ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

Sep 21, 2026 - 20:16
ଶୋକାକୁଳ ପରିବେଶରେ ଅବକାରୀ ବିଭାଗର ଅଧିକାରୀଙ୍କୁ ଶେଷ ବିଦାୟ: ବଜ୍ରପାତରେ…

ଦାରିଙ୍ଗବାଡି, ୨୧।୯ (ଅରୁଣ ସାହୁ):କନ୍ଧମାଳ ଜିଲା ଦାରିଙ୍ଗବାଡି ଥାନା ଶ୍ରାନିକେତା ଗାଁର ଯୁବ ସରକାରୀ ଅଧିକାରୀ ବୌଦ୍ଧ ଜିଲାରେ ରବିବାର ବଜ୍ରପାତରେ ମୃତ୍ୟୁବରଣ କରିଥିଲେ। ସୋମବାର ତାଙ୍କ ମୃତଦେହ ନିଜ ଜନ୍ମ ମାଟିରେ ଶ୍ରାନିକେତାରେ ପହଞ୍ଚିଥିଲା।

ପ୍ରକାଶ ଯେ, ଶ୍ରାନିକେତା ଗ୍ରାମର ପିତା ସ୍ବର୍ଗତ ମହେନ୍ଦ୍ର ବେର୍ତ୍ତାଙ୍କ ସାନ ପୁଅ ପୁରୁଷୋତ୍ତମ ବେର୍ତ୍ତା ବୌଦ୍ଧ ଜିଲା କଣ୍ଟାମାଳ ଅବକାରୀ ବିଭାଗର ଏସଆଇ ଭାବେ କାର୍ଯ୍ୟରତ ରହିଥିଲେ ସେ ରବିବାର ପାଟ୍ରୋଲିଂରେ ଯାଇଥିବାବେଳେ ବର୍ଷା ଯୋଗୁ ସେ ଇକ୍ତଜିଲା ଖୁଣ୍ଟିଗୋରା ପଞ୍ଚାୟତ ଗୋଛାଗୋରା ନିକଟସ୍ଥ ଏକ ଗଛ ତଳେ ଆଶ୍ରୟ ନେଇଥିଲେ। ସେହି ସମୟରେ ବଜ୍ରପାତ ଯୋଗୁ ସେ ସେଠାରେ ଟଳି ପଡିଥିଲେ ବୋଲି କୁହାଯାଇଛି। ସୋମବାର ତାଙ୍କ ମୃତଦେହକୁ ତାଙ୍କ ଜନ୍ମମାଟିକୁ ବିଭାଗ ପକ୍ଷରୁ ଅଣାଯାଇଥିଲା। ଗାଁରେ ମୃତଦେହ ପହଞ୍ଚିଲାବେଳେ ଅଞ୍ଚଳରେ ଶୋକାକୁଳ ପରିବେଶ ସୃଷ୍ଟି ହୋଇଥିଲା। ପରିବାର, ବନ୍ଧୁ ପରିଜନ ଓ ଅଞ୍ଚଳବାସୀ ତାଙ୍କ ଶେଷ ଦର୍ଶନ କରିବା ସହ ଅଶ୍ରୁଳ ବିଦାୟ ଦେଇଥିଲେ। ଗାଁ ଶ୍ମଶାନରେ ରାଷ୍ଟ୍ରୀୟ ମର୍ଯ୍ୟାଦା ସହ ଶେଷକୃତ୍ୟ କରାଯାଇଥିଲା। ସେ ଜଣେ କର୍ତ୍ତ୍ୟବ୍ୟନିଷ୍ଠ ତଥା ଦାୟିତ୍ୱବାନ ଅଧିକାରୀ ଭାବେ ନିଜ ଦାୟିତ୍ୱ ତୁଲାଉଥିବା ବେଳେ ରୋଜଗାରିଆ ପୁଅକୁ ହରାଇ ପରିବାର ଭାଙ୍ଗି ପଡିଛନ୍ତି।

 

Dharitri – Odisha’s No.1 Odia Daily

 


ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।