ରାଶିଫଳ: ସୋମବାର, ନଭେମ୍ବର ୯ ତାରିଖ – Daily Horoscope

Nov 08, 2026 - 16:26
ରାଶିଫଳ: ସୋମବାର, ନଭେମ୍ବର ୯ ତାରିଖ – Daily Horoscope
ମେଷ
ସ୍ୱାସ୍ଥ୍ୟ ସମସ୍ୟା ସୁଧୁରିଯିବଯିବା ସହ ନିକଟ ସମ୍ପର୍କୀୟ ମାନଙ୍କ ସହାନୁଭୁତି ଲାଭ କରିବେ। କଳ କାରଖାନା, ଜଳଜାତ ଦ୍ରବ୍ୟ , ତୈଳ, କିମ୍ବା ବିଦ୍ୱ୍ୟୁତ ବ୍ୟବସାୟରୁ ଲାଭବାନ ହେବେ। ବିବାଦୀୟ କଥାରେ ମୁଣ୍ଡ ନ ପୂରାଇବା ଭଲ ଅବଶ୍ୟ ଫେରିବା ବାଟରେ ବନ୍ଧୁଙ୍କ ନିକଟରୁ ସାହାଯ୍ୟ ପାଇ ଖୁସୀ ହେବେ।
ବୃଷ
ବୃଷ
ଆପଣଙ୍କର ପ୍ରତ୍ୟେକ ଇଛା,ଅଭିଳାଷକୁ ପୂରଣ କରିବାରେ ଆଜିର ଗ୍ରହସ୍ଥିତି ସମର୍ଥ ହେବ। ନିଜର ସଂପର୍କୀୟ ମାନଙ୍କ ସହଯୋଗରୁ ଉପକୃତ ହେବେ ଓ କାର୍ଯ୍ୟସିଦ୍ଧି ଅବଶ୍ୟ ଘଟିବ। ଶୁଣାକଥାକୁ ବିଶ୍ୱାସ କଲେ ଅସୁବିଧାରେ ପଡିପାରନ୍ତି। ଦୂରଦର୍ଶିତା ଅଭାବରୁ କୈାଣସି କ୍ଷେତ୍ରରେ ବିବାଦୀୟ ପରିସ୍ଥିତି ଭିନ୍ନରୂପ ନେଇପାରେ।
ମିଥୁନ
ମିଥୁନ
ପାରିବାରିକ କ୍ଷେତ୍ରରେ ସମସ୍ୟା ରହିଛି ଓ ରହିବ କିନ୍ତୁ ହଠାତ୍‌ କୈାଣସି ଦୃଢ ପଦକ୍ଷେପ ନେବା ଠିକ୍‌ ହେବନାହିଁ। ଜମିଜମା ବିବାଦ କିମ୍ବା କଚେରୀ ମାମଲା କ୍ଷେତ୍ରରେ ସମାଧାନର ଆଶା କରିପାରନ୍ତି। ଶିଳ୍ପ, ବାଣିଜ୍ୟ,ପରିବହନ ଓ ବ୍ୟବସାୟରେ ସଫଳତା ହାସଲ କରିପାରିବେ। ଭାତୃ ସମ୍ପର୍କୀୟ ଜଣେ ବନ୍ଧୁ ସାହାଯ୍ୟର ପ୍ରତିଶ୍ରୁତି ଦେବେ।
କର୍କଟ
କର୍କଟ
କୈାଣସି ପୂର୍ବ ସ୍ଥିରୀକୃତ ନୂତନ କର୍ମାରମ୍ଭ ପାଇଁ ପରିବାରର ସହମତି ପାଇପାରନ୍ତି। ପାରିବାରିକ କ୍ଷେତ୍ରରେ ଥିବା ସମସ୍ୟାର ଆଶଙ୍କା ଅପରାହ୍ନେ ଦୂର ହୋଇଯିବ। ସାମାଜିକ ସ୍ତରରେ ସମ୍ମାନ ଲାଭ କରିିବେ। ପରିବହନ,ବ୍ୟବସାୟ ଓ ସଂଗଠନ କ୍ଷେତ୍ରରେ କେତେକ ପ୍ରତିବନ୍ଧକ ଦେଖାଦେବାର ଆଶଙ୍କା ରହିଛି।
ସି˚ହ
ସି˚ହ
ମାନସିକ ଅସ୍ଥିରତା କାରଣରୁ ନିଜ ଲୋକଙ୍କୁ ଭୁଲ୍‌ ବୁଝିପାରନ୍ତି । ଇଚ୍ଛା ନ ଥିଲେ ମଧ୍ୟ ବାଧ୍ୟବାଧକତାରେ ଦୂରସ୍ଥାନକୁ ଯିବାକୁ ପଡିପାରେ। ଅଶାନ୍ତ ମନ ବନ୍ଧୁଙ୍କ ସହ ଆଳାପ ଆଲୋଚନା ପରେ ପରେ ଶାନ୍ତ ହେବ ଓ ମାନସିକ ସ୍ଥିତି ଠିକ୍‌ ହୋଇଯିବ। ସନ୍ତାନଙ୍କ କାର୍ଯ୍ୟକଳାପରୁ ନିଜେ ରହୁଥିବା ପରିସରରେ ଅପମାନିତ ହୋଇପାରନ୍ତି।
କନ୍ୟା
ଆଜିର ଗ୍ରହସମ୍ପର୍କ ପ୍ରଭାବରେ କୈାଣସି ଶୁଭ ଖବର ପାଇ ମନ ଖୁସି ହୋଇଯିବ। ଦିନଟି ଯଦିଓ ପୂର୍ଣ୍ଣତଃ ମନ୍ଦ ନୁହେଁ ତଥାପି ବୁଝତ୍ବିଚାରି କାମ ନକଲେ ସମସ୍ୟାକୁ ଡାକି ଆଣିଲା ଭଳି ହୋଇପାରେ। ବନ୍ଧୁଙ୍କ ଠାରୁ ସାହାଯ୍ୟ ସହଯୋଗ ବ୍ୟତୀତ ଶୁଖିଲା ଉପଦେଶ ଶୁଣି ମନରେ ବିରକ୍ତି ଆସିବ। ବାଣିଜ୍ୟ,ବ୍ୟବସାୟ ଓ ପରିବହନରୁ ଲାଭବାନ୍‌ ହେବେ।
ତୁଳା
ତୁଳା
ଆର୍ଥିକ ଅଭିବୃଦ୍ଧି ସହ କର୍ମକ୍ଷେତ୍ରରେ ପ୍ରତିଷ୍ଠା ଓ ସୁନାମ ଅର୍ଜନ କରିପାରିବେ। ପରୋକ୍ଷ ଶତ୍ରୁତା କାରଣରୁ ମିଥ୍ୟା ଅଭିଯୋଗ ସକାଶେ ଅନ୍ୟ ଉପରେ ବିରକ୍ତି ପ୍ରକାଶ କରିପାରନ୍ତି। ବନ୍ଧୁଙ୍କ ସାହାଯ୍ୟ ଓ ସମର୍ଥନରୁ ବିବାଦୀୟ ରହିଥିବା ସମସ୍ୟାର ସମଧାନ ହୋଇଯିବ। ଉପରିସ୍ଥଙ୍କ ଆଦେଶ ପ୍ରାପ୍ତ ହୋଇ ଦୂରଯାତ୍ରା କରିବାକୁ ପଡିପାରେ।
ବିଛା
ବିଛା
ସନ୍ଦେହ ଓ ଭୂଲ୍‌ ବୁଝାମଣା କାରଣରୁ ପ୍ରତ୍ୟେକ ସ୍ତରରେ ମତାନ୍ତର ଜନିତ ଅଶାନ୍ତ ପରିସ୍ଥିତି ଉପୁଜିପାରେ। କଳା, ସାହିତ୍ୟ.ସାମ୍ବାଦିକତା ଓ ରାଜନୀତି କ୍ଷେତ୍ରରେ ବେଶ୍‌ ଆଦୃତ ହୋଇପାରନ୍ତି। ସାଙ୍ଗଠନିକ କାର୍ଯ୍ୟରେ,ସଭା ସମିତିରେ , ରାଜନୀତିରେ ନେତୃତ୍ୱ ନେଲେ ପ୍ରଶଂସିତ ହେବେ। ପରିସ୍ଥିତିରେ ପଡି ଖର୍ଚ୍ଚାନ୍ତ ହେବେ।
ଧନୁ
ଧନୁ
 ଅନ୍ୟମାନଙ୍କ ଘରୋଇ କଥାର ଆଲୋଚନା ସମ୍ପର୍କୀୟ ଅଯଥା ଚିନ୍ତା ପରିହାର କରିବା ଭଲ ହେବ। ପରିବହନ, ବ୍ୟବସାୟ, ଶିଳ୍ପ,ବାଣିଜ୍ୟରେ ଉନ୍ନତି ଯୋଗୁଁ ମନ ଖୁସୀ ରହିବ। ପଡୋଶୀଙ୍କ ସହାୟତାରେ ପାରିବାରିିକ ସମସ୍ୟାର ସରଳ ସମାଧାନ କରିବାରେ ସଫଳ ହୋଇପାରନ୍ତି ।
ମକର
ମକର
ଆଜି ଆନୁସଙ୍ଗତ୍କ ସାହାଯ୍ୟ ଲାଭକରି ସ୍ଥଗିତ କାର୍ଯ୍ୟକୁ ସମ୍ପନ୍ନ କରିପାରିବେ। ମାଲିମକଦ୍ଦମା,ବାଣିଜ୍ୟ, ପରିବହନ ଓ ପ୍ରଶାସନିକ କ୍ଷେତ୍ରରେ ଦ୍ୱନ୍ଦ ଦୂର ହେବ। ଜମିଜମା କିମ୍ବା ଘରସୀମାକୁ କେନ୍ଦ୍ରକରି ଟଣାଓଟରା ଦେଖା ଦେଇପାରେ। ପ୍ରତ୍ୟୁଷ ଯାତ୍ରାରେ ସଫଳତା ମିଳିବ ଏବଂ ପରିବାରରେ ସମ୍ମାନଜନକ ସ୍ଥିତିରେ ରହିବେ।
କୁମ୍ଭ
କୁମ୍ଭ
ପାପଗ୍ରହ ପ୍ରଭାବରୁ ଶାରୀରିକ ଅସୁସ୍ଥି ଅନୁଭବ କରି ପାରନ୍ତି। କର୍ମକ୍ଷେତ୍ରରେ ସମ୍ମାନନୀୟ ବ୍ୟକ୍ତି ବିଶେଷ ସହାୟତା କରିବାର ସମ୍ଭାବନା ରହିଛି। ବିଜ୍ଞବ୍ୟକ୍ତିଙ୍କ ପରାମର୍ଶରେ ପଡୋଶୀଙ୍କ ସହ ସୁସମ୍ପର୍କ ରକ୍ଷା କରିବାରେ ସମର୍ଥ ହେବେ। ପାରିବାରିକ ଜୀବନରେ ଉଚିତ୍‌ ବୁଝାମଣା ହେତୁ ସାମୟିକ ଆଶ୍ୱସ୍ଥି ଅନୁଭବ କରିପାରନ୍ତି।
ମୀନମୀନ
ସ୍ୱାସ୍ଥ୍ୟରେ ଉନ୍ନତି ଘଟିବା ସହିତ ମାନସିକ ସ୍ତରରେ ଖୁସୀ ଅନୁଭବ କରିବେ। ପୂର୍ବାଲୋଚନା ଅନୁଯାୟୀ ଆଜିର କାମ ଗୁଡିକ ସବୁ ଠିକ୍‌ ଠିକ୍‌ ହୋଇଯିବ। ଗସ୍ତ କାଯର୍‌ୟକ୍ରମ ବଦଳି ଯାଇପାରେ କିନ୍ତୁ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଦୀର୍ଘଦିନରୁ ଚେଷ୍ଟା କରୁଥିବା ଆନୁଷ୍ଠାନିକ କାମରେ ଅବଶ୍ୟ ସଫଳତା ପାଇବେ।

📲 Follow Dharitri – Odisha’s No. 1 Odia Daily 📰✨

Dharitri brings you accurate and reliable daily Odia horoscope updates to help you begin your day with clarity, confidence, and positivity. As the most trusted Odia daily, Dharitri provides detailed Rashifal in Odia and expert astrological insights for all zodiac signs, empowering you to make informed decisions about your career, health, relationships, and personal growth. Whether you seek daily horoscope predictions, weekly zodiac forecasts, or personalized astrology guidance, Dharitri ensures authentic, timely, and insightful horoscope updates every single day. Stay connected with Dharitri Horoscope and discover what the stars have in store for you.


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।