ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope

Sep 12, 2026 - 16:25
ରାଶିଫଳ: ରବିବାର, ସେପ୍ଟେମ୍ବର ୧୩ ତାରିଖ – Daily Horoscope
ମେଷ
କର୍ମାଧିପ ଭାଗ୍ୟାଧିପ ଦୃଷ୍ଟିରେ ଥିବାରୁ ସାହାଯ୍ୟ ଓ ସହଯୋଗ ପାଇ କାମକୁ ତ୍ୱରାନ୍ବିତ କରିବେ। ପରିବର୍ତ୍ତିତ ଜୀବନଶୈଳୀ ଓ ସ୍ବାସ୍ଥ୍ୟ ସଚେତନତା ଅଭାବରୁ ଶାରୀରିକ ସୁସ୍ଥତା ବ୍ୟାହତ ହେବ। ପରୋକ୍ଷ ଶତ୍ରୁତା କାରଣରୁ ଆଜି ଆଶା କରିଥିବା ଦିଗରୁ ଅର୍ଥ ପ୍ରାପ୍ତି ହେବ ନାହିଁ। ଅଦାଲତ, ରପ୍ତାନି ବାଣିଜ୍ୟ କ୍ଷେତ୍ରରୁ ଉପକୃତ ହୋଇପାରନ୍ତି।
ବୃଷ
ବୃଷ
ଶୁକ୍ର ଷଷ୍ଠ ଭାବରେ ଅବସ୍ଥାନ କରିଥିବାରୁ ଆଜିର ଜୀବନଯାତ୍ରା ବ୍ୟୟବହୁଳ ହେବ। ଗୃହସୀମା, ଗାଡ଼ି ମୋଟର, ପ୍ରତିଦ୍ୱନ୍ଦ୍ୱିତା କ୍ଷେତ୍ରରେ ଉଦ୍‌ବେଗ ସୃଷ୍ଟିର ଆଶଙ୍କା ରହିଛି। ଚନ୍ଦ୍ରଙ୍କ ସହ ବୁଧଙ୍କ ସଂଯୋଗଜନିତ ବନ୍ଧୁଙ୍କଠାରୁ ସାହାଯ୍ୟର ପ୍ରତିଶ୍ରୁତି ପାଇ ଟେନସନ୍‌ ଦୂର ହେବ। ସାହିତ୍ୟ, ସଙ୍ଗୀତ, କ୍ରୀଡ଼ା କ୍ଷେତ୍ରରୁ ସୁଫଳ ଓ ଆନନ୍ଦ ମିଳିବ।
ମିଥୁନ
ମିଥୁନ
ଭୁଲ୍‌ ବୁଝାମଣାରୁ ପରିବାରରେ ବିବାଦୀୟ ପରିସ୍ଥିତି ସୃଷ୍ଟି ହେବ। କେନ୍ଦ୍ରସ୍ଥ ରାଶ୍ୟାଧିପ ଧନାଧିପ ସହ ଥିବାରୁ ନୂତନ ବନ୍ଧୁ ସମ୍ପର୍କ ସ୍ଥାପନ କ୍ଷେତ୍ରରେ ଆଶାନୁଯାୟୀ ଫଳ ପାଇବେ। କର୍ମକ୍ଷେତ୍ରରେ ଉପର ଅଧିକାରୀମାନେ ଆପଣଙ୍କୁ ପ୍ରଶଂସା କରିପାରନ୍ତି। ପରିବାର ସମ୍ମୁଖରେ ମନକଥାକୁ ପ୍ରକାଶ କରି ଭର୍ତ୍ସିତ ହୋଇପାରନ୍ତି।
କର୍କଟ
କର୍କଟ
ରାଶ୍ୟାଧିପ ଶନିଙ୍କ ଦୃଷ୍ଟିରେ ଥିବାରୁ ଯେତେ ଭଲ ଚିନ୍ତା କଲେ ମଧ୍ୟ ଅନ୍ୟମାନେ ଓଲଟା ବୁଝିବେ। ଅଟକି ରହିଥିବା କାମ ସୁରୁଖୁରୁରେ ସମ୍ପନ୍ନ ହୋଇଯିବ। ବାଣିଜ୍ୟ, ବ୍ୟବସାୟ, ନିର୍ମାଣ, କଚେରି ମାମଲା କ୍ଷେତ୍ରରେ ଆଶାନୁରୂପ ସଫଳତା ହାସଲ କରିବେ। ପରକଥାରେ ପଡ଼ି ନିଜ ଲୋକଙ୍କୁ ଭୁଲ୍‌ ବୁଝି ମନକୁ ଭାରାକ୍ରାନ୍ତ କରିପାରନ୍ତି।
ସି˚ହ
ସି˚ହ
ପାପଗ୍ରହଯୁକ୍ତ ରବିଙ୍କ କୁପ୍ରଭାବରୁ ପଦାଧିକାରୀ ଅନ୍ୟଦ୍ୱାରା ପ୍ରଭାବିତ ହୋଇପାରନ୍ତି। ଫଳତଃ କର୍ମକ୍ଷେତ୍ରରେ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟିର ଆଶଙ୍କା ରହିଛି। ଆର୍ଥିକ ସ୍ବଚ୍ଛଳତା ଊଣା ନ ହେଲେ ମଧ୍ୟ ମାନସିକ ଶାନ୍ତି ବ୍ୟାହତ ହୋଇପାରେ। ପଡ଼ୋଶୀମାନେ କେତେକ କ୍ଷେତ୍ରରେ ଜାଣିଶୁଣି ମଧ୍ୟ ନୀରବ ରହିବେ।
କନ୍ୟା
ସ୍ବାସ୍ଥ୍ୟ ସମସ୍ୟା ନିୟନ୍ତ୍ରଣରେ ରହିବାରୁ ଆଶ୍ୱସ୍ତି ଲାଭ କରିବେ। କର୍ମକ୍ଷେତ୍ରରେ ପଦସ୍ଥ ବ୍ୟକ୍ତିଙ୍କ ସାନ୍ନିଧ୍ୟ ଲାଭ କରି କାର୍ଯ୍ୟ ହାସଲ କରିପାରନ୍ତି। ପାରିବାରିକ ସ୍ତରରେ ସାଧାରଣ କଥାକୁ ଜଟିଳ ଆକାରରେ ଗ୍ରହଣ କରି ଦ୍ୱନ୍ଦ୍ୱରେ ପଡ଼ିବେ। ନୀଚାରୋହୀ ମଙ୍ଗଳ ପ୍ରଭାବରେ ଭାଇଙ୍କ ସ୍ବାସ୍ଥ୍ୟ ମାନସିକ ଦୁଶ୍ଚିନ୍ତା ବୃଦ୍ଧି କରିବ।
ତୁଳା
ତୁଳା
ଅତୀତର ବିବାଦୀୟ ଘଟଣା ମନକୁ ବିବ୍ରତ କରିବାର ଆଶଙ୍କା ରହିଛି। ଆଜି ପ୍ରିୟ ବନ୍ଧୁମାନଙ୍କ ସହ ବିଭିନ୍ନ ସ୍ଥାନ ପରିଦର୍ଶନର ମଉକା ଜୁଟିବ। ସ୍ବାସ୍ଥ୍ୟ, ପରିବାର, କର୍ମକ୍ଷେତ୍ର, ଅର୍ଥ ସମ୍ପର୍କୀୟ କଥା ଆଲୋଚନା ପାଇଁ ସମୟ ପ୍ରାୟତଃ ଅନୁକୂଳ ରହିବ। ଶନିଙ୍କ କୁପ୍ରଭାବରୁ କଚେରି ମାମଲା କ୍ଷେତ୍ରରେ ମାନସିକ ଦୁଶ୍ଚିନ୍ତା ବୃଦ୍ଧି ପାଇପାରେ।
ବିଛା
ବିଛା
ବହୁତ ଦିନରୁ ଅଟକି ରହିଥିବା କାମଟି ଉପରିସ୍ଥଙ୍କ ସୌଜନ୍ୟରୁ ହୋଇଯିବ। ବନ୍ଧୁଙ୍କ ପରାମର୍ଶରେ ଦୃଢ଼ ପଦକ୍ଷେପ ନେଇ ବକେୟା ଅର୍ଥକୁ ହାସଲ କରିବାରେ ସମର୍ଥ ହେବେ। କ୍ରୟବିକ୍ରୟ କ୍ଷେତ୍ରରେ ସତର୍କ ନହେଲେ ଠକାମିରେ ପଡ଼ିପାରନ୍ତି। ଆଗାମୀ ଆନୁଷ୍ଠାନିକ କାର୍ଯ୍ୟ ସକାଶେ ବନ୍ଧୁମାନଙ୍କ ସହ ଆଲୋଚନା କରିପାରନ୍ତି।
ଧନୁ
ଧନୁ
ଆଜି ସକାଳୁ ସକାଳୁ ଜଣେ ବନ୍ଧୁ ଆସି କୌଣସି ଗୁରୁତ୍ୱପୂର୍ଣ୍ଣ କଥା କହିପାରନ୍ତି। ମିଥ୍ୟାଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିବାକୁ ବାଧ୍ୟ ହେବେ। ଶୁକ୍ରଙ୍କ ପ୍ରଭାବରେ ବିଳାସ ଉପକରଣ କ୍ରୟ କରିବା ସକାଶେ ଘରୁ ବରାଦ ପାଇପାରନ୍ତି। ପରୋକ୍ଷ ଶତ୍ରୁତା ଯୋଗୁ କର୍ମକ୍ଷେତ୍ର ବିବାଦୀୟ ହୋଇ ଉଠିବ।
ମକର
ମକର
ଆଜି ଯାହା କିଛି କରିବେ, ସେଥିରେ ସାମାନ୍ୟ ବ୍ୟତିକ୍ରମ ଦେଖାଦେଇପାରେ। ପୂର୍ବ ଶତ୍ରୁତା ପ୍ରତି ସତର୍କ ରହି କାମ କରିବା ଭଲ ହେବ। ଗୁରୁଙ୍କ କୃପାରୁ ମୁହଁ ଖୋଲିଲେ ପାଖ ପଡ଼ୋଶୀଙ୍କ ସାହାଯ୍ୟ ସହଯୋଗର ଅଭାବ ରହିବ ନାହିଁ। କଳା, ସାହିତ୍ୟ, କ୍ରୀଡ଼ା ଚଳଚ୍ଚିତ୍ରାଦି କ୍ଷେତ୍ରରେ ସମସ୍ୟା ସମାଧାନର ଆଶା ରହିଛି।
କୁମ୍ଭ
କୁମ୍ଭ
ପଦସ୍ଥ ବ୍ୟକ୍ତିଙ୍କ ପୃଷ୍ଠପୋଷକତାରୁ ମନୋବଳ ବୃଦ୍ଧି ପାଇବ। ସ୍ବଗୃହୀ ରବି ହେତୁ ଶିଳ୍ପ, ବାଣିଜ୍ୟ, ବ୍ୟବସାୟ, ପରିବହନ, ନିର୍ମାଣ, କଚେରିରେ ଉନ୍ନତି ପରିଲକ୍ଷିତ ହେବ। ପରିବାର ଭିତରେ ବସନ ଭୂଷଣ ପ୍ରଭୃତି କ୍ରୟ କରିବା ନେଇ ସମସ୍ୟା ଦେଖାଦେଇପାରେ। ବନ୍ଧୁଙ୍କ ସହ ପାରସ୍ପରିକ ଅସହଯୋଗ କେତେକ ସାଧାରଣ ସମସ୍ୟା ସୃଷ୍ଟି କରିବ।
ମୀନମୀନ
ବିଳମ୍ବ ହେଲେ ମଧ୍ୟ ହାତକୁ ନେଇଥିବା କାମ ଅଟକିବ ନାହିଁ। ଷଷ୍ଠାଧିପତି ସ୍ବଗୃହୀ ଯୋଗୁ ଶତ୍ରୁମାନେ ଚେଷ୍ଟା କଲେ ମଧ୍ୟ କିଛି କ୍ଷତି କରିପାରିବେ ନାହିଁ। କର୍ମକ୍ଷେତ୍ରର କେତେକ ଫାଇଲ୍‌ କାମ ସକାଶେ ସମସ୍ୟାରେ ପଡ଼ି ସମସ୍ୟାର ସମ୍ମୁଖୀନ ହୋଇପାରନ୍ତି। ବନ୍ଧୁମାନଙ୍କ ସହ ଆଜିର ଆନୁଷ୍ଠାନିକ କିମ୍ବା ସାମାଜିକ କାମରେ ଯୋଗ ଦେଇପାରନ୍ତି।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।