ରାସ୍ତା ସାରା ମୃତ୍ୟୁର ଶିଡ଼ି… ମରଣଯନ୍ତା ପାଲଟିଛି ପଟ୍ଟାମୁଣ୍ଡାଇ- ମଦନପୁର ବ୍ରାହ୍ମଣୀ ଘେରିବନ୍ଧ ରାସ୍ତା

Oct 10, 2026 - 17:50
ରାସ୍ତା ସାରା ମୃତ୍ୟୁର ଶିଡ଼ି… ମରଣଯନ୍ତା ପାଲଟିଛି ପଟ୍ଟାମୁଣ୍ଡାଇ- ମଦନପୁର ବ୍ରାହ୍ମଣୀ ଘେରିବନ୍ଧ ରାସ୍ତା

ପଟ୍ଟାମୁଣ୍ଡାଇ: ରାସ୍ତା ସାରା ବଡ଼ବଡ଼ ଗର୍ତ୍ତ । ତା ଭିତରେ ଜମି ରହିଛି ପାଣି । ଟିକିଏ ଅସାବଧାନ ହେଲେ ଦୁର୍ଘଟଣା ସୁନିଶ୍ଚିତ । ମରଣଯନ୍ତା ପାଲଟିଛି କେନ୍ଦ୍ରାପଡ଼ା ଜିଲ୍ଲା ପଟ୍ଟାମୁଣ୍ଡାଇ- ମଦନପୁର ବ୍ରାହ୍ମଣୀ ଘେରିବନ୍ଧ ରାସ୍ତା । ଏହି ରାସ୍ତା ରାଜନଗର ସହ ବିଶ୍ଵ ପ୍ରସିଦ୍ଧ ଭିତରକନିକାକୁ ସଂଯୋଗ କରୁଛି । ପ୍ରତିଦିନ ହଜାର ହଜାର ଲୋକେ ଏହି ରାସ୍ତା ଦେଇ ଯାଆସ କରୁଛନ୍ତି । ହେଲେ ରାସ୍ତାର ଦୂରାବସ୍ଥା ପାଇଁ ଲୋକେ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଦୁର୍ଘଟଣା ବି ଘଟୁଛି ।

ରାସ୍ତା ମରାମତି ପାଇଁ ସ୍ଥାନୀୟ ଲୋକେ ଅନେକ ଥର ପ୍ରଶାସନର ଦୃଷ୍ଟି ଆକର୍ଷଣ କଲେଣି । ହେଲେ ଫଳ ଶୂନ୍ । ଯାହାକୁ ନେଇ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇବା ସହ ସ୍ଥାନୀୟ ବିଧାୟକ ସରକାରଙ୍କ ଉପରେ ବର୍ଷିଛନ୍ତି । ଦୁର୍ଗାପୂଜା ଆଗରୁ ରାସ୍ତା ମରାମତି କରାଯିବ ବୋଲି କହିଛନ୍ତି । ପରେ ଶହେ କୋଟି ବ୍ୟୟରେ ନୂତନ ରାସ୍ତା ନିର୍ମାଣ ହେବ ବୋଲି ସୂଚନା ଦେଇଛନ୍ତି ।

କେବେ ବ୍ରାହ୍ମଣୀ ଘେରିବନ୍ଧ ରାସ୍ତାର ହେଉଛି ମରାମତି ? କେବେ ସୁବିଧାରେ ଯାଆସ କରୁଛନ୍ତି ଲୋକେ ? ତାକୁ ହିଁ ଅପେକ୍ଷା ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।