ରୋବଟର ନୃତ୍ୟ ଭିଡିଓ ଭାଇରାଲ
ବିହାରରେ ଆୟୋଜିତ ଏକ କୃଷ୍ଣ ଜନ୍ମାଷ୍ଟମୀ ମେଳାରେ ଜଣେ ହ୍ୟୁମାନଏଡ୍ ରୋବୋଟ୍ ଗାମୁଛା ଓ ଫୁଲ ମାଳ ପିନ୍ଧି ଭୋଜପୁରୀ ଗୀତର ତାଳେ ତାଳେ ନାଚୁଥିବାର ଏକ ମଜାଦାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ଏପର୍ଯ୍ୟନ୍ତ ୨୫ ଲକ୍ଷରୁ ଅଧିକ ଭ୍ୟୁଜ୍ ଏବଂ ୧ ଲକ୍ଷରୁ ଅଧିକ ଲାଇକ୍ସ ମିଳିସାରିଛି । ଭିଡିଓରେ ରୋବୋଟ୍ଟି ଗୀତର ବିଟ୍ ସହ ହାତ-ଗୋଡ଼ ହଲାଇ ଡ୍ୟାନ୍ସ କରୁଥିବା ଦେଖି ମଞ୍ଚ ନିକଟରେ ଉପସ୍ଥିତ ଲୋକେ ବେଶ୍ ଉପଭୋଗ କରୁଛନ୍ତି । ନେଟିଜେନ୍ସ ମଧ୍ୟ ବିହାରୀ ଅନ୍ଦାଜ୍ ଓ ରୋବୋଟ୍ର ପରଫରମାନ୍ସକୁ ନେଇ ରୋଚକ ପ୍ରତିକ୍ରିୟା ଦେଉଛନ୍ତି । ସୂଚନାଯୋଗ୍ୟ ଯେ, ଏହା ପୂର୍ବରୁ ଇନ୍ଦୋରରେ ଏକ ଦୋକାନ ଉଦ୍ଘାଟନ ସମୟରେ ଏବଂ କେରଳରେ ଓଣମ୍ ପର୍ବ ଅବସରରେ ମଧ୍ୟ ରୋବୋଟ୍ର ଡ୍ୟାନ୍ସ ଭିଡିଓ ସାମ୍ନାକୁ ଆସି ଚର୍ଚ୍ଚାର ବିଷୟ ପାଲଟିଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।