ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

Sep 09, 2026 - 07:58
ଶିଶୁ ପୁତ୍ରକୁ ଛାଡ଼ି ଦୌଡ଼ି ପଳାଉଥିଲେ ମା’: ଆଉ ତା’ପରେ ଘଟିଲା…

ବାରଙ୍ଗ,୯ା୯(ଲିଙ୍ଗରାଜ ରାଉତ):ବାରଙ୍ଗ ଥାନା ଅଧୀନ ନରାଜମାର୍ଥାପୁର ରେଳଷ୍ଟେଶନ୍‌ ବାହାରୁ ଜଣେ ମହିଳା ତା’ର ଶିଶୁ ପୁତ୍ରକୁ ଛାଡ଼ି ପଳାଇଯାଉ ଥିବାବେଳେ ମଙ୍ଗଳବାର ରାତିରେ ସ୍ଥାନୀୟ ଲୋକେ ଧରି ତାଙ୍କୁ ପୋଲିସ ଜିମା ଦେଇଛନ୍ତି। ସୂଚନାନୁସାରେ, ଗୁଆହାଟୀ ଇଣ୍ଟରସିଟି ଏକ୍ସପ୍ରେସ ଟ୍ରେନଟି ନରାଜମାର୍ଥାପୁର ରେଳଷ୍ଟେଶନରେ ଅଟକିଥିଲା। ଟ୍ରେନ ଭିତରୁ ମିଜରାମ ନାମକ ଜଣେ ୨୨ବର୍ଷିୟା ମହିଳା କାଖରେ ଏକ ଶିଶୁ ପୁତ୍ରକୁ ଧରି ପ୍ଲାଟ ଫର୍ମ ବାହାରକୁ ଆସିଥିଲେ। ପରେ ପିଲାଟିକୁ ପ୍ଲାଟଫର୍ମ ବାହାରେ ଥିବା ବେଞ୍ଚରେ ଛାଡି ଟ୍ରେନ୍‌ ବଗିକୁ ଦୌଡ଼ି ପଳାଇଥିଲେ। ଏହି ସମୟରେ ପିଲାଟି କାନ୍ଦିବାରୁ ସ୍ଥାନୀୟ ଅଟୋ ଚାଳକମାନେ ଏକାଠିହୋଇ ଲୋକଙ୍କ ସହାୟତାରେ ପ୍ଲାଟଫର୍ମରେ ଟ୍ରେନ ଛାଡିବା ସମ୍ପୃକ୍ତ ମହିଳାଙ୍କୁ ଧରିଥିଲେ।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।