ସମ୍ଭାବ୍ୟ ବାତ୍ୟା ପାଇଁ ସମୁଦ୍ର ଅଶାନ୍ତ, ଜେଟିରେ ଲାଗିଲା ଆନ୍ଧ୍ର ଟ୍ରଲର
ଛତ୍ରପୁର,୨୫ା୧୦(ଦିଲ୍ଲୀପ ସାମଲ/ଦ୍ୱାରିକା ପଟ୍ଟନାୟକ): ସମ୍ଭାବ୍ୟ ବାତ୍ୟାକୁ ନେଇ ସମୁଦ୍ର ଅଶାନ୍ତ ରହିଥିବା ବେଳେ ଗଭୀର ସମୁଦ୍ରରେ ଫସିଥିବା ଆନ୍ଧ୍ରପ୍ରଦେଶର ମାଛଧରା ଦୁଇ ଟ୍ରଲର ଆର୍ଯ୍ୟପଲ୍ଲୀ ଜେଟିରେ ସୁରକ୍ଷିତ ଭାବେ ଲଙ୍ଗର ପକାଇଛନ୍ତି।
ସମୁଦ୍ର ଅଶାନ୍ତ ହେବା ସହ ମାଛଧରା ପାଇଁ ସମୁଦ୍ର ମଧ୍ୟକୁ ଯାଇଥିବା ଦୁଇ ଆନ୍ଧ୍ର ଟ୍ରଲର ଫେରିବାରେ ଅସୁବିଧାର ସମ୍ମୁଖୀନ ହୋଇଥିଲେ। ଏନେଇ ସୂଚନା ପାଇବା ପରେ ଗଞ୍ଜାମ ଜିଲା ପ୍ରଶାସନ ପକ୍ଷରୁ ତୁରନ୍ତ ପଦକ୍ଷେପ ନିଆଯାଇ ଟ୍ରଲର ଦୁଇଟିକୁ ଆର୍ଯ୍ୟପଲ୍ଲୀ ଜେଟିକୁ ଅଣାଯାଇଥିଲା। ଏବେ ଦୁଇଟି ଟ୍ରଲର ଜେଟିରେ ସୁରକ୍ଷିତ ଭାବେ ରହିଛି।
ପୂର୍ବରୁ ଗଞ୍ଜାମ ଉପକୂଳରେ ଖରାପ ପାଗ ଓ ସମୁଦ୍ର ଅଶାନ୍ତ ହେବା ସମୟରେ ଆନ୍ଧ୍ରପ୍ରଦେଶରୁ ୬୪ଟି ମାଛଧରା ଟ୍ରଲର ଆସି ଆଶ୍ରୟ ନେଇଥିଲେ। ଏବେ ପୁଣି ସମ୍ଭାବ୍ୟ ବାତ୍ୟା ପରିସ୍ଥିତିରେ ଦୁଇଟି ଆନ୍ଧ୍ର ଟ୍ରଲରକୁ ସୁରକ୍ଷିତ ଭାବେ ଜେଟିରେ ଲଙ୍ଗର ପକାଇବାର ବ୍ୟବସ୍ଥା କରାଯାଇଛି।
Dharitri – Odisha’s No.1 Odia Daily
ସ୍ପଷ୍ଟୀକରଣ: ଏହି ବିଷୟବସ୍ତୁଟି ସୂଚନାମୂଳକ ଉଦ୍ଦେଶ୍ୟରେ DHARITRI - ଧରିତ୍ରୀ ରୁ ସ୍ୱୟଂଚାଳିତ ଭାବରେ ସଂଗ୍ରହ କରାଯାଇଛି। ମୂଳ ଲେଖାଟି ପଢ଼ିବା ପାଇଁ, ଦୟାକରି DHARITRI - ଧରିତ୍ରୀ ଦେଖନ୍ତୁ।