ଶାହରୁଖଙ୍କ ‘ମନ୍ନତ’ର ମାସିକ ବିଦ୍ୟୁତ ବିଲ କେତେ ଜାଣିଛନ୍ତି କି, ଉଡିଯିବ ହୋଶ୍‌

Sep 16, 2026 - 09:50
ଶାହରୁଖଙ୍କ ‘ମନ୍ନତ’ର ମାସିକ ବିଦ୍ୟୁତ ବିଲ କେତେ ଜାଣିଛନ୍ତି କି, ଉଡିଯିବ ହୋଶ୍‌

ମୁମ୍ବାଇ: ବଲିଉଡର ‘କିଙ୍ଗ ଖାନ’ ଭାବେ ପରିଚିତ ଶାହରୁଖ ଖାନଙ୍କ ଲୋକପ୍ରିୟତା କେବଳ ଭାରତରେ ସୀମିତ ନୁହେଁ। ଦେଶ-ବିଦେଶରେ ତାଙ୍କର କୋଟି କୋଟି ପ୍ରଶଂସକ ରହିଛନ୍ତି। ତାଙ୍କର ଆଲିଶାନ ଘର ‘ମନ୍ନତ’ ମଧ୍ୟ ସବୁବେଳେ ଫ୍ୟାନ୍‌ଙ୍କ ଆକର୍ଷଣର କେନ୍ଦ୍ରବିନ୍ଦୁ ସାଜିଥାଏ। ଆଜିକାଲି ‘ମନ୍ନତ’ର ରେନୋଭେସନ କାମ ଚାଲିଥିବା ଜଣାପଡ଼ିଛି।

ନିକଟରେ ଆୟୋଜିତ Ask SRK ସେସନ୍‌ରେ ଜଣେ ପ୍ରଶଂସକ ଶାହରୁଖଙ୍କୁ ମଜାଳିଆ ଢଙ୍ଗରେ କହିଥିଲେ, ସାର୍‌ ଯଦି ଏଥର ମଧ୍ୟ ବାଲକୋନୀକୁ ଆସିବେ ନାହିଁ, ତେବେ ମନ୍ନତ ବିକ୍ରି କରିଦିଅନ୍ତୁ। ଏହାର ଉତ୍ତରରେ ଶାହରୁଖ କହିଥିଲେ, ନୂଆ ଗ୍ୟାଲେରୀ ବନାଉଛି ନା, ଏବେ ନୂଆ ଗ୍ୟାଲେରୀରେ ଆହୁରି ଚମକିବି।

‘ମନ୍ନତ’ର ପୁରୁଣା ନାମ ଥିଲା ‘ଭିଲା ଭିଏନା’। ଶାହରୁଖ ଖାନ ୨୦୦୧ରେ ଖୋରଶେଦ ଭାନୁ ସଞ୍ଜନା ଟ୍ରଷ୍ଟଠାରୁ ଏହି ସମ୍ପତ୍ତିକୁ ପ୍ରାୟ ୧୩.୩୨ କୋଟି ଟଙ୍କାରେ କିଣିଥିଲେ। ପ୍ରାୟ ୨୭ ହଜାର ବର୍ଗଫୁଟ ଅଞ୍ଚଳରେ ଥିବା ଏହି ଛଅ ମହଲା ଘର ମୁମ୍ବାଇର ବାନ୍ଦ୍ରା ବ୍ୟାଣ୍ଡଷ୍ଟାଣ୍ଡ ଅଞ୍ଚଳରେ ଅବସ୍ଥିତ। ଏଠାରୁ ଆରବ ସାଗରର ସୁନ୍ଦର ଦୃଶ୍ୟ ଦେଖିବାକୁ ମିଳେ। ଏହି ଘରର ମୂଲ୍ୟ ବର୍ତ୍ତମାନ ପ୍ରାୟ ୩୦୦ କୋଟି ଟଙ୍କା ବୋଲି କୁହାଯାଉଛି। ଶାହରୁଖଙ୍କ ଏହି ଆଲିଶାନ ଘରେ ପାଞ୍ଚଟି ବେଡରୁମ ସହିତ ବଡ଼ ଲାଇବ୍ରେରୀ, ଜିମ, ସ୍ବିମିଂ ପୁଲ, ପ୍ରାଇଭେଟ ମୁଭି ଥିଏଟର ଏବଂ ଅଫିସ ଭଳି ସୁବିଧା ଥିବା ରିପୋର୍ଟରେ କୁହାଯାଇଛି। ‘ମନ୍ନତ’ର ନେମ୍‌ପ୍ଲେଟ ମଧ୍ୟ ଅନେକ ସମୟରେ ଚର୍ଚ୍ଚାରେ ରହିଥାଏ। ଏହାର ଦାମ ପ୍ରାୟ ୨୫ ଲକ୍ଷ ଟଙ୍କା ବୋଲି ଦାବି କରାଯାଇଛି। ଶାହରୁଖଙ୍କ ସ୍ତ୍ରୀ ତଥା ଡିଜାଇନର୍‌ ଗୌରୀ ଖାନ ଏହି ନେମ୍‌ପ୍ଲେଟକୁ ଡିଜାଇନ କରିଥିବା କୁହାଯାଏ। ଏହା ଡାଏମଣ୍ଡରେ ତିଆରି ବୋଲି ଆଲୋଚନା ହୁଏ।

‘ମନ୍ନତ’ର ସବୁଠାରୁ ଚର୍ଚ୍ଚିତ ତଥ୍ୟ ହେଉଛି ଏହାର ବିଦ୍ୟୁତ ବିଲ। ଶାହରୁଖଙ୍କ ଏହି ଆଲିଶାନ ଘରର ମାସିକ ବିଦ୍ୟୁତ ଖର୍ଚ୍ଚ ପ୍ରାୟ ୪୩ରୁ ୪୫ ଲକ୍ଷ ଟଙ୍କା ହୋଇଥାଏ। ତେବେ ବର୍ଷକୁ ବିଦ୍ୟୁତ ଖର୍ଚ୍ଚ ପ୍ରାୟ ୫.୧୬ରୁ ୫.୪ କୋଟି ଟଙ୍କା।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।