ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: EPF ନିୟମରେ ବଡ଼ ପରିବର୍ତ୍ତନ! ୧୫ ହଜାରରୁ ବଢି ୨୫ ହଜାର ହେବ…

Sep 16, 2026 - 14:28
ଲକ୍ଷ ଲକ୍ଷ ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର: EPF ନିୟମରେ ବଡ଼ ପରିବର୍ତ୍ତନ! ୧୫ ହଜାରରୁ ବଢି ୨୫ ହଜାର ହେବ…

ନୂଆଦିଲ୍ଲୀ,୧୬।୯: ଦେଶର ଲକ୍ଷ ଲକ୍ଷ ବେତନଭୋଗୀ କର୍ମଚାରୀଙ୍କ ପାଇଁ EPF ଓ EPS ସମ୍ପର୍କିତ ବଡ଼ ଖବର ସାମ୍ନାକୁ ଆସିଛି। ବର୍ତ୍ତମାନ ମାସିକ ୧୫,୦୦୦ ଥିବା EPF/EPS ଅନିବାର୍ଯ୍ୟ କଭରେଜ ବେତନ ସୀମାକୁ ୨୫,୦୦୦ କରିବାର ପ୍ରସ୍ତାବ ଉପରେ କେନ୍ଦ୍ର ସରକାର ବିଚାର କରୁଛନ୍ତି। ସେପ୍ଟେମ୍ବର ୧୬, ୨୦୨୬ର ରିପୋର୍ଟ ଅନୁସାରେ ଏହି ପ୍ରସ୍ତାବ କ୍ୟାବିନେଟରେ ବିଚାର ପାଇଁ ରହିଛି। ବର୍ତ୍ତମାନ ଚାଲୁଥିବା ୧୫,୦୦୦ ବେତନ ସୀମା ୧ ସେପ୍ଟେମ୍ବର ୨୦୧୪ରୁ ଲାଗୁ ହୋଇଛି। ତେଣୁ ପ୍ରସ୍ତାବିତ ପରିବର୍ତ୍ତନ ମଞ୍ଜୁର ହେଲେ ଏହା ପ୍ରାୟ ୧୨ ବର୍ଷ ପରେ ଏହି ସୀମାରେ ବଡ଼ ପରିବର୍ତ୍ତନ ହେବ।
ପ୍ରସ୍ତାବ ମଞ୍ଜୁର ହେଲେ ୧୫,୦୦୧ରୁ ୨୫,୦୦୦ ମଧ୍ୟରେ ମୂଳ ବେତନ ଓ ଡିଏ ଥିବା ଅଧିକ କର୍ମଚାରୀ ଅନିବାର୍ଯ୍ୟ EPF/EPS କଭରେଜରେ ଆସିପାରନ୍ତି। ଏହାଦ୍ୱାରା ଅଧିକ କର୍ମଚାରୀ ଔପଚାରିକ ସାମାଜିକ ସୁରକ୍ଷା ବ୍ୟବସ୍ଥାରେ ସାମିଲ ହୋଇପାରିବେ। ତେବେ ବେତନ ସୀମା ବଢ଼ିଲେ କର୍ମଚାରୀଙ୍କ ହାତକୁ ଆସୁଥିବା ଦରମା ତୁରନ୍ତ ବଢ଼ିବ ବୋଲି ନୁହେଁ। ଅନିବାର୍ଯ୍ୟ PF କଭରେଜ ବଢ଼ିଲେ କର୍ମଚାରୀଙ୍କ ଅବଦାନ ମଧ୍ୟ ବଢ଼ିପାରେ, ଯାହାର ପ୍ରଭାବ ଟେକ-ହୋମ ସାଲାରି ଉପରେ ପଡ଼ିପାରେ।

 

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।