିକଟରେ ରହୁଥିବା ଲୋକଟି ପ୍ରତି ସନ୍ଦେହ ଜାଗ୍ରତ ହେବ। ସହକର୍ମୀଙ୍କ ସହ ଭୁଲ୍‍ ବୁଝାମଣା କର୍ମକ୍ଷେତ୍ରରେ ସମସ୍ୟା ସୃଷ୍ଟି କରିପାରେ। ସଂଗଠନ, ସାହିତ୍ୟ, କ୍ରୀଡ଼ାରେ ସମସ୍ୟା ସମାଧାନ ହୋଇଯିବ।
ଧନୁ
ଧନୁ
ଅଶ୍ଳେଷା ନକ୍ଷତ୍ରସ୍ଥ ଚନ୍ଦ୍ରଙ୍କ ଯୋଗୁ ପାରିବାରିକ ଶାନ୍ତି ଭାରାକ୍ରାନ୍ତ ମନକୁ ଲାଘବ କରିବ। ବ୍ୟକ୍ତିକୈନ୍ଦ୍ରିକ ଚିନ୍ତାଧାରା ସାମାଜିକ ଜୀବନରେ ଅଶାନ୍ତିର କାରଣ ହେବ। ଆଲୋଚନା, ସନ୍ତାନ, ଶିକ୍ଷା ଓ ମାଲିମକଦ୍ଦମା କ୍ଷେତ୍ରରେ ସଫଳତା ପାଇବେ। ବ୍ୟବସାୟ କ୍ଷେତ୍ରରେ ସବୁକଥାକୁ ହାଲୁକା ଭାବେ ଗ୍ରହଣକଲେ କ୍ଷତିରେ ପଡ଼ିବେ।
ମକର
ମକର
ସପ୍ତମସ୍ଥ ଚନ୍ଦ୍ର, ଗୁରୁ ମଙ୍ଗଳ ସଂଯୋଗରୁ ଯାତ୍ରାରେ ଯାନବାହନ ଚଳାଚଳ ସମୟରେ ସତର୍କତା ଅବଲମ୍ବନୀୟ। ଗୁରୁକ୍ଷେତ୍ରସ୍ଥ ଶନି ହେତୁ ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣ ମଧ୍ୟରେ ରହିବ ଏବଂ ଚେଷ୍ଟା କରୁଥିବା କାମରେ ପ୍ରତିବନ୍ଧକ ହଟିଯାଇପାରେ। ଅତି ଭଲ ସମ୍ପର୍କ ରହିଥିବା ଲୋକ ଜରିଆରେ କୌଣସି ଅଭିଳଷିତ ଜିନିଷ ପାଇବେ।
କୁମ୍ଭ
କୁମ୍ଭ
ଷଷ୍ଠାଧିପଙ୍କ ପ୍ରଭାବରେ କର୍ମକ୍ଷେତ୍ରରେ ଶତ୍ରୁତା କାରଣରୁ ଅଶାନ୍ତ ବାତାବରଣ ସୃଷ୍ଟିହେବ। ପିଲାଙ୍କ ସମସ୍ୟା ନେଇ କିମ୍ବା ପାଖରେ ନ ଥିବା ଜିନିଷଟି ପାଇଁ ତର୍କ ଓ ବିବାଦ ବଢ଼ିପାରେ। ଅଭାବ ଦୂରେଇବା ସକାଶେ କରଜ କରିବାକୁ ବାଧ୍ୟହେବେ। ଶିଳ୍ପ, ବାଣିଜ୍ୟ, ପ୍ରଶାସନ, ଅଦାଲତ କ୍ଷେତ୍ରରେ ସଫଳତା ହାସଲ କରିବେ।
ମୀନମୀନ
ବନ୍ଧୁଙ୍କ ପ୍ରେରଣାରେ ଆରମ୍ଭ କରିବାକୁ ଯାଉଥିବା କାମଟି ମନ୍ଥରଗତିରେ ଆଗକୁ ବଢ଼ିବ। ବୁଧ ସହ ଶୁକ୍ରଙ୍କ ସଂଯୋଗରୁ ନୂତନ ଗାଡ଼ି, ଯାନ୍ତ୍ରିକ ଜିନିଷ କିଣିବାକୁ ମନ ବଳାଇପାରନ୍ତି। ଆନୁଷ୍ଠାନିକ କାମ, ସଭାସମିତି, ସଂଗଠନ ଓ ଲୋକସମ୍ପର୍କ କ୍ଷେତ୍ରରେ ସୁନାମ ଅର୍ଜନ କରିବେ। ଆଜିର ଯାତ୍ରା ଓ ବନ୍ଧୁମିଳନରେ ସରଗରମ ଆଲୋଚନା କରିବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।