ଶେଷରେ ପୁଲିସ ଡିଜି ଚୟନ ପ୍ରକ୍ରିୟା ଆଇନଗତ ବିବାଦରେ ଛନ୍ଦି ହୋଇଗଲା
ନୂଆଦିଲ୍ଲୀ: ଶେଷରେ ପୁଲିସ ଡିଜି ଚୟନ ପ୍ରକ୍ରିୟା ଆଇନଗତ ବିବାଦରେ ଛନ୍ଦି ହୋଇଗଲା। ୟୁପିଏସ୍ସି ଆଜି ନିଜ ତରଫରୁ ସୁପ୍ରିମକୋର୍ଟଙ୍କୁ ଜଣାଇଛନ୍ତି ଯେ କୋର୍ଟ ସ୍ପଷ୍ଟ ଆଭିମୁଖ୍ୟ ନ ନେବା ପର୍ଯ୍ୟନ୍ତ ଚୟନ କମିଟି ବୈଠକ ଡକାଯିବ ନାହିଁ। ଅନ୍ୟପକ୍ଷରେ ଆସନ୍ତା ୧୮ ତାରିଖରେ ସର୍ବୋଚ୍ଚ ଅଦାଲତ ଏହି ମାମଲାର ପରବର୍ତ୍ତୀ ଶୁଣାଣି ପାଇଁ ଦିନ ଧାର୍ଯ୍ୟ କରିଛନ୍ତି। ଆଜିର ଏହି ଘଟଣା ସାରା ଭାରତର ପ୍ରଶାସନିକ ମହଲରେ ଚର୍ଚ୍ଚାର ବିଷୟ ହୋଇଛି। କେବଳ ସେତିକି ନୁହେଁ, ଓଡ଼ିଶା ସରକାରଙ୍କୁ ବଡ଼ ଝଟ୍କା ମଧ୍ୟ ଲାଗିଛି।
ସେତିକି ନୁହେଁ, ଓଡ଼ିଶା ସରକାରଙ୍କୁ ବଡ଼ ଝଟ୍କା ମଧ୍ୟ ଲାଗିଛି।
V-Mart: ଭି-ମାର୍ଟର ମହାବଚତ୍ କା ଡବଲ୍ ଅଫର
ଏଇଥିପାଇଁ ଯେ ବହୁଚର୍ଚ୍ଚିତ ପ୍ରକାଶ ସିଂହ ମାମଲାରେ ଆମିକସ୍କ୍ୟୁରି ଭାବେ କାର୍ଯ୍ୟ କରୁଥିବା ବରିଷ୍ଠ ଆଇନଜୀବୀ ରାଜୁ ରାମଚନ୍ଦ୍ରନ ସର୍ବୋଚ୍ଚ ଅଦାଲତଙ୍କୁ ଜଣାଇଥିଲେ ଯେ ସେ ଫାଇଲକୁ ତନ୍ନତନ୍ନ କରି ପଢ଼ିଛନ୍ତି। ଏଥିରେ ଓଡ଼ିଶା ଡିଜିପି ଚୟନ ପ୍ରକ୍ରିୟାରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଧାରିତ ନିର୍ଦ୍ଦେଶାବଳୀର ଉଲ୍ଲଂଘନ କରାଯାଇଛି। ଏଥିସହିତ ଶ୍ରୀ ରାମଚନ୍ଦ୍ରନ ଜନସ୍ବାର୍ଥ ଆବେଦନକୁ ସମର୍ଥନ କରୁଥିବା ସ୍ପଷ୍ଟ କହିଥିଲେ। ଓଡ଼ିଶା ସରକାରଙ୍କ ପକ୍ଷରୁ ଆଡଭୋକେଟ୍ ଜେନେରାଲ ପୀତାମ୍ବର ଆଚାର୍ଯ୍ୟ କୌଣସି ଅନିୟମିତତା ହୋଇନାହିଁ ବୋଲି ଯୁକ୍ତି ରଖିଥିଲେ ହେଁ ଖଣ୍ଡପୀଠଙ୍କ ଉପରେ ଏହାର ବିଶେଷ ପ୍ରଭାବ ପଡ଼ିନଥିଲା। ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତଙ୍କ ସହ ବିଚାରପତି ଜୟମାଲ୍ୟ ବାଗଚୀ ଓ ବିଚାରପତି ଭି ମୋହନାଙ୍କୁ ନେଇ ଗଠିତ ତିନିଜଣିଆ ଖଣ୍ଡପୀଠଙ୍କ ଅଦାଲତରେ ସ୍ବଳ୍ପ ସମୟରେ ଆସିଥିବା ଏଭଳି ଗୋଟିଏ ରାୟ ରାଜ୍ୟ ରାଜନୀତିରେ ମଧ୍ୟ ଚର୍ଚ୍ଚାର ବିଷୟ ହୋଇଛି। ଏଥିସହିତ ଡିଜି ନିଯୁକ୍ତି ଅନିଶ୍ଚିତତାକୁ ଠେଲି ହୋଇଯାଇଛି। ଆସନ୍ତା ୧୬ ତାରିଖ ଅପରାହ୍ଣରେ ଡିଜିପି ଯୋଗେଶ ବାହାଦୁର ଖୁରାନିଆ ଅବସର ନେବା ପରେ ସରକାର ପରବର୍ତ୍ତୀ ଡିଜିପି ନିଯୁକ୍ତି ନ ହେବା ପର୍ଯ୍ୟନ୍ତ ଜଣେ କାମଚଳା ଡିଜି ନିଯୁକ୍ତ କରିପାରନ୍ତି। କ୍ରାଇମବ୍ରାଞ୍ଚ ଡିଜି ବିନୟତୋଷ ମିଶ୍ରଙ୍କ ନାମ ଚର୍ଚ୍ଚାର ଆଗରେ ରହିଛି। ଯେକୌଣସି ମୁହୂର୍ତ୍ତରେ ସରକାର ଏହି ଘୋଷଣା କରିପାରନ୍ତି।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DINALIPI ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DINALIPI ଦେଖନ୍ତୁ।