ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ବଡ଼ରମା ଅଞ୍ଚଳର ଓଡ଼ିସିଂ ଗାଁରେ ରାସ୍ତା ସମସ୍ୟା।
ନନ୍ଦିଘୋଷ ବ୍ୟୁରୋ : ସମ୍ବଲପୁର ଜିଲ୍ଲା ଜମନକିରା ବ୍ଲକ୍ ବଡ଼ରମା ଅଞ୍ଚଳର ଓଡ଼ିସିଂ ଗାଁରେ ରାସ୍ତା ସମସ୍ୟା। ଓଡ଼ିସିଂ ଗାଁ ସମେତ ୫ ଖଣ୍ଡ ଗାଁର ଲୋକେ ରାସ୍ତା ପାଇଁ ଅନେକ ସମସ୍ୟାର ସମ୍ମୁଖୀନ ହେଉଛନ୍ତି । ରାସ୍ତାର ଅବସ୍ଥା ଏପରି ଯେ, ଆମ୍ବୁଲାନ୍ସ ଯିବା ତ ଦୂରରକଥା ବାଇକ୍ ଯିବା ମଧ୍ୟ ମୁସ୍କିଲ ହୋଇପଡୁଛି । ଫଳରେ ଗ୍ରାମବାସୀ ରାସ୍ତାରେ ଧାନଗଛ ଲଗାଇ ଅଭିନବ ଉପାୟରେ ପ୍ରତିବାଦ କରିଛନ୍ତି l
ବଡ଼ରମା ରୁ ୧୦ କିଲୋମିଟର ପର୍ଯ୍ୟନ୍ତ ଏହି ରାସ୍ତାରେ ଜଙ୍ଗଲ ଭିତରେ ଯିବା ମୁସ୍କିଲ ହୋଇପଡୁଛି। ପ୍ରଶାସନକୁ ବାରମ୍ବାର ଅଭିଯୋଗ ପରେ ମଧ୍ୟ ଏହାର ସମାଧାନ ହେଉନଥିବାରୁ ଏଭଳି ପ୍ରତିବାଦ କରିଛନ୍ତି। ଗ୍ରାମବାସୀ ଏନେଇ ଅଧିକ ସୂଚନା ଦେଇଛନ୍ତି ସମ୍ବଲପୁର ବ୍ୟୁରୋ ହେଡ ସମୀର ଷଡ଼ଙ୍ଗୀ…।
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।