ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

Sep 22, 2026 - 13:14
ରାସ୍ତା ଅବସ୍ଥା ଶୋଚନୀୟ: ବିଧାନସଭାରେ ପ୍ରଶ୍ନ କଲେ ବିଧାୟକ, ମନ୍ତ୍ରୀ କହିଲେ…

ଗୁଡାରି,୨୨।୯(ପ୍ରମୋଦ କୁମାର ପତି): ଗୁଡାରି ସହରର ମୁଖ୍ୟ ପ୍ରବେଶ ପଥର ମରାମତି ନେଇ ମଙ୍ଗଳବାର ବିଧାନସଭାରେ ପ୍ରଶ୍ନ କରିଛନ୍ତି ବିଧାୟକ ସତ୍ୟଜିତ ଗମାଙ୍ଗ। UDAQ ୬୪:ରେ ବିଧାୟକ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀଙ୍କୁ ଏ ନେଇ ପ୍ରଶ୍ନ କରିଛନ୍ତି। ୧୯୭୨ ମସିହାରେ ଗୁଡାରି ଏନଏସିର ମାନ୍ୟତା ପାଇଥିଲେ ମଧ୍ୟ ବିଜୁ ସେତୁ ଠାରୁ ବାଡ଼ିଗୁଡା ଛକ ପର୍ଯ୍ୟନ୍ତ ପ୍ରାୟ ୧ କିଲୋମିଟର ରାସ୍ତାର ଅବସ୍ଥା ଶୋଚନୀୟ ଅଛି। ସହରର ମୁଖ୍ୟ ପ୍ରବେଶ ପଥ ଏବଂ ଏହି ରାସ୍ତା ଦେଇ ପ୍ରତିଦିନ ଶହ ଶହ ଗାଡି ମୋଟର ଯାତାୟାତ କରିଥାଏ। ଏହାଛଡା ବ୍ଲକର ୪ଟି ଗ୍ରାମପଞ୍ଚାୟତର ବାସିନ୍ଦା ଏହି ରାସ୍ତା ଉପରେ ନିର୍ଭର କରନ୍ତି। ଏହାର ପ୍ରତିକାର ପାଇଁ କଣ ପଦକ୍ଷେପ ନିଆଯାଇଛି ବୋଲି ପ୍ରଶ୍ନ କରିଛନ୍ତି।


ଉତ୍ତରରେ ମନ୍ତ୍ରୀ କୃଷ୍ଣଚନ୍ଦ୍ର ମହାପାତ୍ର କହିଛନ୍ତି, ଗୁଡାରି ବଂଶଧାରା ବ୍ରିଜଠାରୁ ବାଡ଼ିଗୁଡା ଛକ ପର୍ଯ୍ୟନ୍ତ ସ୍ଥାନୀୟ ପରିଷଦ ଦ୍ୱାରା ୧୪୫ ମିଟର ଦୈର୍ଘ୍ୟ ଓ ୮ ମିଟର ପ୍ରସ୍ଥ ଅଂଶର ପୁନଃଉଦ୍ଧାର କରାଯାଇଛି। ଏହି ରାସ୍ତାର ଅବଶିଷ୍ଟ ଅଂଶକୁ ସମ୍ପୂର୍ଣ ପୁନଃରୁଦ୍ଧାର ନିମନ୍ତେ ପ୍ରସ୍ତୁତ ହୋଇଥିବା ଅଟକଳ ବର୍ତ୍ତମାନ ସରକାରଙ୍କ ବିଚାରଧୀନ ରହିଛି। ଏହି ରାସ୍ତା ତଥା ଗୁଡାରି ଅଞ୍ଚଳର ଜୀବନ ରେଖା କୁହାଯାଉଥିବା ରାସ୍ତା ପ୍ରତି ପ୍ରତି ସରକାରଙ୍କ ଦୃଷ୍ଟି ପଡିବ ଦେଖିବାକୁ ବାକି ରହିଲା।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।