ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

Sep 25, 2026 - 11:06
ଶନି-ଚନ୍ଦ୍ରଙ୍କ ସଂଯୋଗରେ ବିଷ ଯୋଗ: ସଙ୍କଟରେ ୩ ରାଶି, ପାଖରୁ ପଳାଇବ ସବୁ ଟଙ୍କା, ଚାଲିଯିବ ଚାକିରି!

ଭୁବନେଶ୍ୱର: ବୈଦିକ ଜ୍ୟୋତିଷ ଅନୁସାରେ ଚନ୍ଦ୍ର ଓ ଶନିଙ୍କ ଯୁତିରୁ ‘ବିଷ ଯୋଗ’ ଗଠନ ହୋଇଥାଏ। ଜ୍ୟୋତିଷବିଦ୍‌ଙ୍କ ମତରେ ଏହି ଯୋଗର ପ୍ରଭାବ କିଛି ରାଶି ଉପରେ ପଡ଼ିପାରେ। ବିଶେଷ କରି ମେଷ, ସିଂହ ଓ ତୁଳା ରାଶିର ଲୋକଙ୍କୁ ଏହି ସମୟରେ ସତର୍କ ରହିବାକୁ କୁହାଯାଇଛି। ଜ୍ୟୋତିଷ ମତ ଅନୁସାରେ, ମେଷ ରାଶିର ଲୋକଙ୍କୁ ଆର୍ଥିକ ଦିଗରେ ସାବଧାନ ରହିବାକୁ ପଡ଼ିପାରେ। ହଠାତ୍‌ ଖର୍ଚ୍ଚ ବଢ଼ିବାର ସମ୍ଭାବନା ରହିଥିବାରୁ ଖର୍ଚ୍ଚ ଉପରେ ନିୟନ୍ତ୍ରଣ ରଖିବାକୁ ପରାମର୍ଶ ଦିଆଯାଇଛି। ଧାର-ଉଧାର କାରବାରରୁ ଦୂରେଇ ରହିବା ସହ ବ୍ୟବସାୟରେ କାହା ଉପରେ ଆଖି ବନ୍ଦ କରି ଭରସା ନକରିବାକୁ କୁହାଯାଇଛି।

ସିଂହ ରାଶିର ଲୋକଙ୍କୁ ଯାନବାହନ ଚଳାଇବା ସମୟରେ ବିଶେଷ ସାବଧାନତା ଅବଲମ୍ବନ କରିବାକୁ ଜ୍ୟୋତିଷ ମତରେ କୁହାଯାଇଛି। ସ୍ବାସ୍ଥ୍ୟ ପ୍ରତି ମଧ୍ୟ ସଚେତନ ରହିବା ଆବଶ୍ୟକ। କ୍ୟାରିୟର କ୍ଷେତ୍ରରେ ଚ୍ୟାଲେଞ୍ଜ ଆସିପାରେ। ଆର୍ଥିକ କ୍ଷତିର ଆଶଙ୍କା ଥିବାରୁ ଏହି ସମୟରେ ନୂଆ ନିବେଶ କରିବାରୁ ଦୂରେଇ ରହିବାକୁ ପରାମର୍ଶ ଦିଆଯାଇଛି।

ତୁଳା ରାଶିର ଲୋକଙ୍କୁ ସ୍ବାସ୍ଥ୍ୟ ପ୍ରତି ସତର୍କ ରହିବାକୁ କୁହାଯାଇଛି। ଅଧିକ ଖର୍ଚ୍ଚ ଯୋଗୁ ଆର୍ଥିକ ସମସ୍ୟା ଦେଖାଦେଇପାରେ। ତେଣୁ ଅନାବଶ୍ୟକ ଖର୍ଚ୍ଚ କମାଇବା ଉପରେ ଧ୍ୟାନ ଦେବାକୁ ପରାମର୍ଶ ରହିଛି। ଏହା ସହିତ ଆଇନଗତ ମାମଲାକୁ ନେଇ ମଧ୍ୟ ଚିନ୍ତା ବଢ଼ିପାରେ ବୋଲି ଜ୍ୟୋତିଷ ମତରେ କୁହାଯାଇଛି।

ଜ୍ୟୋତିଷ ଅନୁସାରେ, ଏହି ଯୋଗର ଅଶୁଭ ପ୍ରଭାବରୁ ରକ୍ଷା ପାଇବା ପାଇଁ ଭଗବାନ ଶିବଙ୍କ ମନ୍ତ୍ର ‘ଓଁ ନମଃ ଶିବାୟ’ ଜପ କରିବାକୁ କୁହାଯାଇଛି। ଶିବଲିଙ୍ଗରେ ଜଳ, କ୍ଷୀର ଓ ବେଲପତ୍ର ଅର୍ପଣ କରିବା ସହ ହନୁମାନ ଚାଳିଶା ପାଠ କରିବାକୁ ମଧ୍ୟ ପରାମର୍ଶ ଦିଆଯାଇଛି।

ଜ୍ୟୋତିଷ ମତ ଅନୁସାରେ, ଏହି ଅଶୁଭ ଯୋଗର ପ୍ରଭାବରେ ମେଷ ରାଶିର ଲୋକଙ୍କୁ କିଛି ଆର୍ଥିକ କ୍ଷତିର ସାମ୍ନା କରିବାକୁ ପଡ଼ିପାରେ। ଏହି ସମୟରେ ଆର୍ଥିକ ମାମଲାରେ ବିଶେଷ ସତର୍କ ରହିବା ଆବଶ୍ୟକ। ହଠାତ୍‌ ଖର୍ଚ୍ଚ ବଢ଼ିପାରେ, ଯାହା ଆପଣଙ୍କ ବଜେଟକୁ ପ୍ରଭାବିତ କରିପାରେ। ତେଣୁ ଅନାବଶ୍ୟକ ଖର୍ଚ୍ଚରୁ ଦୂରେଇ ରହିବା ସହ ଧାର-ଉଧାର କାରବାର ନକରିବାକୁ ପରାମର୍ଶ ଦିଆଯାଇଛି। ବ୍ୟବସାୟ କ୍ଷେତ୍ରରେ ମଧ୍ୟ କାହା ଉପରେ ଆଖି ବନ୍ଦ କରି ଭରସା ନକରିବା ଭଲ। ଆର୍ଥିକ ନିଷ୍ପତ୍ତି ନେବା ସମୟରେ ଭଲଭାବେ ବିଚାର କରିବାକୁ ଜ୍ୟୋତିଷବିଦ୍‌ମାନେ ପରାମର୍ଶ ଦେଇଛନ୍ତି।

Dharitri – Odisha’s No.1 Odia Daily

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।