ସମ୍ବଲପୁରରେ ଜଣେ ମାଂସ ଦୋକାନୀକୁ ଗୁଳିକରି ହତ୍ୟା

Aug 29, 2026 - 13:57
ସମ୍ବଲପୁରରେ ଜଣେ ମାଂସ ଦୋକାନୀକୁ ଗୁଳିକରି ହତ୍ୟା

ନନ୍ଦିଘୋଷ ବ୍ୟୁରୋ :  ସମ୍ବଲପୁର ବୁର୍ଲା ଥାନା ଅନ୍ତର୍ଗତ କିର୍ବା ଛକ ଠାରେ ଗୁଳିକାଣ୍ଡ l ଏମଡି ଅନିଶ ନାମକ ଜଣେ ମାଂସ ଦୋକାନୀକୁ ଗୁଳିକରି ହତ୍ୟା କରାଯାଇଥିବା ବେଳେ ଅଭିଯୁକ୍ତ ଅଟକ ଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି । ସେପଟେ ଘଟଣାସ୍ଥଳ ରେ ଦୁଇଜଣ ଅତିରିକ୍ତ ଏସପି, ବୁର୍ଲା ଏସଡ଼ିପିଓ, ବରିଷ୍ଠ ଥାନା ଅଧିକାରୀ ଉପସ୍ଥିତ ଥିବାବେଳେ  ହତ୍ୟାକାଣ୍ଡର କାରଣ ପୂର୍ବ ଶତ୍ରୁତା ବୋଲି ସନ୍ଦେହ କରାଯାଉଛି  l

ଅଭିଯୁକ୍ତ ଅଟୋରେ ଆସି ଗୁଳି ମାଡ଼ କରି ଫେରାର ମାରିଥିବା ବେଳେ ପୋଲିସ ଗୋଡାଇ ଗୋଡାଇ ଧରିଛି । ସବୁଠାରୁ ବଡ଼କଥା ହେଲା ଉଭୟେ ଗୋଟିଏ ଘରେ ଭଡ଼ା ରହୁଥିବା ବେଳେ ନିଜ ନିଜ ଭିତରେ ଝଗଡା ପରେ ଏହି ହତ୍ୟାକାଣ୍ଡ ଘଟିଥିବା ପୋଲିସ ପକ୍ଷରୁ ସୂଚନା ମିଳିଛି ।

ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ NANDIGHOSHA TV - ନନ୍ଦିଘୋଷ ଟିଭି ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି NANDIGHOSHA TV - ନନ୍ଦିଘୋଷ ଟିଭି ଦେଖନ୍ତୁ।