ମିଳୁନି ପାନୀୟ ଜଳ, ଶୋଷ ମେଣ୍ଟାଉଛି ପରିତ୍ୟକ୍ତ କୁଣ୍ଡ
ପଟ୍ଟାଙ୍ଗି,୧୨।୯(ଶରତ କୁମାର ଧଳ): କୋରାପୁଟ ଜିଲାର ପଟ୍ଟାଙ୍ଗି ବ୍ଲକ ଅଧିନରେ ରହିଥିବା ସୁଙ୍କି ପଞ୍ଚାୟତର ଆନ୍ଧ୍ର ସୀମାକୁ ଲାଗି ରହିଥିବା ଓଡ଼ିଶାର ଅନ୍ୟତମ ଗ୍ରାମ ବାନ୍ଧା। ଉକ୍ତ ଗ୍ରାମରେ ମଧ୍ୟ ଅନୁରୂପ ରାସ୍ତା ଖଣ୍ଡିଏ ନଥିବାରୁ ଖୋଲା ଆକାଶ ତଳେ ପଡି ରହିଥିବା ପରିତ୍ୟକ୍ତ ଏକ କୁଣ୍ଡରୁ ପାଣି ସଂଗ୍ରହ କରି ଲୋକେ ନିତିଦିନ ବ୍ୟବହାର କରୁଥିବା ବେଳେ ଏହା ଉପରେ ବ୍ଲକ ପ୍ରଶାସନର ଦୃଷ୍ଟି ରହିଥିଲେ ମଧ୍ୟ କୈଣସି କାର୍ଯ୍ୟକାରୀ ହୋଇ ପାରୁନାହିଁ। ଆଉ ଶିକ୍ଷା ବ୍ୟବସ୍ଥା ନ କହିବା ଭଲ ହେବ। ଗ୍ରାମରେ ପାଠ ପଢିବା ବୟସର ପିଲାମାନେ ଥିଲେ ମଧ୍ୟ ପାହାଡିଆ ଘଞ୍ଚ ଜଙ୍ଗଲ ରାସ୍ତାରେ ଅଭିଭାବକମାନେ ଗ୍ରାମ ଠାରୁ ଦୂରରେ ରହିଥିବା ନିମାଲପାଡୁ କିମ୍ବା ମୁଙ୍ଗରାଗୁମି ଗ୍ରାମରେ ରହିଥିବା ବିଦ୍ୟାଳୟକୁ ପଠାଇବା ପାଇଁ ସୁରକ୍ଷିତ ମନେ କରୁ ନାହାଁନ୍ତି।
ସରକାର ଏବଂ ପଟ୍ଟାଙ୍ଗି ବ୍ଲକ ପ୍ରଶାସନ ଯଦି ଏହିପରି ସମସ୍ୟା ଉପରେ ଦୃଷ୍ଟି ପକାଇ କିଛି ପଦକ୍ଷେପ ଗ୍ରହଣ କରିବେ ନାହିଁ । ତାହେଲେ ଆମ ଗ୍ରାମ ପାଖରେ ରହିଥିବା ଆନ୍ଧ୍ରର ଦୁଇ ଗ୍ରାମ ଗୋଟେପାଡୁ ଓ ଗାନାରଗୋଇଙ୍କ ସହାୟତାରେ ଆନ୍ଧ୍ର ରାଜ୍ୟର ସାଲୁର୍ ପ୍ରଶାସନ ଏବଂ ବିଧାୟକ ଓ ମନ୍ତ୍ରୀ ସାରାଣୀଙ୍କ ନିକଟରେ ପହଞ୍ଚି ଆମର ଗୁହାରୀ ଜଣାଇବା ସହ ସମସ୍ୟା ସମ୍ପର୍କରେ ଦୃଷ୍ଟି ଆକର୍ଷଣ କରିବୁ ବୋଲି ପୁସୁରୁ ନୁକା ରାଜୁ , ହନ୍ତାଳ ଲାଛନା ଓ ପୁସୁରୁ ମାଲାମାଁ ପ୍ରମୁଖ ପ୍ରକାଶ କରିଛନ୍ତି ।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।