ଲାଲକିଲ୍ଲାକୁ ବୋମାରେ ଉଡ଼ାଇବାକୁ ମୁମ୍ବାଇ ପୁଲିସ୍‌କୁ ଧମକ

Jul 11, 2026 - 15:55
ଲାଲକିଲ୍ଲାକୁ ବୋମାରେ ଉଡ଼ାଇବାକୁ ମୁମ୍ବାଇ ପୁଲିସ୍‌କୁ ଧମକ

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀର ଐତିହାସିକ ଲାଲକିଲ୍ଲାକୁ ବୋମା ମାଡ଼ କରି ଉଡ଼ାଇବାକୁ ଧମକ ମିଳିଛି। ଏହି ଧମକ ମୁମ୍ବାଇ ପୋଲିସକୁ ଫୋନ୍ କରି ଦିଆଯାଇଛି। ଜଣେ ବ୍ୟକ୍ତି ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମକୁ ଫୋନ୍ କରି ଲାଲକିଲ୍ଲା ଉପରେ ବୋମା ମାଡ଼ କରିବାକୁ ଧମକ ଦେଇଛନ୍ତି। ମୁମ୍ବାଇ ପୋଲିସ କଣ୍ଟ୍ରୋଲ ରୁମ ତୁରନ୍ତ ଏହି ଧମକ ବିଷୟରେ ଦିଲ୍ଲୀ ପୋଲିସ କଣ୍ଟ୍ରୋଲ ରୁମକୁ ଜଣାଇଥିଲେ। ତା’ପରେ ଦିଲ୍ଲୀ ପୋଲିସ କଣ୍ଟ୍ରୋଲ ରୁମ ଉତ୍ତର ଜିଲ୍ଲା ପୋଲିସକୁ ଏନେଇ ସୂଚନା ପ୍ରଦାନ କରିଥିଲା। ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପରେ, ଉତ୍ତର ଜିଲ୍ଲା ପୋଲିସ ଏହି ଧମକକୁ ମିଥ୍ୟା ବୋଲି କହିଛି। ତେବେ ଏହାକୁ କିଏ ଦେଇଥିଲେ ସେ ନେଇ ତଦନ୍ତ ଜାରି ରହିଛି। ଅତୀତରେ ମିଥ୍ୟା ବୋମା ମାଡ଼ ଧମକ ରିପୋର୍ଟ କରାଯାଇଛି। ସମ୍ପ୍ରତି, ଦିଲ୍ଲୀ ଏବଂ ନୋଏଡାର ପ୍ରମୁଖ ସ୍କୁଲଗୁଡ଼ିକରେ ଏଭଳି ମିଥ୍ୟା ବୋମା ଧମକ ଦିଆଯାଇଥିଲା। ପରବର୍ତ୍ତୀ ସମୟରେ ଏହି ଇମେଲ୍ ଧମକ ମିଥ୍ୟା ବୋଲି ଜଣାପଡ଼ିଥିଲା।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ SAMAYA - ସମୟ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି SAMAYA - ସମୟ ଦେଖନ୍ତୁ।