ଲୋକଙ୍କ ଅଭିଯୋଗ ଶୁଣିଲେ ବିଧାୟକ
ପାଟଣା,୮।୧୦(ବୀର କିଶୋର ଦାଶ): କେନ୍ଦୁଝର ଜିଲା ପାଟଣା ବ୍ଲକ ତୁରୁମୁଙ୍ଗା ପଞ୍ଚାୟତରେ ଗୁରୁବାର ‘ସେବା ସେତୁ’ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ପାଟଣା ବିଧାୟକ ଅଖିଳ ଚନ୍ଦ୍ର ନାଏକ ମୁଖ୍ୟ ଅତିଥି ଭାବେ ଯୋଗଦେଇଥିବା ବେଳେ ବିଡିଓ ମାନସ କୁମାର ଦଣ୍ଡପାଟ ଓ ତହସିଲଦାର ଅଶ୍ୱିନୀ କୁମାର ନାଏକଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଉପସ୍ଥିତ ରହି ଲୋକଙ୍କ ଅଭିଯୋଗ ଶୁଣି ଥିଲେ।
ଏଥିରେ ତୁରୁମୁଙ୍ଗା, ଚେମଣା ଓ ବୁଢ଼ୀକାପୁଡ଼ି ପଞ୍ଚାୟତର ଲୋକେ ଯୋଗଦେଇ ବାର୍ଦ୍ଧକ୍ୟ ଓ ବିଧବା ଭତ୍ତା, ଆବାସ ଯୋଜନା, ରାଶନ କାର୍ଡ, ସୁଭଦ୍ରା ଯୋଜନା, ଶ୍ରମିକ କାର୍ଡ, ସୱାସ୍ଥ୍ୟସେବା, ଆଧାର କାର୍ଡ ଓ ଜମିଜମା ସମ୍ପର୍କିତ ବିଭିନ୍ନ ସମସ୍ୟା ଜଣାଇଥିଲେ।
ଏହି ଅବସରରେ ଅତିରିକ୍ତ ତହସିଲଦାର ରବିଶଙ୍କର ହେମ୍ବ୍ରମ, ବ୍ଲକ ଶ୍ରମ ଅଧିକାରୀ ଅମରେଶ କର, ଏପିଓ ମଧୂସୁଦନ ପ୍ରଧାନ, ଯୋଗାଣ ଅଧିକାରୀ ଦେବରାଜ ଭୋଇ, ବିପିସି ସୁରେନ୍ଦ୍ର ନାଥ ଖଣ୍ଡା, ବିଆର୍ସି ଜମାଲୁଦ୍ଦିନ ଖାନ୍ଙ୍କ ସମେତ ବିଭିନ୍ନ ବିଭାଗର ଅଧିକାରୀ ଏବଂ କର୍ମଚାରୀ ଉପସ୍ଥିତ ଥିଲେ।
ସରପଞ୍ଚ ସୁଲେଖା ନାଏକ, ପିଇଓ ନିଶିଥ ରାଉତ ଓ ଏଡିଓ ସୁଜିତ ସାମନ୍ତରାୟ ମଧ୍ୟ ଉପସ୍ଥିତ ରହିଥିଲେ। ‘ସେବା ସେତୁ’ ମାଧ୍ୟମରେ ବିଭିନ୍ନ ସରକାରୀ ସେବା ଲୋକଙ୍କ ନିକଟରେ ପହଞ୍ଚାଇବା ସହ ଅଭିଯୋଗ ଗୁଡ଼ିକର ତ୍ୱରିତ ସମାଧାନ ଉପରେ ଗୁରୁତ୍ୱ ଦିଆଯାଇଥିଲା।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।