ଶାହରୁଖଙ୍କ ଘରେ ସାପ

Aug 19, 2026 - 00:06
ଶାହରୁଖଙ୍କ ଘରେ ସାପ

ମୁମ୍ବାଇ,୧୮ା୮: ବଲିଉଡ୍‌ ସୁପରଷ୍ଟାର ଶାହରୁଖ ଖାନ୍‌ଙ୍କ ମୁମ୍ବାଇ ବାସଭବନ ମାନତ୍‌ରୁ ସୋମବାର ରାତିରେ ୨ଟି ସାପ ଦେଖିବାକୁ ମିଳିଥିଲା। ବାସଭବନ ବଗିଚାର ଏକ ସେଡ୍‌ ତଳେ ସାପ ରହିଥିଲେ।

ପ୍ରଥମେ ସାପ ଧରାଳି ବିକି ଦୁବେଙ୍କୁ ବାନ୍ଦ୍ରା ଓ୍ବେଷ୍ଟସ୍ଥିତ ବଙ୍ଗଳାକୁ ଡକାଯାଇଥିବାବେଳେ ପରେ ବନ ବିଭାଗ ଅଧିକାରୀଙ୍କୁ ଡକାଯାଇଥିଲା। ଦୁବେ ଗୋଟିଏ ସାପକୁ ଧରିଥିଲେ, ଯାହାର ଲମ୍ବ ୮ ଫୁଟ୍‌। ଅନ୍ୟ ସାପଟି ଗହଳି ମଧ୍ୟରେ ଖସିଯାଇଥିଲା। ଧରାପଡ଼ିଥିବା ସାପଟି ବିଷହୀନ ଢମଣା ବୋଲି ଜଣାପଡ଼ିଛି।


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।