ରିଲାଏନ୍ସର ତେଲରେ ଆମେରିକାର ଲୋଭ !
ନନ୍ଦିଘୋଷ ବ୍ୟୁରୋ: ଭାରତ ଓ ଆମେରିକା ମଧ୍ୟରେ ହୋଇପାରେ ବଡ଼ ଶକ୍ତି ସହଯୋଗ। ଯଦିଓ ସରକାର – ସରକାର ମଧ୍ୟରେ ଆଲୋଚନା ହୋଇନି, ଏହା ସିଧା ଆମେରିକା ଓ ରିଲାଏନ୍ସ କମ୍ପାନି ମଧ୍ୟରେ ଆଲୋଚନା ହେବାର ଅଛି। ଆଜି ଭାରତରେ ପହଞ୍ଚିଛନ୍ତି ଆମେରିକାର ବୈଦେଶିକ ସଚିବ ମାର୍କୋ ରୁବିଓ। ଆସନ୍ତାକାଲି ସେ ଗୁଜରାଟ ଜାମନଗର ଯିବେ। ରିଲାଏନ୍ସର ତେଲ ବିଶୋଧନାଗାର ପରିଦର୍ଶନ କରିବେ। ଏହି ସମୟରେ ଶକ୍ତି ସୁରକ୍ଷା ନେଇ ଆଲୋଚନା ହେବ ବୋଲି ସେ ସଂକେତ ଦେଇଛନ୍ତି। ଭେନଜୁଏଲାର ତେଲକୁ ଜାମନଗରରେ ବିଶୋଧନ କରିବାର ପ୍ରସ୍ତାବ ମିଳିପାରେ। ଆମେରିକାରେ ମଧ୍ୟ ଏକ ବଡ଼ ବିଶୋଧନାଗାର ପ୍ରତିଷ୍ଠା କରିବାରେ ନିବେଶ କରୁଛି ରିଲାଏନ୍ସ। ଜାମନଗର ଯିବା ପୂର୍ବରୁ ଆଜି ମୁମ୍ଵାଇରେ ବୈଦେଶିକ ମନ୍ତ୍ରୀ ଏସ୍ ଜୟଶଙ୍କରଙ୍କୁ ଭେଟିଛନ୍ତି ମାର୍କୋ ରୁବିଓ। ରୁଷିଆର ତେଲ କିଣିବା ନେଇ ବି ଭାରତ ପ୍ରତି କୋହଳ ମନୋଭାବ ଦେଖାଇଛନ୍ତି ମାର୍କୋ। ରୁବିଓଙ୍କ ଏହି ଗସ୍ତ ସମୟରେ ପ୍ରସ୍ତାବିତ ଭାରତ-ଆମେରିକା ବାଣିଜ୍ୟ ଚୁକ୍ତି, ଶକ୍ତି ସମ୍ପର୍କ ଏବଂ ପ୍ରତିରକ୍ଷା ସହଯୋଗ ଏଜେଣ୍ଡାର ପ୍ରମୁଖ ରହିବ ବୋଲି ଆଶା କରାଯାଉଛି ।
ଏହି ବୈଠକ ଏପରି ଏକ ସମୟରେ ହେଉଛି ଯେତେବେଳେ ଆମେରିକା ଶୁଳ୍କ ଏବଂ ଭାରତ ଦ୍ବାରା ଋଷୀୟ ତୈଳ କ୍ରୟକୁ ନେଇ ନୂଆଦିଲ୍ଲୀ ଏବଂ ଓ୍ବାଶିଂଟନ୍ ମଧ୍ୟରେ ସମ୍ପର୍କ କିଛି ବାଧାପ୍ରାପ୍ତ ହୋଇଛି । ତେଣୁ ଉଭୟ ପକ୍ଷ ଏହି ପାର୍ଥକ୍ୟକୁ ଅତିକ୍ରମ କରି ସେମାନଙ୍କର ସହଭାଗୀତାକୁ ସୁଦୃଢ କରିବା ପାଇଁ ଆଲୋଚନା କରିବେ ବୋଲି ଆଶା କରାଯାଉଛି । ଏହି ବାଣିଜ୍ୟ ଚୁକ୍ତି ଏକ ପ୍ରମୁଖ କେନ୍ଦ୍ରବିନ୍ଦୁ ହେବାର ସମ୍ଭାବନା ରହିଛି , ଯାହା ସମ୍ପ୍ରତି ଆମେରିକୀୟ ଅଧିକାରୀମାନେ ସଙ୍କେତ ଦେଇଛନ୍ତି ଯେ, ଦୁଇ ଦେଶ ଏକ ଚୁକ୍ତିନାମାରେ ପହଁଚିବାର ନିକଟର । ତେବେ ଗୁରୁତ୍ବପୂର୍ଣ୍ଣ ପ୍ରଯୁକ୍ତିବିଦ୍ୟାରେ ସହଯୋଗ ସହିତ ଶକ୍ତି ସହଯୋଗ ଏବଂ ପ୍ରତିରକ୍ଷା ସମ୍ପର୍କ ମଧ୍ୟ ଆଲୋଚନାରେ ସ୍ଥାନ ପାଇବା ନେଇ ଆଶା କରାଯାଉଛି ।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।